Bank of Baroda: ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ୱାକାଥନ୍

Oct 31, 2026 - 23:55
Bank of Baroda: ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ୱାକାଥନ୍

ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ବରୋଦାର ଭୁବନେଶ୍ୱର ଜୋନ୍ ପକ୍ଷରୁ 'ସତର୍କତା ସଚେତନତା ସପ୍ତାହ ୨୦୨୬' ଅବସରରେ ଏକ ୱାକାଥନ୍ ଆୟୋଜିତ ହୋଇଯାଇଛି।

ଏଥିରେ ବ୍ୟାଙ୍କର ଭୁବନେଶ୍ୱର ଜୋନ୍‌ ମହାପ୍ରବନ୍ଧକ ତଥା ଜୋନାଲ୍ ମୁଖ୍ୟ ଶରତ କୁମାର ପାଣିଗ୍ରାହୀ, ଡିଜିଏମ୍‌-ବିଡି ଦେବୀ ପ୍ରସାଦ ମହାନ୍ତି, ଡିଜିଏମ୍‌-ଜିଆଇଏଡି ଜଗଜୀବନ ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀ, ବିଭିନ୍ନ ଶାଖା ଏବଂ କାର୍ଯ୍ୟାଳୟର କର୍ମଚାରୀମାନେ ଯୋଗଦେଇଥିଲେ।

ଏହି ଅବସରରେ ଜୋନାଲ୍ ମୁଖ୍ୟ ଶ୍ରୀ ପାଣିଗ୍ରାହୀ ସଚ୍ଚୋଟତା, ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ସେ କର୍ମଚାରୀମାନଙ୍କୁ ନୈତିକ ମୂଲ୍ୟବୋଧ ବଜାୟ ରଖିବା ସହ ବୃତ୍ତିଗତ ଓ ସାର୍ବଜନୀନ ଜୀବନରେ ଦୁର୍ନୀତି ବିରୋଧରେ ସର୍ବଦା ସତର୍କ ରହିବାକୁ ଆହ୍ୱାନ ଦେଇଥିଲେ।

Advertisment ୟୁପି ଭୋଟର ତାଲିକାରୁ ୧.୨୭ କୋଟି ହିନ୍ଦୁଙ୍କ ନାଁ ଗାଏବ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।