Bandana Parab: ୩ ହଜାରରୁ ଊର୍ଦ୍ଧ୍ୱ ମାଦଳର ତାଳେ ଦୁଲୁକିବ ଆଗୁଆଡ଼, କୁଡୁମୀ ସମାଜର ପର୍ବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ
ବୈଶିଙ୍ଗା (ଦୀପକ କୁମାର ସିଂହ): କୁଡ଼ୁମୀ ସମାଜର ଗୌରବମୟ ଇତିହାସ, ଭାଷା, ପରମ୍ପରା ଓ ସଂସ୍କୃତିର ମହାମିଳନର ସାକ୍ଷୀ ହେବ ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ।
କୁଡ଼ୁମୀ ସମାଜର ଐତିହ୍ୟ ଓ ସାଂସ୍କୃତିକ ପରିଚୟକୁ ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିବା ସହ ଏହାର ସଂରକ୍ଷଣ ଉଦ୍ଦେଶ୍ୟରେ ଆସନ୍ତା ୧୧ରୁ ୧୩ ତାରିଖ ମଧ୍ୟରେ ବଡ଼ସାହି ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅଧୀନ ଆଗୁଆଡ଼ ଗ୍ରାମରେ ଆୟୋଜିତ ହେବ ତିନିଦିନିଆ ଜାତୀୟ ବାନ୍ଦନା ପରବ-୨୦୨୬।
Advertisment ଏହି ମହାପର୍ବକୁ ନେଇ ଏବେଠାରୁ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି।
ଅ-ଆ ଯୁବକ ସଂଘ, ଆଗୁଆଡ଼ ଓ ଜାତୀୟ ବାନ୍ଦନା ପରବ କମିଟିର ମିଳିତ ସହଯୋଗରେ ଆୟୋଜିତ ଏହି ମହୋତ୍ସବରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼ ଓ ଆସାମ ଭଳି ବିଭିନ୍ନ ରାଜ୍ୟରୁ କୁଡ଼ୁମୀ ସମାଜର ହଜାର ହଜାର ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ବିଶାଳ ସାଂସ୍କୃତିକ ସମାବେଶ ଏହି ପରବର ମୁଖ୍ୟ ଆକର୍ଷଣ ହେବ ନଭେମ୍ବର ୧୩ ତାରିଖରେ ଆୟୋଜିତ ବିଶାଳ ସାଂସ୍କୃତିକ ସମାବେଶ।
ଏହି ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟର ୪ ଜଣ ମନ୍ତ୍ରୀ, ମୟୂରଭଞ୍ଜର ସାଂସଦ ନବଚରଣ ମାଝୀ ଓ ବିଧାୟକମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ତିନିଦିନ ଧରି ପାରମ୍ପରିକ ବେଶଭୂଷାରେ କୁଡ଼ୁମୀ ସମାଜର ପ୍ରସିଦ୍ଧ ଝୁମର ନୃତ୍ୟ ପରିବେଷଣ କରାଯିବ।
ତେବେ ୧୩ ତାରିଖ ପୂର୍ବାହ୍ନ ୧୦ଟାରୁ ଏକ ଅଭୂତପୂର୍ବ ସାଂସ୍କୃତିକ ଦୃଶ୍ୟ ଦେଖିବାକୁ ମିଳିବ।
୧୦୦୦ ପାନ୍ତା ଝୁମର ଦଳ ଓ ୩ ହଜାରରୁ ଊର୍ଦ୍ଧ୍ୱ ମାଦଳର ତାଳେ ସାମୂହିକ ଭାବେ ପାରମ୍ପରିକ ଝୁମର ନୃତ୍ୟ ପରିବେଷଣ କରିବେ।
ଏହି ବିଶାଳ ସାଂସ୍କୃତିକ ଆୟୋଜନ କୁଡ଼ୁମୀ ସମାଜର ଏକତା, ଐତିହ୍ୟ ଓ ପରମ୍ପରାର ଅନନ୍ୟ ପ୍ରତିଛବି ସୃଷ୍ଟି କରିବାକୁ ଯାଉଛି।
Indian Railways: ମୟୂରଭଂଜରେ ଦୁଇ ରେଳ ଲାଇନ ସଂଯୋଗ ତ୍ୱରାନ୍ୱିତ ହେବ ନୂଆ ସାଂସ୍କୃତିକ ପରିଚୟ ଅନ୍ୟପଟେ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ପରବର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶାସନିକ ତତ୍ପରତା ବଢ଼ିଛି।
ଜିଲ୍ଲାପାଳ ଓ ଏସ୍ପି ଆୟୋଜନସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବା ସହ ପ୍ରସ୍ତୁତିର ତଦାରଖ କରିଛନ୍ତି।
ଆଗୁଆଡ଼ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ମହାପର୍ବ ସମ୍ପର୍କରେ ସୂଚନା ଦେଇଥିଲେ ଅ-ଆ ଯୁବକ ସଂଘର ସଭାପତି ଶରତ ମହାନ୍ତ।
କୁଡ଼ୁମୀ ସଂସ୍କୃତିର ଗୌରବ, ପରମ୍ପରାର ମହାମିଳନ ଓ ଝୁମରର ମହାନାଦ—ଜାତୀୟ ବାନ୍ଦନା ପରବ-୨୦୨୬ ଆଗୁଆଡ଼କୁ ଦେବ ଏକ ନୂଆ ସାଂସ୍କୃତିକ ପରିଚୟ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।