Bangomunda Road Accident: ଦୁର୍ଘଟଣାରେ ମୃତ ୨ ଯୁବକଙ୍କ ଶବ ରଖି ଧାରଣା, ୫ ଘଣ୍ଟା ପରେ ହଟିଲା ରାସ୍ତାରୋକ

Sep 19, 2026 - 21:40
Bangomunda Road Accident: ଦୁର୍ଘଟଣାରେ ମୃତ ୨ ଯୁବକଙ୍କ ଶବ ରଖି ଧାରଣା, ୫ ଘଣ୍ଟା ପରେ ହଟିଲା ରାସ୍ତାରୋକ

"ବଙ୍ଗୋମୁଣ୍ଡା: ଗତକାଲି ଏକ ସଡ଼କ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିଲା।

ଆଜି (ଶନିବାର) ଶବ ବ୍ୟବଚ୍ଛେଦ ପରେ ମୃତଦେହ ହସ୍ତାନ୍ତର କରାଯାଇଥିଲା।

ମୃତଦେହ ମିଳିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଆଜି ପୂର୍ବାହ୍‌ଣରେ ମୃତଯୁବକଙ୍କ ମୃତଦେହ ରାସ୍ତା ଉପରେ ରଖି ପରିବାର ସଦସ୍ୟ ଓ ଗାଁଲୋକ ଧାରଣା ଦେଇଥିଲେ।

ପ୍ରାୟ ୫ ଘଣ୍ଟା ଧରି ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ିମୋଟର ଅଟକି ରହିଥିଲା।

Advertisment Security Guard Killed: ଟ୍ରେଲର୍‌ ଧକ୍କାରେ ସୁରକ୍ଷାକର୍ମୀ ମୃତ୍ୟୁ ଘଟଣା: ହଟୁନି ରାସ୍ତାରୋକ, କୋଇଲା ପରିବହନ ଠପ୍ ଗତକାଲି ସନ୍ଧ୍ୟାରେ ବଙ୍ଗୋମୁଣ୍ଡା-ସିନ୍ଧେକେଲା ୪୨ ନମ୍ବର ରାଜ୍ୟ ରାଜପଥ କନାବିରା  ଗାଁ ଠାରେ ପିକଅପ - ବାଇକ ଧକ୍କା ରେ ୨ ଯୁବକ ଙ୍କ  ମୃତ୍ୟୁ ହୋଇଥିଲା ।

ମୃତକ ହେଉଛନ୍ତି ସିନ୍ଧେକେଲା ଥାନା ବାହାବଲ ଗାଁର କେଦାର ବାଗ ଓ ଦୁଷ୍ମନ୍ତ ହଂସ।

Illegal liquor trade: ବେଆଇନ ମଦ କାରବାରକୁ କେନ୍ଦ୍ରକରି ରାସ୍ତାରୋକ: ରାସ୍ତାରେ ମଦ ଢାଳି ନଷ୍ଟକଲେ ଲୋକେ ଆଜି ଶବକୁ ଧରି କ୍ଷତିପୂରଣ ଦାବିରେ  ଗାଁଲୋକ ଧାରଣାରେ ବସିଥିଲେ।

ଏଥିରେ ବଙ୍ଗୋମୁଣ୍ଡା ଗରିବ ସେନା ସଭାପତି ଦିନେଶ ତାଣ୍ଡି ଯୋଗ ଦେଇଥିଲେ।

ସୂଚନା ପାଇ ଚୁଲିଫୁଙ୍କା ରାଜସ୍ୱ ନିରୀକ୍ଷକ ,ବଙ୍ଗୋମୁଣ୍ଡା ତହସିଲଦାର, ବଙ୍ଗୋମୁଣ୍ଡା ଥାନା ଆଇଆଇସି ପହଂଚି  ଲୋକଙ୍କୁ ବୁଝାସୁଝା କରିଥିଲେ।

ରେଡ଼କ୍ରସ ପାଣ୍ଠୀରୁ ସହାୟତା ଓ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ଦୀର୍ଘ ୫ ଘଣ୍ଟା ଧରି ରାସ୍ତାରୋକ ହେବା ପରେ ରାସ୍ତା ରେ ଶହ ଶହ ଗାଡି ଅଟକି ରହିଥିଲା ।

ଲୋକେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇଥିଲେ ।

ପୁଲିସ ଠାରୁ ମିଳିଥିବା ସୂଚନାରେ, ଦୁର୍ଘଟଣା ଘଟାଇଥିବା ପିକଅପ ଡ୍ରାଇଭର ଫେରାର ହୋଇଯାଇଛି।

ଦୁର୍ଘଟଣାଗ୍ରସ୍ତ ପିକଅପ ଓ ବାଇକକୁ ଜବତ କରି ପରବର୍ତ୍ତୀ ତଦନ୍ତ ଜାରି ରହିଛି ବୋଲି ପୁଲିସ କହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।