Orissa High Court: ହାଇକୋର୍ଟରେ ଦୁର୍ଗାପୂଜା ଅବକାଶ, ୨୩ରେ ଅବକାଶକାଳୀନ ଖଣ୍ଡପୀଠ
"କଟକ: ଓଡ଼ିଶା ହାଇକୋର୍ଟରେ ଦୁର୍ଗାପୂଜା ଅବକାଶ ଅକ୍ଟୋବର ୧୭ରେ ଆରମ୍ଭ ହେବ।
ଅକ୍ଟୋବର ୧୭ରୁ ୨୬ ତାରିଖ ପର୍ଯ୍ୟନ୍ତ ଦୁର୍ଗାପୂଜା ଅବକାଶ ରହିବ।
ଅକ୍ଟୋବର ୨୭ ତାରିଖରେ କୋର୍ଟ ଖୋଲିବ।
ଅବକାଶ ସମୟରେ ଅକ୍ଟୋବର ୨୩ରେ ଅବକାଶକାଳୀନ ଖଣ୍ଡପୀଠ ବସିବ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
Advertisment ଅକ୍ଟୋବର ୨୩ ତାରିଖରେ ଜଷ୍ଟିସ ଶଶିକାନ୍ତ ମିଶ୍ର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଦୁଇ ଜଣିଆ ଖଣ୍ଡପୀଠ ଓ ଜଣିକିଆ ଖଣ୍ଡପୀଠରେ ବସି ମାମଲା ଶୁଣାଣି କରିବେ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।
ଅକ୍ଟୋବର ୨୧, ୨୨, ୨୩ ତାରିଖରେ ଦିନ ୧୧ଟାରୁ ୩ଟା ହାଇକୋର୍ଟ କାର୍ଯ୍ୟାଳୟ ଖୋଲା ରହିବ।
ସମସ୍ତ ଜରୁରି ମାମଲା ଯେଉଁ ଗୁଡିକ ଅବକାଶ ଶେଷ ପରେ କୋର୍ଟ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରି ନ ପାରିବ ସେଗୁଡ଼ିକ କାର୍ଯ୍ୟ ଦିବସର ଦିନ ୧୧ଟାରୁ ୧୨ଟା ମଧ୍ୟରେ କମ୍ପ୍ୟୁଟର ଫାଇଲିଂ କାଉଣ୍ଟରରେ ଦାୟର କରାଯିବ।
ଜରୁରୀ ମାମଲାଗୁଡିକ ଶୁଣାଣି ପାଇଁ ଅବକାଶକାଳୀନ ଖଣ୍ଡପୀଠଙ୍କ ନିକଟରେ ତାଲିକାଭୁକ୍ତ କରାଯିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।