Baitarani River: ଘାଇ ମରାମତି ହୋଇଥିବା ସ୍ଥାନର ୩ ଫୁଟ ଉଚ୍ଚତାରେ ବନ୍ୟା ଜଳ

Aug 08, 2026 - 12:41
Baitarani River: ଘାଇ ମରାମତି ହୋଇଥିବା ସ୍ଥାନର ୩ ଫୁଟ ଉଚ୍ଚତାରେ ବନ୍ୟା ଜଳ

"ଦଶରଥପୁର: ପୁଣି ଗାଁରେ ପଶିଲା ବନ୍ୟା ଜଳ।

ଦ୍ୱିତୀୟ ବନ୍ୟାର ମାତ୍ର ୧୦ ଦିନ ପରେ ପୁଣି ତୃତୀୟ ବନ୍ୟା ଆସିଛି।

ଗତ ଜୁଲାଇ ୨୯ ତାରିଖରେ ବୈତରଣୀ ଶାଖା କାଣୀ ନଦୀ ତରପଦା ପଞ୍ଚାୟତ ଡୋଭାବିଲ-ପାଟଣା ଠାରେ ୨ ଟି ଘାଇ ହୋଇଥିଲା।

ଗତକାଲି ବୈତରଣୀ ନଦୀରେ ତୃତୀୟ ବନ୍ୟା ଆସିବା ପରେ ଘାଇ ହୋଇଥିବା ସ୍ଥାନରେ ମରାମତି କରାଯାଇଥିବା ଉଚ୍ଚତା ଠାରୁ ପ୍ରାୟ ୩ ଫୁଟ ଉଚ୍ଚତାରେ ଗାଁକୁ ବନ୍ୟା ଜଳ ପ୍ରବେଶ କରୁଛି।Advertisment ବିପନ୍ନଙ୍କ ଦୁଃଖ ବଢ଼ାଇଦେଇଛି ଫଳରେ ବର୍ତ୍ତମାନ ସୁଦ୍ଧା କସପା ଏବଂ ତରପଦା ପଞ୍ଚାୟତର ଡୋଭାବିଲ, ତରପଦା, ରାମଚନ୍ଦ୍ରପୁର, ଗଣ୍ଡକୂଳ ଆଦି ଗାଁରେ ବନ୍ୟା ଜଳ ପ୍ରବେଶ କରିସାରିଲେଣି।

ଅହିୟାସ ବଜାରରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିବା ଆରମ୍ଭ ହୋଇଛି।

ଯାହାକି ବିପନ୍ନଙ୍କ ଦୁଃଖ ବଢ଼ାଇଦେଇଛି।

ବନ୍ୟାରେ ବିପନ୍ନ ଘରକୁ ଫେରି ନଥିବା ବେଳେ ଲଘୁଚାପ ବର୍ଷା ଏବଂ ବନ୍ୟା ଜଳ ଚିନ୍ତାର କାରଣ ପାଲଟିଛି।

Tigress Death: ଶିମିଳିପାଳରେ ରହସ୍ୟମୟ ଭାବେ ମାଈ ବାଘର ମୃତ୍ୟୁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।