Suvendu Adhikari: କାଳୀଘାଟରେ ଅନୁଷ୍ଠିତ ପୂଜାରେ ଆମିଷ ଭୋଗ ଗ୍ରହଣ କଲେ ଶୁଭେନ୍ଦୁ

Sep 11, 2026 - 17:07
Suvendu Adhikari: କାଳୀଘାଟରେ ଅନୁଷ୍ଠିତ ପୂଜାରେ ଆମିଷ ଭୋଗ ଗ୍ରହଣ କଲେ ଶୁଭେନ୍ଦୁ

"କୋଲକାତା: ପଶ୍ଚିମବଙ୍ଗର ପ୍ରସିଦ୍ଧ ପୀଠ କାଳୀଘାଟ ମନ୍ଦିରରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କୌଶିକୀ ଅମାବାସ୍ୟା ଅବସରରେ ମା'' କାଳୀଙ୍କ ପ୍ରସାଦ ଭାବେ ମାଛ ଭୋଗ ଗ୍ରହଣ କରିବା ପରେ ରାଜ୍ୟରେ ଚାଲିଥିବା ନିରାମିଷ ଓ ଆମିଷ ଖାଦ୍ୟକୁ ନେଇ ବିବାଦ ଆଉ ଏକ ନୂଆ ମୋଡ଼ ନେଇଛି।

ଶତାବ୍ଦୀ ପୁରୁଣା ଏହି ମନ୍ଦିରରେ ମା'' କାଳୀଙ୍କୁ ମାଛ ଏବଂ ବଳି ଦିଆଯାଇଥିବା ଖାସି ମାଂସ ଅର୍ପଣ କରାଯିବାର ପରମ୍ପରା ରହିଛି।

ଶୁଭେନ୍ଦୁ ଅଧିକାରୀ ମନ୍ଦିର ଚଟାଣରେ ବସି ବାସନ୍ତୀ ପୁଲାଓ ସହ ମାଛ ମୁଣ୍ଡ ଓ ଭଜା ମାଛ ରହିଥିବା ମା''ଙ୍କ ପ୍ରସାଦ ଗ୍ରହଣ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଛି।Advertisment ସୂଚନାଯୋଗ୍ୟ, ଦୁର୍ଗାପୂଜା ସମୟରେ ବଙ୍ଗାଳୀ ହିନ୍ଦୁମାନେ ଆମିଷ ଖାଦ୍ୟ ଗ୍ରହଣ କରିବାକୁ ନେଇ ବାଗେଶ୍ୱର ଧାମର ମୁଖ୍ୟ ପୁରୋହିତ ଧୀରେନ୍ଦ୍ର ଶାସ୍ତ୍ରୀ (ବାଗେଶ୍ୱର ବାବା) କଠୋର ସମାଲୋଚନା କରିଥିଲେ।

ଦୁର୍ଗାପୂଜା ବେଳେ ଆମିଷ ଖାଉଥିବା ଲୋକଙ୍କୁ ସେ ''ପାଖଣ୍ଡୀ'' ବୋଲି କହିବା ସହ ପୂଜା ଦିନଗୁଡ଼ିକରେ ବଙ୍ଗଳାରେ ମାଂସ ଓ ମଦ ଦୋକାନ ବନ୍ଦ ରଖିବାକୁ ନିବେଦନ କରିଥିଲେ।

ଏହି ବକ୍ତବ୍ୟକୁ ନେଇ ବଙ୍ଗାଳୀ ସମୁଦାୟ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

Subhendu Adhikari: ଆର୍‌ଜି କର ଦୁଷ୍କର୍ମ ଓ ହତ୍ୟା ମାମଲାର ପୁନଃ ତଦନ୍ତ ନିର୍ଦ୍ଦେଶ ଦେଲେ ଶୁଭେନ୍ଦୁ ଅଧିକାରୀ ଏହି ବିବାଦକୁ ପ୍ରଶମିତ କରିବାକୁ ଯାଇ ଭାଜପା ସ୍ପଷ୍ଟ କରିଛି ଯେ କୌଣସି ଧର୍ମଗୁରୁ ଲୋକଙ୍କ ଖାଦ୍ୟପେୟର ନିଷ୍ପତ୍ତି ନେଇପାରିବେ ନାହିଁ।

ଭାଜପା ରାଜ୍ୟ ସଭାପତି ଶମୀକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ବଙ୍ଗାଳୀମାନେ ମାଛ ଓ ମାଂସ ଖାଇବେ ଏବଂ ସ୍ୱାମୀ ବିବେକାନନ୍ଦ ମଧ୍ୟ ଏହା ସମର୍ଥନରେ କହିଥିଲେ।

ସେହିପରି ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କର ତାଙ୍କର ବ୍ୟକ୍ତିଗତ ମତାମତ ଦେବାର ଅଧିକାର ରହିଛି।

ସେ ନିଜେ ମହାଷ୍ଟମୀ ଓ କାର୍ତ୍ତିକ ମାସରେ ସାତ୍ତ୍ୱିକ ଆହାର ଗ୍ରହଣ କରୁଥିବା ବେଳେ ମା'' କାଳୀଙ୍କୁ ଅର୍ପଣ କରାଯାଉଥିବା ଆମିଷ ଭୋଗ ଗ୍ରହଣ କରିବା ବଙ୍ଗଳାର ସଂସ୍କୃତି ଓ ପରମ୍ପରାର ଏକ ଅଂଶ ବୋଲି ସେ ଦର୍ଶାଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।