sugar mill: ନୂଆ ଚିନିକଳ ପାଇଁ ସ୍ବପ୍ନ ଦେଖାଉଛନ୍ତି ସରକାର: ଆଖୁଚାଷ ପାଇଁ କରାଯାଉନି ସଚେତନ କି ମିଳୁନି ପ୍ରୋତ୍ସାହନ

Sep 16, 2026 - 05:53
sugar mill: ନୂଆ ଚିନିକଳ ପାଇଁ ସ୍ବପ୍ନ ଦେଖାଉଛନ୍ତି ସରକାର: ଆଖୁଚାଷ ପାଇଁ କରାଯାଉନି ସଚେତନ କି ମିଳୁନି ପ୍ରୋତ୍ସାହନ

"ନୟାଗଡ଼ (ସନ୍ଦୀପ ଲେଙ୍କା): ନୟାଗଡ଼ରେ ନୂତନ ଚିନିକଳ ପ୍ରତିଷ୍ଠା ପାଇଁ ଏବେ ସରକାରୀ ସ୍ତରରେ ଜୋରଦାର ପଦକ୍ଷେପ ନିଆଯାଉଛି।

ନୂଆ କାରଖାନା ପାଇଁ ଜାଗା ଚିହ୍ନଟ ସହ ଅନ୍ୟାନ୍ୟ ପ୍ରକ୍ରିୟା ନିମନ୍ତେ ଇଣ୍ଡିଆନ୍‌ ପଟାସ ଲିମିଟେଡ୍ (ଆଇପିଏଲ୍‌) ଟିମ୍ ସହ ଜିଲ୍ଲା ପ୍ରଶାସନ ଘନ ଘନ ବୈଠକ ଚଳାଇଛି।

କିଛିଦିନ ତଳେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିନିକଳ ନିଶ୍ଚିତ ପ୍ରତିଷ୍ଠା ହେବ ବୋଲି ଘୋଷଣା କରି ସାରିଛନ୍ତି।

ମାତ୍ର ଚିନିକଳ ପ୍ରତିଷ୍ଠା ପରେ ଏହାର କଞ୍ଚାମାଲ୍ ଅର୍ଥାତ୍‌ ଆଖୁ ଚାଷ କରିବା ପାଇଁ ଚାଷୀଙ୍କୁ କୌଣସି ପ୍ରକାର ସରକାରୀ ସଚେତନତା କିମ୍ବା ପ୍ରୋତ୍ସାହିତ କରାଯାଉଥିବା ଦେଖିବାକୁ ମିଳୁନି।

ଫଳରେ ନୟାଗଡ଼ରେ ବର୍ଷକୁ ବର୍ଷ ଆଖୁଚାଷ ହ୍ରାସ ପାଉଥିବା ଦେଖିବାକୁ ମିଳିଛି।

Advertisment Paddhati: କ୍ୟାରିୟର ବାଛିବାରେ ଆଉ ନୁହେଁ ଦ୍ୱନ୍ଦ୍ୱ, ଦିଗ ଦେଖାଇବ "ପଦ୍ଧତି" ଦିନେ ରାଜ୍ୟରେ ଆଖୁ ଉତ୍ପାଦନରେ ଦୁଇ ନମ୍ବରରେ ଥିଲା ନୟାଗଡ଼।

୨୦୧୩ରେ ଜିଲ୍ଲାରେ ୬ ହଜାର ହେକ୍ଟର ପାଖାପାଖି ଚାଷ ହେଉଥିଲା।

ଫଳରେ ସେତେବେଳେ ଜିଲ୍ଲାରେ ଚିନିକଳ କାର୍ଯ୍ୟକ୍ଷମ ଥିଲା।

ଚାଷୀମାନେ ଅନ୍ୟ କୃଷି ଅପେକ୍ଷା ଆଖୁଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଥିଲେ।

