Bangladeshis: ମସଜିଦ୍ରେ ଅନୈତିକ କାର୍ଯ୍ୟ ଅଭିଯୋଗରେ ଦୁଇଜଣ ବାଂଲାଦେଶୀଙ୍କୁ ମୃତ୍ୟୁଦଣ୍ଡ ଦେଲା ସାଉଦି ଆରବ
"ରିୟାଦ: ପବିତ୍ର ମକ୍କା ନଗରୀର ଏକ ମସଜିଦ ଭିତରେ ଅନୈତିକ କାର୍ଯ୍ୟ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ସାଉଦି ଆରବ ଦୁଇ ଜଣ ବାଂଲାଦେଶୀ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦେଇଛି।Advertisment ସାଉଦି ଆରବର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ବୁଧବାର (ଅକ୍ଟୋବର ୧୪)ରେ ବାଂଲାଦେଶୀ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା।
ତେବେ ସାଉଦି ଆରବରେ ଅବସ୍ଥାପିତ ବାଂଲାଦେଶ ବାଣିଜ୍ୟିକ ଦୂତାବାସକୁ ଏ ସମ୍ପର୍କରେ ଆଗୁଆ ସୂଚନା ଦିଆଯାଇ ନଥିଲା।
ମୃତ୍ୟୁଦଣ୍ଡ ପାଇଥିବା ଏହି ଦୁଇ ବାଂଲାଦେଶ ନାଗରିକ ହେଲେ ନାଜେରୁଲ ଇସଲାମ ଅବଦୁଲ ବସିର୍ ଓ ସିତି ଅଖତର।
ମନ୍ତ୍ରଣାଳୟ କହିଛି ଯେ, ବୁଧବାର ମକ୍କା ଅଞ୍ଚଳରେ ଏହି ମୃତ୍ୟୁଦଣ୍ଡ ଦିଆଯାଇଥିଲା।
ଗତକାଲି ସାଉଦି ଆରବର ସର୍ବୋଚ୍ଚ ଅଦାଲତ ଶ୍ରୀଲଙ୍କାର ଜଣେ ହିନ୍ଦୁ ଶିବରାସା ଆନୋଜାନଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡକୁ ଖାରଜ କରିଦେଇଥିଲେ।
ଆନୋଜାନ୍ଙ୍କ ଫେସବୁକ୍ ମନ୍ତବ୍ୟକୁ ଈଶ୍ୱର ନିନ୍ଦା ଭାବେ ବିଚାର କରାଯାଇଥିଲା, ଯାହାକୁ ସେ ତୁରନ୍ତ ଡିଲିଟ୍ କରିଦେଇଥିଲେ ଓ କ୍ଷମା ମାଗିଥିଲେ।
ତେବେ ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ନିରନ୍ତର କୂଟନୈତିକ ପ୍ରୟାସ ପରେ ଏହି ଆଶ୍ୱସ୍ତି ମିଳିଥିଲା।
ସଂଘ ଓ ସରକାରଙ୍କ ମଧ୍ୟରେ ବିରୋଧାଭାସ ଇଙ୍ଗିତ କଲା କଂଗ୍ରେସ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।