Balasore-Bhadrak Cooperative Bank: ବାଲେଶ୍ବର-ଭଦ୍ରକ ସମବାୟ ବ୍ୟାଙ୍କ: ୩୩୪ କୋଟି ଋଣ ଅନାଦେୟ, ଓଟିଏସ୍‌ ପରେ ବି ସୁଧୁରୁନି ସ୍ଥିତି

Sep 26, 2026 - 17:57
Balasore-Bhadrak Cooperative Bank: ବାଲେଶ୍ବର-ଭଦ୍ରକ ସମବାୟ ବ୍ୟାଙ୍କ: ୩୩୪ କୋଟି ଋଣ ଅନାଦେୟ, ଓଟିଏସ୍‌ ପରେ ବି ସୁଧୁରୁନି ସ୍ଥିତି

"ବାଲେଶ୍ବର (ରିତେନ୍ଦ୍ର ଛାଟୋଇ): ଋଣ ଦେଲେ, ହେଲେ ଆଦାୟ କରିପାରିଲେନି।

ବର୍ଷବର୍ଷ ଧରି ଋଣ ଟଙ୍କା ସେମିତି ଅନାଦେୟ ହୋଇ ପଡ଼ିରହିଛି।

ଓଟିଏସ୍‌ (ୱାନ୍‌ ଟାଇମ୍‌ ସେଟେଲମେଣ୍ଟ) ବ୍ୟବସ୍ଥା ଲାଗୁ ହେବା ପରେ ବି ସ୍ଥିତିରେ ବିଶେଷ ସୁଧାର ଆସିନାହିଁ।

ବାଲେଶ୍ବରରେ ଥିବା ବାଲେଶ୍ବର-ଭଦ୍ରକ ଜିଲ୍ଲା କେନ୍ଦ୍ର ସମବାୟ (ବିବିସିସିବି) ବ୍ୟାଙ୍କରେ ଏବେ ୩୩୩ କୋଟି ୯୪ ଲକ୍ଷ ୯୨ ହଜାର ଟଙ୍କାର ଋଣ ଏନ୍‌ପିଏ ହୋଇ ପଡ଼ିରହିଛି।

ରାଜ୍ୟରେ ଏନ୍‌ପିଏ ପରିମାଣରେ ସମ୍ବଲପୁର କେନ୍ଦ୍ର ସମବାୟ ବ୍ୟାଙ୍କ ପରେ ବିବିସିସିବି ଦ୍ବିତୀୟ ସ୍ଥାନରେ ରହିଛି।Advertisment Horoscope 2026 September 26: ଜାଣନ୍ତୁ ଆଜିର ରାଶିଫଳ...

ଓଟିଏସ୍‌ ପରେ ବି ସୁଧୁରୁନି ସ୍ଥିତିପ୍ରିୟାପ୍ରୀତି ତୋଷଣରେ ଋଣ ଦେଣନେଣ ସମବାୟ ବିଭାଗର ସର୍ବଶେଷ ତଥ୍ୟ ଅନୁସାରେ, ସମ୍ବଲପୁର କେନ୍ଦ୍ର ସମବାୟ ବ୍ୟାଙ୍କରେ ସର୍ବାଧିକ ୪୮୧ କୋଟି ଟଙ୍କାର ଋଣ ଅନାଦେୟ ଥିବା ବେଳେ ବିବିସିସିବିରେ ୩୩୩ କୋଟି ୯୪ ଲକ୍ଷ ୯୨ ହଜାର ଟଙ୍କା ଏନ୍‌ପିଏ ହୋଇରହିଛି।

ତୃତୀୟ ସ୍ଥାନରେ ଥିବା ବଲାଙ୍ଗୀର ସମବାୟ ବ୍ୟାଙ୍କରେ ୨୪୨ କୋଟି ଟଙ୍କା ଋଣ ଅନାଦେୟ ରହିଛି।

ବିବିସିସିବି ଅଧୀନରେ ବାଲେଶ୍ବର ଜିଲ୍ଲାରେ ୧୪ଟି ବ୍ୟାଙ୍କ ଶାଖା ରହିଥିବା ବେଳେ ୧୬୦ରୁ ଅଧିକ ପ୍ରାଥମିକ କୃଷି ସେବା ସମବାୟ ସମିତି (ପ୍ୟାକ୍ସ) କାର୍ଯ୍ୟ କରୁଛି।

ଋଣ ନଶୁଝିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଆବଶ୍ୟକ ତତ୍ପରତା ଦେଖାଉନଥିବା ଅଭିଯୋଗ ହେଉଛି।

