Award: ପ୍ରଦୂଷଣ ନିୟନ୍ତ୍ରଣ ପୁରସ୍କାର ପାଇଲେ ହିଣ୍ଡାଲ୍କୋର ହୀରାକୁଦ ସ୍ମେଲଟର୍ ଆଣ୍ଡ ପାୱର, ଆଦିତ୍ୟ ଆଲୁମିନିୟମ୍
"ଭୁବନେଶ୍ବର: ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଗ୍ରଣୀ ଧାତବ କମ୍ପାନି ହିଣ୍ଡାଲ୍କୋ ଇଷ୍ଟଷ୍ଟ୍ରିଜ ଲିମିଟେଡକୁ ସଫଳତାର ସହିତ ପ୍ରଦୂଷଣ ନିୟନ୍ତ୍ରଣ, ପରିବେଶର ଯତ୍ନ ଓ ସୁରକ୍ଷା ଏବଂ ଦାୟିତ୍ୱସମ୍ପନ୍ନ ଶିଳ୍ପ କାର୍ଯ୍ୟାଭ୍ୟାସ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍ପିସିବି), ଓଡ଼ିଶା ନିକଟରୁ ଦୁଇଟି ସମ୍ମାନଜନକ ସ୍ୱୀକୃତି ମିଳିଛି।Advertisment ହିଣ୍ଡାଲ୍କୋର ହୀରାକୁଦ ସ୍ମେଲଟର୍ ଆଣ୍ଡ ପାୱରକୁ "ପଲ୍ୟୁସନ କଂଟ୍ରୋଲ ଆପ୍ରିସିଏସନ୍ ଆୱାର୍ଡ ୨୦୨୬" (ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶସ୍ତି ପୁରସ୍କାର ୨୦୨୬) ମିଳିଥିବାବେଳେ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ଅଗ୍ରଣୀ ବିନିର୍ମାଣ ୟୁନିଟ୍ ଆଦିତ୍ୟ ଆଲୁମିନିୟମ୍କୁ ଶିଳ୍ପ ସହର ବର୍ଗରେ "ଏମ୍କେ ରାଉତ ପଲ୍ୟୁସନ କଂଟ୍ରୋଲ ଏକ୍ସଲେନ୍ସ ଆୱାର୍ଡ ୨୦୨୬" (ଏମ୍କେ ରାଉତ ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷ ପୁରସ୍କାର ୨୦୨୬)ରେ ସମ୍ମାନିତ କରାଯାଇଛି।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୪୩ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରରେ ସେପ୍ଟେମ୍ବର ୧୮ରେ ଆୟୋଜିତ ହେବା ଅବସରରେ ଏହି ପୁରସ୍କାରଗୁଡିକ ପ୍ରଦାନ କରାଯାଇଥିଲା।
ଏହି ପୁରସ୍କାରଗୁଡିକ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ଇଏସ୍ଆଇ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବରିଷ୍ଠ ସରକାରୀ ଅଧିକାରୀ, ପରିବେଶ କର୍ତ୍ତୃପକ୍ଷ ଏବଂ ଶିଳ୍ପ ନେତୃତ୍ୱଙ୍କ ଉପସ୍ଥିତିରେ ପ୍ରଦାନ କରିଥିଲେ।
ଉତ୍ସବରେ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ପିସିସିଏଫ୍ ଆଣ୍ଡ ଏଚ୍ଓଏଫ ଡ.
କେ ମୁରୁଗେସନ୍, ମେମ୍ବର ସେକ୍ରେଟାରି ଡ.
ମନୋଜ ଭି ନାୟର, ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ।
OSPCB: ସବୁଜ ଭବିଷ୍ୟତ ଗଢ଼ିବାରେ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଭୂମିକା ଗୁରୁତ୍ବପୂର୍ଣ୍ଣ ହୀରାକୁଦ ସ୍ମେଲ୍ଟର ଆଣ୍ଡ ପାୱରକୁ ପ୍ରଦାନ କରାଯାଇଥିବା ପୁରସ୍କାର ଏହାର ସଫଳ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପସମୂହ ଏବଂ ଦୃଢ ପରିବେଶ ପରିଚାଳନା କାର୍ୟ୍ୟାଭ୍ୟାସକୁ ସ୍ୱୀକୃତି ଜଣାଉଛି।
ଏହି ପୁରସ୍କାର ପ୍ରତାପ ସାହୁ, ପ୍ଲାଣ୍ଟ ହେଡ୍, ହୀରାକୁଦ ସ୍ମେଲ୍ଟର; ଅର୍ଧେନ୍ଦୁ ମହାପାତ୍ର, ହେଡ୍- କର୍ପୋରେଟ ଆଫେୟାର୍ସ; ସୌଭାଗ୍ୟ କେ ତ୍ରିପାଠୀ, ଡେପୁଟି ହେଡ୍- କର୍ପୋରେଟ ଆଫେୟାର୍ସ; ଏବଂ ରଞ୍ଜନ ଜେନା, ହେଡ୍- ଏନଭାରିଓନ୍ମେଣ୍ଟ ଗ୍ରହଣ କରିଥିଲେ।
ଆଦିତ୍ୟ ଆଲୁମିନିୟମକୁ ଏହାର ସଫଳ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପସମୂହ ଏବଂ ମଜଭୁତ ପରିବେଶ ପରିଚାଳନା କାର୍ଯ୍ୟାଭ୍ୟାସ ନିମନ୍ତେ ଶିଳ୍ପ ସହର ବର୍ଗରେ ସମ୍ମାନିତ କରାଯାଇଥିଲା।
ଏହି ପୁରସ୍କାର ଜଗନ୍ନାଥ ପି ନାୟକ, ୟୁନିଟ ହେଡ୍, ଆଦିତ୍ୟ ଆଲୁମିନିୟମ; ଅର୍ଧେନ୍ଦୁ ମହାପାତ୍ର, ହେଡ୍- କର୍ପୋରେଟ ଆଫେୟାର୍ସ; ସୌଭାଗ୍ୟ କେ ତ୍ରିପାଠୀ, ଡେପୁଟି ହେଡ୍- କର୍ପୋରେଟ ଆଫେୟାର୍ସ; ଲଳିତ ଚରଣ; ଏବଂ ଶ୍ୟାମଳେନ୍ଦୁ ମହାପାତ୍ର ଗ୍ରହଣ କରିଥିଲେ।
ଏହି ଦୁଇଟି ପୁରସ୍କାର ପରିବେଶଗତ ଦାୟିତ୍ୱ, ଦୀର୍ଘସ୍ଥାୟୀ ବିନିର୍ମାଣ ଏବଂ କାର୍ଯ୍ୟ ପରିଚାଳନାଗତ ଉତ୍କର୍ଷ ଉପରେ ହିଣ୍ଡାଲ୍କୋର ନିରନ୍ତର ଦୃଷ୍ଟିନିବଦ୍ଧକୁ ପୁନଃ ଦୃଢୀକରଣ କରୁଛି।
ସେଗୁଡିକ ମଧ୍ୟ ଓଡ଼ିଶାରେ ପରିବେଶଗତ ପ୍ରଦର୍ଶନକୁ ସୁଦୃଢ କରିବା ଏବଂ ଦାୟିତ୍ୱସମ୍ପନ୍ନ ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଦିଗରେ କମ୍ପାନିର ପ୍ରଚଳିତ ପ୍ରୟାସଗୁଡିକ ସମ୍ପର୍କରେ ଉଲ୍ଲେଖ କରୁଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।