Baijayant Panda Attends Nuakhai Bhetghat: ନୂଆଖାଇ ଭେଟଘାଟରେ ବୈଜୟନ୍ତ ପଣ୍ଡା; ଆଦିବାସୀ ପରିବାର ଘରେ ଖାଇଲେ ଦେଶୀ ଭୋଜନ

Oct 04, 2026 - 19:20
Baijayant Panda Attends Nuakhai Bhetghat: ନୂଆଖାଇ ଭେଟଘାଟରେ ବୈଜୟନ୍ତ ପଣ୍ଡା; ଆଦିବାସୀ ପରିବାର ଘରେ ଖାଇଲେ ଦେଶୀ ଭୋଜନ

ବୌଦ୍ଧ ଜିଲ୍ଲା ଚାରିଛକରେ ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ । ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସମ୍ମାନିତ ଅତିଥି ଭାବେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ କାହ୍ନୁଚରଣ ଡାଙ୍ଗ, ବୌଦ୍ଧ ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ସମେତ ଦଳର ବିଭିନ୍ନ ପଦାଧିକାରୀ ଓ ନେତା ଯୋଗ ଦେଇଥିଲେ। 

ଚାରିଛକସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଆୟୋଜିତ ନୂଆଖାଇ ଭେଟଘାଟରେ ଯୋଗ ଦେଇଥିଲେ ବୈଜୟନ୍ତ ପଣ୍ଡା। ଲଣ୍ଡେଜୁର ଗାଁର ଆଦିବାସୀ ପରିବାରର ମାଧବ କହଁରଙ୍କ କୁଡ଼ିଆରେ ପହଞ୍ଚି ଶିଆଳି ପତ୍ରରେ ପରସା ଯାଇଥିବା ଘରୋଇ ଦେଶୀ ଖାଦ୍ୟର ଭୋଜନ କରିଥିଲେ। ଦେଶୀ ଖାଦ୍ୟର ସ୍ୱାଦ ନେବା ସହ ଆଦିବାସୀ ପରିବାରର ଆତିଥ୍ୟକୁ ମଧ୍ୟ ବେଶ୍ ପ୍ରଶଂସା କରିଥିଲେ ବୈଜୟନ୍ତ ପଣ୍ଡା।

  • ବୌଦ୍ଧ ଚାରିଛକରେ ନୂଆଖାଇ ଭେଟଘାଟରେ ବୈଜୟନ୍ତ ପଣ୍ଡା 
  • ଆଦିବାସୀ ପରିବାର ଘରେ ଖାଇଲେ ଦେଶୀ ଭୋଜନ
  • ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।