Landslide Wipes Out Gidipabali Village: ଭୂସ୍ଖଳନରେ ମାଟିରେ ମିଶିଲା ଗିଡ଼ିପାବାଲି ଗାଁ, ୧୨ ଜଣଙ୍କୁ ଖୋଜୁଛି ଉଦ୍ଧାରକାରୀ ଟିମ୍
'ଅର୍ଣ୍ଣବ' ପ୍ରଭାବରେ ବର୍ଷା ଓ ବନ୍ୟାରେ ୪ ମୃତ, ୧୨ ନିଖୋଜ।
ରାଇକିଆରେ ଗୋଟିଏ ପରିବାରର ୩ ଜଣ ଏବଂ ଗଜପତି ଜିଲ୍ଲାରେ ନିଖୋଜ ଥିବା ଜଣଙ୍କର ମୃତ୍ୟୁ ହୋଇଛି।
ଭଂଜନଗର ଗିଡ଼ିପାବାଲି ଗାଁର ନିଖୋଜ ୧୩ ମଧ୍ୟରୁ ଜଣଙ୍କୁ ଠାବ କରାଯାଇଛି।
ଏବେ ନିଖୋଜ ୧୨ ଜଣଙ୍କୁ ଖୋଜିବା କାମ ଚାଲିଥିବା କହିଛନ୍ତି SRC ରାଜେଶ ପ୍ରଭାକର ପାଟିଲ।
Advertisment ଭୂସ୍ଖଳନରେ ଗିଡ଼ିପାବାଲି ଗାଁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।
ଗଂଜାମ ଜିଲ୍ଲା ପାତ୍ରପୁରରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି।
କେବଳ ଗଂଜାମ ଜିଲ୍ଲାରେ ବନ୍ୟାସ୍ଥିତି ଦେଖା ଦେଇଛି।
ଏବେ ବିପଦ ସଂକେତ ତଳେ ରହିଛି ଋଷିକୁଲ୍ୟା।
ସବୁ ଗାଁକୁ ଯୋଗାଯୋଗ ହୋଇଛି, କେବଳ ଗୋଟିଏ ଗାଁ ଅପହଞ୍ଚ ହୋଇ ରହିଛି।
ବାହ୍ୟ ଜଗତରୁ ବିଚ୍ଛିନ୍ନ ଗାଁକୁ ଆକାଶ ମାର୍ଗରୁ ରିଲିଫ୍ ଦେବା ବ୍ୟବସ୍ଥା କରାଯାଇଛି।
ବନ୍ୟା ପ୍ରଭାବିତ ଗାଁକୁ ରିଲିଫ ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି।
ଗଂଜାମ ଜିଲ୍ଲାରେ ୩୬୭ଟି ରିଲିଫ୍ କ୍ୟାମ୍ପ କରାଯାଇଛି।
୪ ମୃତ, ୧୨ ନିଖୋଜ: SRC 'ଅର୍ଣ୍ଣବ' ପ୍ରଭାବରେ ବର୍ଷା ଓ ବନ୍ୟାରେ ୪ ମୃତ, ୧୨ ନିଖୋଜ ପ୍ରେସ୍ ମିଟରେ ସୂଚନା ଦେଲେ SRC ରାଜେଶ ପ୍ରଭାକର ପାଟିଲ 'ରାଇକିଆରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି' 'ଗଜପତି ଜିଲ୍ଲାରେ ନିଖୋଜ ଥିବା ଜଣଙ୍କର ମୃତ୍ୟୁ' 'ଭଂଜନଗର ଗିଡ଼ିପାବାଲି ଗାଁର ନିଖୋଜ ୧୩ ମଧ୍ୟରୁ ଜଣେ ଠାବ' 'ଏବେ ନିଖୋଜ ୧୨ ଜଣଙ୍କୁ ଖୋଜିବା କାମ ଚାଲିଛି' 'ଭୂସ୍ଖଳନରେ ଗିଡ଼ିପାବାଲି ଗାଁ କ୍ଷତିଗ୍ରସ୍ତ ହୋଇଛି, ୫୦ ଜଣ ଥିଲେ' 'ଗଂଜାମ ଜିଲ୍ଲା ପାତ୍ରପୁରରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ' 'କେବଳ ଗଂଜାମ ଜିଲ୍ଲାରେ ବନ୍ୟାସ୍ଥିତି, ବିପଦ ସଂକେତ ତଳେ ଋଷିକୁଲ୍ୟା' 'ସବୁ ଗାଁକୁ ଯୋଗାଯୋଗ ହୋଇଛି, ଅପହଞ୍ଚ ହୋଇ ରହିଛି ଗୋଟିଏ ଗାଁ' 'ବାହ୍ୟ ଜଗତରୁ ବିଚ୍ଛିନ୍ନ ଗାଁକୁ ଆକାଶ ମାର୍ଗରୁ ରିଲିଫ୍ ଦେବା ବ୍ୟବସ୍ଥା' 'ବନ୍ୟା ପ୍ରଭାବିତ ଗାଁକୁ ରିଲିଫ ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି' ଗଂଜାମ ଜିଲ୍ଲାରେ ୩୬୭ଟି ରିଲିଫ୍ କ୍ୟାମ୍ପ କରାଯାଇଛି: SRC Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।