Badminton: ଭିଏତ୍‌ନାମ ଓପନ୍‌: ମାଳବିକାଙ୍କୁ ହରାଇ ସେମିରେ ତନ୍ବୀ

Sep 11, 2026 - 15:04
Badminton: ଭିଏତ୍‌ନାମ ଓପନ୍‌: ମାଳବିକାଙ୍କୁ ହରାଇ ସେମିରେ ତନ୍ବୀ

"ଏନ୍‌ଗୁଏ ଷ୍ଟ୍ରିଟ୍‌: ଏଠାରେ ଚାଲିଥିବା ଭିଏତ୍‌ନାମ ଓପନ୍‌ ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ୩ ଭାରତୀୟ ମହିଳା ଖେଳାଳି ଶୀର୍ଷ ମାନ୍ୟତାପ୍ରାପ୍ତ ତନ୍ବୀ ଶର୍ମା, ତୃତୀୟ ମାନ୍ୟତାପ୍ରାପ୍ତ ଈଶାରାଣୀ ବରୁଆ ଓ ରକ୍ଷିତା ଶ୍ରୀ ସନ୍ତୋଷ ରାମରାଜ (ଷଷ୍ଠ) ପ୍ରବେଶ କରିଛନ୍ତି।

ତନ୍ବୀ ଶର୍ମା ୨୧-୧୮, ୧୫-୨୧, ୨୧-୧୪ରେ ନିଜ ସାଥୀ ପ୍ରତିଦ୍ବନ୍ଦ୍ବୀ ବିଶ୍ବର ୨୭ ନମ୍ବର ମାଳବିକା ବଂଶୁଦଙ୍କୁ ହରାଇଥିଲେ।Advertisment ମିଶ୍ରିତ ଯୁଗଳରେ ଭାରତୀୟ ଯୋଡ଼ି ସେମିଫାଇନାଲ୍‌ରେ ତନ୍ବୀ ଥାଇଲାଣ୍ଡର ସରୁନରାକ୍‌ ଭିତିଦ୍‌ସର୍ନଙ୍କୁ ଭେଟିବେ।

ସେହିଭଳି ଈଶାରାଣୀ ୨୧-୧୫, ୨୧-୧୮ରେ ଚାଇନିଜ୍‌ ତାଇପେଇର ହୁଆଙ୍ଗ ଚିଙ୍ଗ ପିଙ୍ଗ୍‌ଙ୍କୁ ମାତ୍‌ ଦେଇଥିଲେ।

ସେମିଫାଇନାଲ୍‌ରେ ସେ ରକ୍ଷିତା ଶ୍ରୀଙ୍କୁ ଭେଟିବେ।

ରକ୍ଷିତା ୨୧-୧୨, ୨୧-୧୦ରେ ଆଉ ଜଣେ ଭାରତୀୟ ଖେଳାଳି ମାନସୀ ସିଂହଙ୍କୁ ପରାସ୍ତ କରିଥିଲେ।

ତେବେ ମିଶ୍ରିତ ଯୁଗଳରେ ଭାରତୀୟ ଯୋଡ଼ି ବିମଳରାଜ ଆନ୍ନାଦୁରାଇ ଓ ଶ୍ରେୟା ବାଲାଜୀ ୧୨-୨୧, ୧୧-୨୧ରେ ଇଣ୍ଡୋନେସିଆର ଫୁୱାନାତ ହୋର୍ବାନଏୁଏକିତ୍‌ ଓ ଫୁଙ୍ଗଫା କୋର୍ପଥାମାକିତ୍‌ଙ୍କଠୁ ହାରି ବିଦାୟ ନେଇଛନ୍ତି।

Odisha: ଓଡ଼ିଶା ଏଫ୍‌ସିକୁ ଫେରିଲେ ନନ୍ଦକୁମାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।