AAP Faces Fresh Political Setback: ବିଜେପି ମୁହାଁ ଆପ୍ର ଦୁଇ ବିଦ୍ରୋହୀ ବିଧାୟକ! ଦିଲ୍ଲୀରେ ‘BJP ଜିନ୍ଦାବାଦ’ ନାରା
ପଞ୍ଜାବ ରାଜନୀତିରେ ବଡ଼ ହଲଚଲ୍।
ଆମ୍ ଆଦମୀ ପାର୍ଟି (AAP) ଛାଡ଼ିବା ପରେ ଏବେ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି ଦୁଇ ବିଦ୍ରୋହୀ ବିଧାୟକ।
ସୋମବାର ଦିଲ୍ଲୀରେ ବିଜେପି ମୁଖ୍ୟାଳୟ ବାହାରେ ଉଭୟ ନେତା 'ବିଜେପି ଜିନ୍ଦାବାଦ' ନାରା ଦେଇଥିବା ଭିଡିଓ ସାମ୍ନାକୁ ଆସିଛି।
ଖୁବ୍ଶୀଘ୍ର ସେମାନେ ଆନୁଷ୍ଠାନିକ ଭାବେ ପଦ୍ମ ଶିବିରରେ ଯୋଗ ଦେଇପାରନ୍ତି।
Advertisment ଆପ୍ ଛାଡ଼ିଥିବା ଏହି ଦୁଇ ବିଧାୟକ ହେଉଛନ୍ତି ହରମୀତ ସିଂହ ପଠାନମାଜରା ଓ ଚେତନ ସିଂହ ଜୌରାମାଜରା।
ପଠାନମାଜରା ପଞ୍ଜାବର ସନୌର ଆସନରୁ ବିଧାୟକ ଥିବାବେଳେ ଜୌରାମାଜରା ସମାନା ଆସନର ପ୍ରତିନିଧିତ୍ୱ କରୁଛନ୍ତି।
କାହିଁକି ଛାଡ଼ିଲେ ଆପ୍?
ଭଗୱନ୍ତ ମାନ୍ଙ୍କ ନେତୃତ୍ୱାଧୀନ ପଞ୍ଜାବ ସରକାର ଉପରେ ଅସନ୍ତୋଷ ପ୍ରକାଶ କରି ଉଭୟ ନେତା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।
ରାଜ୍ୟରେ ନିଶା କାରବାର, ବଢ଼ୁଥିବା ଋଣଭାର ଏବଂ ଶାସନ ବ୍ୟବସ୍ଥା ସମ୍ପର୍କିତ ସମସ୍ୟାର ସମାଧାନ ହେଉନଥିବା ସେମାନେ ଅଭିଯୋଗ କରିଛନ୍ତି।
Advertisment ଏହି ଘଟଣା ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆପ୍ ୪୦ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିବାର ଠିକ୍ ପରେ ଘଟିଛି।
ଏହି ତାଲିକାରେ ଉଭୟ ବିଧାୟକଙ୍କ ଆସନ ସ୍ଥାନ ପାଇନଥିଲା।
ବିଜେପିକୁ ଆପ୍ର କଟାକ୍ଷ ଦୁଇ ବିଧାୟକଙ୍କ ସମ୍ଭାବ୍ୟ ଯୋଗଦାନକୁ ନେଇ ଆପ୍ ନେତାମାନେ ବିଜେପିକୁ ଟାର୍ଗେଟ୍ କରିଛନ୍ତି।
ପଞ୍ଜାବ ଆପ୍ ମୁଖ୍ୟ ଅମନ ଆରୋରା ବିଜେପି ଅନ୍ୟ ଦଳ ଛାଡ଼ିଥିବା ନେତାଙ୍କୁ ନିଜ ଦଳରେ ସାମିଲ କରୁଥିବା ଅଭିଯୋଗ କରିଛନ୍ତି।
ଅନ୍ୟପଟେ, ଆପ୍ ଏହି ଦୁଇ ବିଧାୟକଙ୍କ ବିରୋଧରେ ଦଳବିରୋଧୀ କାର୍ଯ୍ୟକଳାପ ଅଭିଯୋଗ ଆଣି ସେମାନଙ୍କ ବିଧାୟକ ପଦ ରଦ୍ଦ କରିବାକୁ ବାଚସ୍ପତିଙ୍କ ନିକଟକୁ ଯିବ ବୋଲି କହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।