ଗୋଟିଏ ଗୋଟିଏ ବ୍ଲକରେ ୭୦୦ରୁ ୮୦୦ ହେକ୍ଟର ପର୍ଯ୍ୟନ୍ତ ଆଖୁଚାଷ କରାଯାଉଥିଲା।

ମାତ୍ର ହଠାତ୍ ଚିନିକଳରେ ତାଲା ପଡ଼ିଯିବାରୁ ଚାଷୀଙ୍କ ସମସ୍ୟା ବଢ଼ି ଯାଇଥିଲା।

ଚାଷୀମାନେ ଆଖୁ ବିକ୍ରି କରିବାରେ ସମସ୍ୟା ଭୋଗିଲେ।

ଚାଷରୁ ବି କ୍ଷତି ସହିଲେ।

ସେଥିପାଇଁ ସେମାନେ ଏହି ଚାଷ କରିବା ଦିଗରେ ଆଉ ଆଗ୍ରହୀ ହେଲେ ନାହିଁ।

ଆଖୁଚାଷୀମାନେ ଏବେ ଧାନ ଓ ପରିବା ଚାଷ କରି ଭଲ ରୋଜଗାର କରୁଛନ୍ତି।

ବର୍ତ୍ତମାନ ଜିଲ୍ଲାରେ ମାତ୍ର ୬୦୦ ହେକ୍ଟର ଜମିରେ ଆଖୁଚାଷ କରାଯାଉଛି।

AI: କେବଳ ଧନୀଙ୍କ ପାଇଁ ନୁହେଁ ଏଆଇ, ଭାରତରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ: ବିଲ୍‌ ଗେଟ୍ସ ଜିଲ୍ଲା କୃଷି ଅଧିକାରୀ ଗୌରୀ ଶଙ୍କର ମିଶ୍ର କୁହନ୍ତି ଯେ ବର୍ତ୍ତମାନ ୮ଟି ବ୍ଲକ୍ ମଧ୍ୟରୁ ଓଡ଼ଗାଁ, ରଣପୁର, ନୟାଗଡ଼ ଓ ନୂଆଗାଁରୁ ଉତ୍ପାଦନ ହେଉଥିବା ଆଖୁ ଆସ୍କା ଚିନିକଳକୁ ପଠାଯାଉଛି।

ସେହିପରି ଗଣିଆ, ଦଶପଲ୍ଲା, ଖଣ୍ଡପଡ଼ା ଓ ଭାପୁରରୁ ଉତ୍ପାଦନ ହେଉଥିବା ଆଖୁକୁ ଢେଙ୍କାନାଳରେ ଥିବା ଆଉ ଏକ ଚିନିକଳକୁ ପଠାଯାଉଛି।

ବର୍ତ୍ତମାନ ସମସ୍ତ ବ୍ଲକରେ ଆଖୁଚାଷ ପାଇଁ ଚାଷୀମାନଙ୍କୁ ସଚେତନ କରାଯାଉଥିବା ବେଳେ ଉନ୍ନତ କିସମର ବିହନ ସମ୍ପର୍କରେ ସେମାନଙ୍କୁ ବୁଝାଯାଉଛି।

ତଥାପି ଆଖୁଚାଷ ପ୍ରତି ସେମାନେ ସେତେଟା ଆଗ୍ରହ ଦେଖାଉ ନାହାନ୍ତି।

ଏ ନେଇ ନବ ନିର୍ମାଣ କୃଷକ ସଂଗଠନ ଜିଲ୍ଲା ସଭାପତି ରଣଜିତ ଦଳବେହେରା କୁହନ୍ତି, ସରକାର ହେଉ କି କମ୍ପାନି ଏ ପର୍ଯ୍ୟନ୍ତ କେହି ବି ଚାଷୀଙ୍କ ପାଖରେ ପହଞ୍ଚି ଆଖୁଚାଷ ସମ୍ପର୍କରେ ସଚେତନ କରୁ ନାହାନ୍ତି।

ଅଞ୍ଚଳର ବଡ଼ବଡ଼ ଆଖୁଚାଷୀମାନେ ଅନ୍ୟ ଚାଷକୁ ଆପଣେଇ ସାରିଲେଣି।

ଏଣୁ କେବଳ ଚିନିକଳ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଲେ ହେବନି, ଆଖୁ କେଉଁଠୁ ଆସିବ, ଏହାର ଚିନ୍ତା କରିବା ମଧ୍ୟ ଆବଶ୍ୟକ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।