Bank Liability in Online Fraud: ଡିଜିଟାଲ୍ ଠକେଇକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ, ଗ୍ରାହକଙ୍କ ଟଙ୍କା ଫେରାଇବ ବ୍ୟାଙ୍କ!
ଠକେଇରେ ଟଙ୍କା ହରାଇଲେ ବ୍ୟାଙ୍କ ଦେବ କ୍ଷତିପୂରଣ।
ଚାଲିଯାଇଥିବା ଟଙ୍କା ଫେରାଇବ ବ୍ୟାଙ୍କ।
ସୁପ୍ରିମକୋର୍ଟ ଦେଲେ ଗୁରୁତ୍ବପୂର୍ଣ୍ଣ ରାୟ।
ଫୋନ୍ରେ ଧମକ, ଭିଡିଓ କଲ୍ରେ ନକଲି ପୋଲିସ ଅଫିସରଙ୍କ ପରିଚୟ, ଆଉ ଗିରଫ ଭୟ ଦେଖାଇ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା।
ଏହି ଡିଜିଟାଲ୍ ଆରେଷ୍ଟ ଠକେଇକୁ ନେଇ ଏବେ କଡ଼ା ଆଭିମୁଖ୍ୟ ଆପଣାଇଛନ୍ତି ସୁପ୍ରିମକୋର୍ଟ।
ବ୍ୟାଙ୍କର ଅବହେଳା ଯୋଗୁଁ ଯଦି ଗ୍ରାହକ ସାଇବର ଠକେଇର ଶିକାର ହୁଅନ୍ତି, ତେବେ କ୍ଷତିପୂରଣ ଦେବାକୁ ବ୍ୟାଙ୍କକୁ ବାଧ୍ୟ କରାଯିବ ବୋଲି କୋର୍ଟ କହିଛନ୍ତି।
Advertisment ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି, ବ୍ୟାଙ୍କର ଯାଞ୍ଚ ଓ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଠକେଇ ହୋଇଥିବା ପ୍ରମାଣିତ ହେଲେ, ପୀଡ଼ିତଙ୍କୁ ହୋଇଥିବା କ୍ଷତିର ଅତିକମ୍ରେ ସମାନ ପରିମାଣର କ୍ଷତିପୂରଣ ଦେବା ପାଇଁ ନିୟମ ରହିବା ଆବଶ୍ୟକ।
ତେବେ ଏହା ସବୁ ଠକେଇ ମାମଲାରେ ସ୍ୱତଃସ୍ଫୂର୍ତ୍ତ ଭାବେ ଲାଗୁ ହେବ ନାହିଁ; ବ୍ୟାଙ୍କର ଅବହେଳା ଥିବା ଯାଞ୍ଚରେ ପ୍ରମାଣିତ ହେବା ଜରୁରୀ।
ଏଥିସହ ସାଧାରଣ ଗ୍ରାହକଙ୍କ ଆକାଉଣ୍ଟରୁ ହଠାତ୍ ଅସ୍ୱାଭାବିକ ଭାବେ ବଡ଼ ରାଶିର ଟଙ୍କା ଟ୍ରାନ୍ସଫର୍ ହେଲେ, ବ୍ୟାଙ୍କ ତାହାକୁ ଅସ୍ଥାୟୀ ଭାବେ ଅଟକାଇ ଯାଞ୍ଚ କରିବା ଉଚିତ।
ସନ୍ଦେହଜନକ କାରବାର ଚିହ୍ନଟ, ସ୍ୱୟଂଚାଳିତ ଆଲର୍ଟ ଓ ଆବଶ୍ୟକ ସ୍ଥଳେ ଶାରୀରିକ ଯାଞ୍ଚ ଭଳି ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ଉପରେ କୋର୍ଟ ଗୁରୁତ୍ୱ ଦେଇଛନ୍ତି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।