22 OCTOBER 2026

Welcome!

Unlock your personalized experience.
Sign Up

Kandhamal: କନ୍ଧମାଳରେ ପହିଲି ଶୀତର ସ୍ପର୍ଶ: ସକାଳ ୮ଟା ପର୍ଯ୍ୟନ୍ତ ଘନ କୁହୁଡ଼ି, ଖସୁଛି ପାରଦ

Oct 22, 2026 - 06:00
Kandhamal: କନ୍ଧମାଳରେ ପହିଲି ଶୀତର ସ୍ପର୍ଶ: ସକାଳ ୮ଟା ପର୍ଯ୍ୟନ୍ତ ଘନ କୁହୁଡ଼ି, ଖସୁଛି ପାରଦ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆଜି ପହିଲି ଶୀତର ସ୍ପର୍ଶ ଅନୁଭୂତ ହୋଇଛି। ଆଜି ସକାଳ ୮ଟା ପର୍ଯ୍ୟନ୍ତ ଆକାଶ ଘନ କୁହୁଡ଼ି ଦ୍ବାରା ଅଚ୍ଛାଦିତ ହୋଇଥିଲା। ଗତକାଲି ବିଳମ୍ବିତ ରାତିରୁ ସକାଳ ୯ଟା ପର୍ଯ୍ୟନ୍ତ ଶୀତ ଅନୁଭୂତ ହୋଇଥିଲା। ଫୁଲବାଣୀରେ ସକାଳେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଦାରିଙ୍ଗବାଡ଼ି, ବେଲଘର, ଘୁ.ଉଦୟଗିରି, କୋଟଗଡ଼, ସୁବର୍ଣ୍ଣଗିରି ଓ ରାଇକିଆ ଅଞ୍ଚଳ‌ରେ ତାପମାତ୍ରା ହ୍ରାସ ପାଇଛି। 

ଫଳରେ ଆଗକୁ ଶୀତ ବଢ଼ିବାର ସମ୍ଭାବନା ରହିଛି। ତେବେ ଦିନବେଳେ ଟାଣଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି। ଆଗରୁ ପାଣିପାଗର ଏଭଳି ବିଚିତ୍ର ସ୍ଥିତି ଦେଖିବାକୁ ମିଳୁ ନଥିଲା ବୋଲି ଫୁଲବାଣୀ ସହରର ବରିଷ୍ଠ ନାଗରିକ ବନବିହାରୀ ନନ୍ଦ କହିଛନ୍ତି। ମୁଖ୍ୟତଃ ଦଶହରା ବେଳକୁ ଜିଲ୍ଲାରେ ଶୀତ ଅନୁଭୂତ ହୁଏ। ଚଳିତ ବର୍ଷ ବି ଶୀତ ସ୍ପର୍ଶ କରିଛି। କିନ୍ତୁ ଦିନବେଳା ଗରମ ଲାଗୁଛି। ରାତିର ତାପମାତ୍ରା ହ୍ରାସ ପାଉଥିବାରୁ ଭୋର୍‌ ସମୟରେ ଶୀତ ହେଉଥିବା ବେଳେ ଦିନବେଳା ଗରମ ଅନୁଭୂତ ହେଉଛି। ଅନ୍ୟପକ୍ଷରେ ଫୁଲବାଣୀ ସହରରେ ଥଣ୍ଡା ପଡ଼ିବାରୁ ଧୀରେ ଧୀରେ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ଦାରିଙ୍ଗବାଡ଼ିରୁ ବି ସମାନ ଚିତ୍ର ସାମ୍‌ନାକୁ ଆସିଥିବା ବେଳେ ବିଭିନ୍ନ ପର୍ଯ୍ୟଟନସ୍ଥଳରେ ଭିଡ଼ ଜମିଲାଣି। ତେବେ ଘନ କୁହୁଡ଼ି ଯୋଗୁଁ ଯାନବାହନ ଚଳାଚଳରେ ସମସ୍ୟା ଦେଖାଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।