Baitarani River Embankment Cracks Again: ବାତ୍ୟା ଅର୍ଣ୍ଣବ ପ୍ରଭାବ; ବୈତରଣୀ ନଦୀବନ୍ଧର ୬୦ ଫୁଟ୍ ଧସିଲା

Oct 28, 2026 - 18:16
Baitarani River Embankment Cracks Again: ବାତ୍ୟା ଅର୍ଣ୍ଣବ ପ୍ରଭାବ; ବୈତରଣୀ ନଦୀବନ୍ଧର ୬୦ ଫୁଟ୍ ଧସିଲା

ଧସିଲା ବୈତରଣୀ ନଦୀବନ୍ଧ।

ପ୍ରାୟ ୬୦ ଫୁଟ ଲମ୍ବରେ ନଦୀବନ୍ଧ ଧସିଥିବା ସୂଚନା ମିଳିଛି।

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଦତ୍ତପୁର ପଞ୍ଚାୟତ ନାରଣପୁର ନିକଟରେ ଏଭଳି ସ୍ଥିତି ଉପୁଜିଛି।

ପୂର୍ବ ବନ୍ୟା ସମୟରେ ଏହି ସ୍ଥାନରେ ଫାଟ ସୃଷ୍ଟି ହୋଇଥିଲା।

ଏବେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହାଲୁକା ବର୍ଷା ଲାଗି ରହିଥିବା ବେଳେ ଫାଟିଥିବା ସ୍ଥାନରୁ ମାଟି ଅତଡ଼ା ଖସିଛି।

ତେବେ ଜଳ ସମ୍ପଦ ବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ ପାଲ ପକାଇ ଅସ୍ଥାୟୀ ଭାବେ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ବୈତରଣୀରେ ଜଳସ୍ତର ବଢ଼ି ବନ୍ୟା ଆସିଲେ, ସ୍ଥିତି ଅଧିକ ବିପଜ୍ଜନକ ହୋଇପାରେ।

ଏହାକୁ ନେଇ ଆତଙ୍କିତ ସ୍ଥାନୀୟ ବାସିନ୍ଦା।

ବନ୍ଧର ସ୍ଥାୟୀ ମରାମତି ସହ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।

Advertisment ଧସିଲା ବୈତରଣୀ ନଦୀବନ୍ଧ, ଆତଙ୍କରେ ଲୋକେ ଦଶରଥପୁର ବ୍ଲକ ନାରଣପୁର ନିକଟରେ ଧସିଲା ନଦୀବନ୍ଧ ପ୍ରାୟ ୬୦ ଫୁଟ ଲମ୍ବରେ ନଦୀବନ୍ଧ ଧସିଥିବା ସୂଚନା ଲଗାଣ ବର୍ଷା ଯୋଗୁଁ ବୈତରଣୀରେ ବଢୁଛି ଜଳସ୍ତର ବାତ୍ୟା ବର୍ଷାରେ ଧସିଲା ବନ୍ଧ, ଚିନ୍ତାରେ ସ୍ଥାନୀୟ ଲୋକେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।