bank account money missing ବ୍ୟାଙ୍କ୍ ଜମାରୁ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଗାଏବ, ଥାନାରେ ଏତଲା
"ବାରିପଦା(ବଟକୃଷ୍ଣ ବିହାରୀ): ବନ୍ଧନ ବ୍ୟାଙ୍କରେ ସ୍ଥାୟୀ ଜମା (ଫିକ୍ସଡ୍ ଡିପୋଜିଟ୍) ଥିବା ଜଣେ ନିରକ୍ଷର ବିଧବା ମହିଳାଙ୍କ ଖାତାରୁ ରହସ୍ୟଜନକ ଭାବେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି।
ସର୍ବସ୍ୱ ହରାଇ ଅସହାୟ ଅବସ୍ଥାରେ ଏହି ମହିଳା ଜଣକ ଏବେ ନ୍ୟାୟ ଭିକ୍ଷା କରୁଛନ୍ତି।
Advertisment Cyber fraud: ୧୫.୭୧ କୋଟିର ସାଇବର ଠକେଇ ନେଟୱର୍କର ପର୍ଦ୍ଦାଫାସ, ୯ ଗିରଫ ଘଟଣାରୁ ପ୍ରକାଶ ଯେ, ଅଷ୍ଟମଣି ମହାକୁଡ ନାମକ ଜଣେ ବିଧବା ମହିଳା ନିଜର ଭବିଷ୍ୟତ ସମ୍ବଳ ଭାବେ ବନ୍ଧନ ବ୍ୟାଙ୍କରେ ମୋଟ ପ୍ରାୟ ୮ ଲକ୍ଷ ଟଙ୍କା ଜମା ରଖିଥିଲେ।
ସେଥିମଧ୍ୟରୁ ୬ ଲକ୍ଷ ଟଙ୍କା ଫିକ୍ସଡ୍ ଡିପୋଜିଟ୍ ଓ ବାକି ପ୍ରାୟ ୨ ଲକ୍ଷ ଟଙ୍କା ସଞ୍ଚୟ ଖାତାରେ ଥିଲା।
କିନ୍ତୁ ତାଙ୍କ ଅଜାଣତରେ ଖାତାରୁ ପ୍ରାୟ ୬ ଲକ୍ଷ ୩୦ ହଜାର ଟଙ୍କା ଗାଏବ ହୋଇଯାଇଛି।
ଏବେ ଖାତାରେ ମାତ୍ର ପ୍ରାୟ ୧ ଲକ୍ଷ ୭୬ ହଜାର ଟଙ୍କା ବଳକା ରହିଛି।
ଅଷ୍ଟମଣିଙ୍କ କହିବା ଅନୁଯାୟୀ ତାଙ୍କୁ ଦସ୍ତଖତ କରିବା ବି ଆସେନାହିଁ ଏବଂ ସେ ନିଜେ ମଧ୍ୟ ଟଙ୍କା ଉଠାଇ ନାହାନ୍ତି।
ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ମହିଳାଙ୍କ ଖାତାରୁ ଅନ୍ୟ ଦୁଇଜଣଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି।
Cyber fraud: ଭିନ୍ନ ଏକ ସାଇବର୍ ଠକେଇ: ବଲାଙ୍ଗୀରରେ କର୍ଣ୍ଣାଟକ ପୁଲିସର ଖୋଳତାଡ଼ ତେବେ ଜଣେ ମହିଳାଙ୍କ ଖାତାରୁ ଏତେ ବଡ଼ ପରିମାଣର ଅର୍ଥ କିପରି ଅନ୍ୟ ଆକାଉଣ୍ଟକୁ ଗଲା, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏନେଇ ପ୍ରଥମେ ଟାଉନ୍ ଥାନାର ଦ୍ୱାରସ୍ଥ ହୋଇ ପୀଡ଼ିତାଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି।
ସାଇବର ପୁଲିସ ଆବଶ୍ୟକୀୟ ବ୍ୟାଙ୍କ କାଗଜପତ୍ର ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଏହି ଠକେଇର ଉଚ୍ଚସ୍ତରୀୟ ତଦନ୍ତ କରି ନିରୀହ ବିଧବାଙ୍କୁ ତାଙ୍କର ପ୍ରାପ୍ୟ ଫେରାଇ ଦେବାକୁ ସ୍ଥାନୀୟ ଲୋକେ ଦୃଢ଼ ଦାବି କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।