ଏହାର ପରିଣାମରେ ବର୍ଷକୁ ବର୍ଷ ଏନ୍‌ପିଏ ପରିମାଣ ବଢ଼ିଚାଲିଥିବା କୁହାଯାଉଛି।

ରାଜ୍ୟବ୍ୟାପୀ ଏନ୍‌ପିଏ ବଢ଼ିବା ପରେ ଅନାଦେୟ ଋଣ ଆଦାୟ ପାଇଁ ଓଟିଏସ୍‌ ବ୍ୟବସ୍ଥା ଲାଗୁ କରିବାକୁ ଅନେକ ସମୟରେ ଦାବି ହୋଇଆସୁଥିଲା।

୨୦୨୫ରୁ ଏ ନେଇ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି।

ତେବେ ବାଲେଶ୍ବର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ବିଶେଷ ସଫଳ ହୋଇନଥିବା ଜଣାପଡ଼ିଛି।

ଋଣ ଯେମିତି ଏନ୍‌ପିଏ ହୋଇ ପଡ଼ିଥିଲା, ଏବେ ବି ସେମିତି ପଡ଼ିରହିଛି।

Heavy rain: ବାଲିମେଳା ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦନ ବନ୍ଦ; ବିପଦସଙ୍କୁଳ ସ୍ତରରେ ସତୀଗୁଡ଼ା ଜଳଭଣ୍ଡାର ଅନ୍ୟପକ୍ଷରେ ତୃଣମୂଳସ୍ତରରେ ସ୍ଥାନୀୟ ନେତା, ପ୍ୟାକ୍ସ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ପର୍ଯ୍ୟନ୍ତ ମିଳିମିଶି ଋଣ ଟଙ୍କା ଚଳୁ କରୁଥିବା ଅଭିଯୋଗ ହେଉଛି।

ଋଣ ଦେବା ଓ ନେବା କ୍ଷେତ୍ରରେ ବ୍ୟାପକ ପିସି କାରବାର ଚାଲିଥିବା ନେଇ ମଧ୍ୟ ଅଭିଯୋଗ ରହିଛି।

ବର୍ଷବର୍ଷ ଧରି କିଏ ଚାଷ ପାଇଁ ତ କିଏ ଘର ପାଇଁ ଋଣ ନେଇଥିଲେ ମଧ୍ୟ ତାହା ପରିଶୋଧ କରୁନାହାନ୍ତି।

ଏପରିକି ଏଭଳି ଋଣଗ୍ରହୀତାଙ୍କ ମଧ୍ୟରୁ ଅନେକଙ୍କର ଇତିମଧ୍ୟରେ ମୃତ୍ୟୁ ହୋଇସାରିଥିବା ଆଶଙ୍କା କରାଯାଉଛି।

ଫଳରେ ଋଣ ଟଙ୍କା ବର୍ଷକୁ ବର୍ଷ ବଢ଼ିଚାଲିଥିବା କୁହାଯାଉଛି।

ଏ ସମ୍ପର୍କରେ ବାଲେଶ୍ବର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ସିଇଓ କୈଳାସ ଚନ୍ଦ୍ର ଶବରଙ୍କୁ ପଚାରିବାରୁ, ଓଟିଏସ୍‌ ପାଇଁ ସମ୍ପୃକ୍ତ ପ୍ୟାକ୍ସଗୁଡ଼ିକର ଆର୍ଥିକ ସ୍ଥିତି ମଜଭୁତ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସରକାର ଓଟିଏସ୍‌ ବ୍ୟବସ୍ଥା ଆରମ୍ଭ କରିଥିଲେ ମଧ୍ୟ ପ୍ୟାକ୍ସଗୁଡ଼ିକର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେମାନେ ଋଣଗ୍ରହୀତାଙ୍କୁ ଓଟିଏସ୍‌ ସୁବିଧା ଦେବାକୁ ଆଗ୍ରହୀ ହେଉନାହାନ୍ତି।

ବିବିସିସିବି ଅଧୀନରେ ଅଧିକ ଋଣ କାରବାର ହେଉଥିବାରୁ ଏନ୍‌ପିଏ ମଧ୍ୟ ଅଧିକ ହୋଇଛି।

ଋଣ ଆଦାୟ ହୋଇନପାରିବା ପଛରେ ନାନା କାରଣ ରହିଥିବା ସେ ସ୍ବୀକାର କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।