22 OCTOBER 2026

Welcome!

Unlock your personalized experience.
Sign Up

Balangir: ଜଙ୍ଗଲ ଭିତରେ ଘର କରିବା ହେଲା କାଳ, ହାତୀ ଦଳିଦେବାରୁ ବୃଦ୍ଧାଙ୍କର ମୃତ୍ୟୁ

Oct 22, 2026 - 08:09
Balangir: ଜଙ୍ଗଲ ଭିତରେ ଘର କରିବା ହେଲା କାଳ, ହାତୀ ଦଳିଦେବାରୁ ବୃଦ୍ଧାଙ୍କର ମୃତ୍ୟୁ

ଦେଓଗାଁ: ଘରେ ଶୋଇଥିବା ବେଳେ ଦଳିଦେଲା ହାତୀ। ଦେଓଗାଁ ଥାନା ଡାହିମାଲ୍ ଗାଁରେ ଦଳିଦେଲା ହାତୀ। ହାତୀ ଦଳିଦେବାରୁ ଘଟଣାସ୍ଥଳରେ ଉଡିଯାଇଛି ବୃଦ୍ଧାଙ୍କ ପ୍ରାଣବାୟୁ | ବଲାଙ୍ଗିରଜିଲ୍ଲା ସଇଁତଳା ରେଞ୍ଜ ଅଞ୍ଚଳରେ ଘୁରି ବୁଲୁଥିବା ହାତୀପଲ ଜଣେ ବୃଦ୍ଧାଙ୍କ ଜୀବନ ନେଇଛି। ତେବେ ବନ ବିଭାଗର ନିଷ୍କ୍ରିୟତା ଯୋଗୁଁ ଡ଼ାହିମାଲ ଗାଁର ସୀତାରାମ ଭୋଇଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି। ହାତୀ ଜଙ୍ଗଲ ଭିତରେ ରହୁଥିଲେ ବି ବନ ଵିଭାଗ ଠିକ୍ ଭାବରେ ଲୋକଙ୍କୁ ସଚେତନ କରୁନଥିବାରୁ ଜଣେ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ହୋଇଛି। ଏନେଇ ଘଟଣାସ୍ଥଳରେ ସଇଁତଳା ବନ ବିଭାଗ ଓ ଦେଓଗାଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।