LPG: ୨୫ ଦିନରେ ଗ୍ୟାସ୍ ବୁକିଂ କରିହେବ
"ନୂଆଦିଲ୍ଲୀ: ଆଗକୁ ସହର ଭଳି ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନେ ମଧ୍ୟ ଏଲ୍ପିଜି ସିଲିଣ୍ଡର ରିଫିଲ୍ କରିବା ପାଇଁ ବୁକିଂ କରିପାରିବେ।
ପୂର୍ବରୁ ଯେଉଁ ୪୫ ଦିନର ନିୟମ ଥିଲା ତାହାକୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଉଚ୍ଛେଦ କରିଛନ୍ତି।
ନୂଆ ନିୟମକୁ ତତ୍କାଳ ଲାଗୁ କରିବାକୁ ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ତୈଳ ମାର୍କେଟିଂ କମ୍ପାନିଗୁଡ଼ିକୁ କହିଛନ୍ତି।Advertisment ଆହୁରି ପଢ଼ନ୍ତୁ: Pakistan: ପାକିସ୍ତାନ ଅଧିନାୟିକା ଫତିମାଙ୍କୁ ଜରିମାନା ସେ କହିଛନ୍ତି, ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଏଲ୍ପିଜି ଯୋଗାଣ ଚାପରେ ଥିଲା।
ସେଥିପାଇଁ ସହରାଞ୍ଚଳରେ ରିଫିଲ୍ ବୁକିଂର ଅବଧିକୁ ଗତ ମାର୍ଚ୍ଚ ୧୨ରେ ୨୫ ଦିନରୁ ବଢ଼ାଇ ୪୫ ଦିନ କରାଯାଇଥିଲା।
ଏବେ ଗ୍ୟାସ୍ ଯୋଗାଣ ସ୍ବାଭାବିକ ରହିଛି ଓ ବକେୟା ରହୁଥିବା ବୁକିଂ ପରିମାଣ ମଧ୍ୟ କମ୍ ହୋଇଛି।
ସେଥିପାଇଁ ସରକାର ଗ୍ୟାସ୍ ରିଫିଲ୍ ବୁକିଂ ଉପରୁ କଟକଣା ପ୍ରତ୍ୟାହାର କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।