26 SEPTEMBER 2026

Welcome!

Unlock your personalized experience.
Sign Up

Water Resources Department: ଅନ୍ତର୍ଜାତୀୟ ଜଳ ସପ୍ତାହରେ ଜଳସମ୍ପଦ ବିଭାଗକୁ ଶ୍ରେଷ୍ଠ ପୁରସ୍କାର

Sep 26, 2026 - 17:57
Water Resources Department: ଅନ୍ତର୍ଜାତୀୟ ଜଳ ସପ୍ତାହରେ ଜଳସମ୍ପଦ ବିଭାଗକୁ ଶ୍ରେଷ୍ଠ ପୁରସ୍କାର

ଭୁବନେଶ୍ବର: ନୂଆଦିଲ୍ଲୀରେ ଅନୁଷ୍ଠିତ ୯ମ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ (ଆଇଆଇଡବ୍ଲ୍ୟୁଡବ୍ଲ୍ୟୁ) ୨୦୨୬ରେ ରାଜ୍ୟ ବର୍ଗରେ ଓଡ଼ିଶାର ଜଳସମ୍ପଦ ବିଭାଗକୁ ଶ୍ରେଷ୍ଠ ପୁରସ୍କାର ମିଳିଛି। ‘ଜଳବାୟୁ ସହନଶୀଳ ଜଳ ପରିଚାଳନା’ ବିଷୟବସ୍ତୁ ଉପରେ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସହଯୋଗୀ ରାଜ୍ୟ ଭାବେ ଅଂଶଗ୍ରହଣ କରିଥିଲା।

Landslides: ଭୂସ୍ଖଳନ, ସୁରକ୍ଷା ପାଚେରୀ ଭାଙ୍ଗିବା ପରେ କଳିଙ୍ଗା ଘାଟି ବଢ଼ାଇଲା ଚିନ୍ତା

ଓଡ଼ିଶା ପାଭିଲିୟନ୍‌ରେ ଜଳ ସଂରକ୍ଷଣ ଓ ବଣ୍ଟନ, ଜଳର ଦକ୍ଷ ବ୍ୟବହାର, କୃଷି ନବସୃଜନ ଏବଂ ସ୍ଥାନୀୟ ସମୁଦାୟର ଅଂଶଗ୍ରହଣକୁ ଏକୀକୃତ କରି ରାଜ୍ୟର ଜଳ ପରିଚାଳନା ମଡେଲ୍‌ ପ୍ରଦର୍ଶିତ ହୋଇଥିଲା। ଜଳସମ୍ପଦ ଭିତ୍ତିଭୂମି, କୃଷି ନବୀନତା ଓ ସାମୁଦାୟିକ ଅଂଶଗ୍ରହଣ ମାଧ୍ୟମରେ କୃଷକ ଓ ସମୁଦାୟର ଜୀବିକାକୁ କିପରି ସୁଦୃଢ଼ କରାଯାଇପାରିବ ତାହା ପାଭିଲିୟନ୍‌ରେ ପ୍ରଦର୍ଶିତ ହୋଇଥିଲା।

Heavy rain: ବାଲିମେଳା ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦନ ବନ୍ଦ; ବିପଦସଙ୍କୁଳ ସ୍ତରରେ ସତୀଗୁଡ଼ା ଜଳଭଣ୍ଡାର

ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶା ଜଳସେଚନ ପ୍ରକଳ୍ପ ନିମନ୍ତେ ଜଳବାୟୁ ସହନଶୀଳ କୃଷି (ଓଆଇଆଇପିସିଆର୍‌ଏ) ଏହି ପ୍ରଦର୍ଶନୀର ଏକ ପ୍ରମୁଖ ଆକର୍ଷଣ ଥିଲା। ଏଥିରେ କ୍ଷୁଦ୍ର ଜଳସେଚନ ବ୍ୟବସ୍ଥାର ପୁନରୁଦ୍ଧାର ସହ ଧାନ ଚାଷ, ଜୈବିକ ସାର ପ୍ରୟୋଗ, ଫସଲ ବିବିଧୀକରଣ, ସମନ୍ୱିତ ଧାନ-ମାଛ ଚାଷ ଏବଂ କଷ୍ଟମ୍ ହାୟାରିଂ ସେଣ୍ଟର ମାଧ୍ୟମରେ କୃଷି ଯନ୍ତ୍ରପାତି ଉପଲବ୍ଧତା ଭଳି ପଦକ୍ଷେପ ପ୍ରଦର୍ଶିତ ହୋଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।