Bangladeshi pigeon: ମୟୂରଭଞ୍ଜରୁ ବାଂଲାଦେଶୀ ପାରା ଉଦ୍ଧାର! ଗୋଡ଼ରେ ରହିଛି ପିତ୍ତଳ ରିଂ
"ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ଅଧୀନ କଷିପଦା ଗ୍ରାମରୁ ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି।
ପାରାଟିର ଗୋଡ଼ରେ ଥିବା ନୀଳରଙ୍ଗର ପିତ୍ତଳ ରିଂରେ "ବିଏଏନ୍-୨୦୨୪" ଓ "୭୦୧୮୩୧" ଲେଖାଥିବାରୁ ଏହାକୁ ନେଇ କୌତୂହଳ ସୃଷ୍ଟି ହୋଇଛି।
ଆଜି ଅପରାହ୍ଣରେ ଗ୍ରାମର ହରୀଶ ଚନ୍ଦ୍ର ପୁହାଣଙ୍କ ଘର ନିକଟରେ ପାରାଟି ବୁଲୁଥିବା ବେଳେ ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲା।Advertisment Paddhati: କ୍ୟାରିୟର ବାଛିବାରେ ଆଉ ନୁହେଁ ଦ୍ୱନ୍ଦ୍ୱ, ଦିଗ ଦେଖାଇବ "ପଦ୍ଧତି" ଗୋଡ଼ରେ ରହିଛି ପିତ୍ତଳ ରିଂଲେଖାଅଛି "ବିଏଏନ୍-୨୦୨୪ ଓ ୭୦୧୮୩୧" ଗୋଡ଼ରେ ଥିବା ରିଂରେ ଉକ୍ତ କୋଡ୍ ଲେଖାଥିବା ଜଣାପଡ଼ିବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା।
ତେବେ ପରେ ହରୀଶଙ୍କ ପୁଅ ଶ୍ରୀକାଶ ପାରାଟିକୁ ଉଦ୍ଧାର କରି ବୈଶିଙ୍ଗା ଥାନାର ଜିମା ଦେଇଥିଲେ।
ବେତନଟୀ ଏସ୍ଡିପିଓ ମିନତି ବିଶ୍ୱାଳ ଓ ଥାନା ଅଧିକାରୀ ବାବାଶଙ୍କର ସରାଫ ରିଂରେ ଥିବା କୋଡ୍ ନମ୍ବର ଯାଞ୍ଚ କରିଥିଲେ।
ପ୍ରାଥମିକ ତଦନ୍ତରୁ ପାରାଟି ବାଂଲାଦେଶରୁ ଆସିଥିବା ସନ୍ଦେହ କରାଯାଉଛି।
AI: କେବଳ ଧନୀଙ୍କ ପାଇଁ ନୁହେଁ ଏଆଇ, ଭାରତରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ: ବିଲ୍ ଗେଟ୍ସ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।