Badrinath Temple Donation Theft Allegations: ଅଯୋଧ୍ୟା ପରେ ବଦ୍ରିନାଥ; ମନ୍ଦିରରେ ଦାନ ଅର୍ଥ ଚୋରି ଓ ହେରଫେରର ସାଙ୍ଘାତିକ ଅଭିଯୋଗ

ଅଯୋଧ୍ୟା ପରେ ବଦ୍ରିନାଥ। ବଦ୍ରିନାଥ ମନ୍ଦିରରେ ଦାନ ଅର୍ଥ ଚୋରି ଓ ହେରଫେର ହୋଇଥିବା ନେଇ ସାଙ୍ଘାତିକ ଅଭିଯୋଗ । ଏହାକୁ ଗୁରୁତର ସହ ନେଇ ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ବା BKTC ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ମନ୍ଦିରର ଜଣେ କର୍ମଚାରୀ ଏବଂ 'ଭୈରବ ସେନା' ଦ୍ୱାରା ଦାନ ପାଣ୍ଠି ଚୋରି ନେଇ ପ୍ରଥମେ ସୋସିଆଲ ମିଡିଆରେ ଅଭିଯୋଗ ଉଠିଥିଲା।
BKTC ଏହି ଅଭିଯୋଗକୁ ଗମ୍ଭୀରତାର ସହ ନେଇ ଏକ ସ୍ୱତନ୍ତ୍ର ମିଳିତ ତଦନ୍ତ ଦଳ ଗଠନ କରିଛି। ସନ୍ଦେହ ଘେରରେ ଥିବା କର୍ମଚାରୀମାନଙ୍କୁ ତୁରନ୍ତ ସୋ-କଜ୍ ନୋଟିସ ଜାରି କରାଯାଇ ସ୍ପଷ୍ଟୀକରଣ ମଗାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ CCTV କ୍ୟାମେରା ଫୁଟେଜ୍ ଯାଞ୍ଚ କରାଯାଉଛି । ଏକ ବୈଷୟିକ ଟିମ୍ ଦ୍ୱାରା ଭିଡିଓର ଯାଞ୍ଚ ଚାଲିଛି।
BKTC ସଭାପତି ହେମନ୍ତ ଦ୍ୱିବେଦୀ କହିଛନ୍ତି ଯେ, ମନ୍ଦିରର ପବିତ୍ରତା ଏବଂ ଭକ୍ତଙ୍କ ଦାନ ସହ କୌଣସି ବୁଝାମଣା କରାଯିବ ନାହିଁ। ଯଦି ତଦନ୍ତରେ କେହି ଦୋଷୀ ପ୍ରମାଣିତ ହୁଅନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
- ବଦ୍ରିନାଥରେ ଦାନ ଅର୍ଥ ଚୋରି ଓ ହେରଫେର ଅଭିଯୋଗ
- ମନ୍ଦିରର ଜଣେ କର୍ମଚାରୀଙ୍କ ନାଁରେ ଅଭିଯୋଗ
- 'ଭୈରବ ସେନା' ନାଁରେ ହଡ଼ପ ଅଭିଯୋଗ
- ପ୍ରଥମେ ସୋସିଆଲ ମିଡିଆରେ ଅଭିଯୋଗ ଉଠିଥିଲା
- ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲା BKTC
- ସନ୍ଦେହରେ ଥିବା କର୍ମଚାରୀଙ୍କୁ ସୋ-କଜ୍ ନୋଟିସ
- CCTV କ୍ୟାମେରା ଫୁଟେଜ୍ ଯାଞ୍ଚ କରାଯାଉଛି
- ବୈଷୟିକ ଟିମ୍ ଦ୍ୱାରା ଭିଡିଓର ଯାଞ୍ଚ ଚାଲିଛି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।