Back-to-Back Cyclones: ବାତ୍ୟା ପରେ ବାତ୍ୟା ଭୟ, ମୁକାବିଲା ପାଇଁ ପ୍ରସ୍ତୁତ ତ ଉପକୂଳବର୍ତ୍ତୀ ରାଜ୍ୟ?
ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କାକୁ ନେଇ ବଢ଼ିଲା ଚିନ୍ତା।
ଗୋଟିଏ ବାତ୍ୟାର ମୁକାବିଲା କରୁ କରୁ ଆଉ ଏକ ସମ୍ଭାବ୍ୟ ବାତ୍ୟାର ସାମ୍ନା କରିବାକୁ ଯାଉଛି ଭାରତର ପୂର୍ବ ଉପକୂଳ।
ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ତାମିଲନାଡୁ ଭଳି ଉପକୂଳବର୍ତ୍ତୀ ରାଜ୍ୟ ପାଇଁ ଏହା ଏକ ବଡ଼ ପରୀକ୍ଷା।
ପ୍ରଶ୍ନ ଉଠୁଛି, ଲଗାତାର ବାତ୍ୟା ଆସିଲେ ତାହାର ମୁକାବିଲା କରିବାକୁ କେତେ ପ୍ରସ୍ତୁତ ଭାରତ?
Advertisment ବାତ୍ୟାର ଆଗୁଆ ସୂଚନା ଦେବା ପାଇଁ ଭାରତୀୟ ପାଣିପାଗ ବିଭାଗ (IMD) ଡପ୍ଲର୍ ୱେଦର ରାଡାର, ଉପଗ୍ରହ ଓ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ରର ସହାୟତା ନେଉଛି।
ଏହାଦ୍ୱାରା ବାତ୍ୟାର ଗତି, ଦିଗ ଓ ତୀବ୍ରତା ଉପରେ ନଜର ରଖାଯାଉଛି।
ବାତ୍ୟା ଆସିବା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା, ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ଏବଂ ଉଦ୍ଧାରକାରୀ ଦଳକୁ ମୁତୟନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।
Advertisment ଓଡ଼ିଶାରେ ରହିଛି ଆଗୁଆ ସତର୍କ ସୂଚନା ବ୍ୟବସ୍ଥା ବାତ୍ୟା ମୁକାବିଲାରେ ଓଡ଼ିଶାର ପ୍ରସ୍ତୁତି ଦେଶରେ ଏକ ଉଦାହରଣ ଭାବେ ପରିଚିତ।
ରାଜ୍ୟର ୬ଟି ଉପକୂଳ ଜିଲ୍ଲାର ୨୨ଟି ବ୍ଲକ୍ର ୧,୨୦୫ଟି ଗାଁକୁ ଆଗୁଆ ସତର୍କ ସୂଚନା ପହଞ୍ଚାଇବା ପାଇଁ ବ୍ୟବସ୍ଥା ରହିଛି।
ଏଥିପାଇଁ ୧୨୨ଟି ସାଇରନ୍ ଟାୱାର ମଧ୍ୟ ରହିଛି।
ଅସଲ ପରୀକ୍ଷା ଉଦ୍ଧାର ନୁହେଁ, ପୁନରୁଦ୍ଧାର!
ବାତ୍ୟା ଆସିବା ପୂର୍ବରୁ ଲୋକଙ୍କୁ ସ୍ଥାନାନ୍ତର କରିବା ଯେତିକି ଜରୁରୀ, ବାତ୍ୟା ପରେ ବିଦ୍ୟୁତ୍, ରାସ୍ତା, ଯୋଗାଯୋଗ ଓ ସ୍ୱାସ୍ଥ୍ୟସେବାକୁ ଶୀଘ୍ର ସ୍ୱାଭାବିକ କରିବା ମଧ୍ୟ ସେତିକି ଜରୁରୀ।
ଗୋଟିଏ ବାତ୍ୟାରେ ଭାଙ୍ଗିଥିବା ବନ୍ଧ, ନଷ୍ଟ ହୋଇଥିବା ରାସ୍ତା ଓ ବିଚ୍ଛିନ୍ନ ଯୋଗାଯୋଗ ପରବର୍ତ୍ତୀ ବାତ୍ୟାର ବିପଦକୁ ବଢ଼ାଇପାରେ।
ତେଣୁ ଆଗାମୀ ଦିନରେ ଭାରତ ପାଇଁ ଚ୍ୟାଲେଞ୍ଜ କେବଳ ବାତ୍ୟାର ପୂର୍ବାନୁମାନ ନୁହେଁ, ବରଂ ଲଗାତାର ବାତ୍ୟା ମଧ୍ୟରେ ଜନଜୀବନକୁ କେତେ ଶୀଘ୍ର ସ୍ୱାଭାବିକ କରାଯାଇପାରୁଛି, ତାହା ହିଁ ହେବ ପ୍ରକୃତ ପରୀକ୍ଷା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।