Dead body: ବେଙ୍ଗାଲୁରୁ ପଞ୍ଚତାରକା ହୋଟେଲ୍‌ରେ ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

Oct 31, 2026 - 21:32
Dead body: ବେଙ୍ଗାଲୁରୁ ପଞ୍ଚତାରକା ହୋଟେଲ୍‌ରେ ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ବେଙ୍ଗାଲୁରୁ: ବେଙ୍ଗାଲୁରୁର କନରାଡ ପଞ୍ଚତାରକା ହୋ‌ଟେଲ୍‌ରେ ରହୁଥିବା ୨ ଜଣ ବିଦେଶୀ ନାଗରିକ ଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଯାଇଛି।

ଉକ୍ତ ୨ ବିଦେଶି ନାଗରିକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜର୍ମାନୀର ଏବଂ ଅନ୍ୟ ଜଣେ ସ୍ଲୋଭାକିଆର।

ସେମାନେ ହୋଟେଲର ସ୍ବିମିଂ ପୁଲ୍‌ରେ ପହଁରୁଥିବା ବେଳେ ବିଦ୍ୟୁତ୍‌ ଆଘାତରେ ସେମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୨ ଜଣ ତଥା ଜଣେ ଆମେରିକୀୟ ପର୍ଯ୍ୟଟକ ଏବଂ ଜଣେ ହୋଟେଲ କର୍ମଚାରୀ ଆହତ ହୋଇଛନ୍ତି।

Advertisment ଉଲସୁର୍ ସ୍ଥିତ ହୋଟେଲ୍‌ର ତୃତୀୟ ମହଲାରେ ଏହି ଘଟଣା ଘଟିଛି।

ମୃତକମାନେ ହେଉଛନ୍ତି ଜର୍ମାନୀ ନାଗରିକ ଆଲେକଜାଣ୍ଡର ମାକ୍ସିମିଲିଅନ ଥିସ୍‌ (୫୭) ଏବଂ ସ୍ଲୋଭାକିଆ ନାଗରିକ ଜୁରଜ ହୋରଭଟ୍‌ (୪୫)।

ସେମାନଙ୍କ ମଧ୍ୟରୁ ଜଣେ ଲୁଫ୍‌ଥାନ୍‌ସା ବିମାନ ସଂସ୍ଥାର କ୍ରୁ ସଦସ୍ୟ ଏବଂ ଅନ୍ୟ ଜଣେ ଆଇବିଏମ୍‌ରେ ପ୍ରୋଜେକ୍ଟ ମ୍ୟାନେଜର୍‌ ଭାବେ କାର୍ଯ୍ୟରତ।

ଆହତ ଦ୍ବୟଙ୍କୁ ଏବେ ସହରର ମଣିପାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି।

ହୋଟେଲ୍‌ ମ୍ୟାନେଜମେଣ୍ଟ୍‌ ଏକ ବିବୃତି ଜାରି କରି ଉକ୍ତ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛି।

ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ବୋଲି ହୋଟେଲ୍‌ ପକ୍ଷରୁ କୁହାଯାଇଛି।

ପୁଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ତଦନ୍ତ ପ୍ରକ୍ରିୟାରେ ସମସ୍ତ ପ୍ରକାର ସହଯୋଗ କରାଯାଉଛି ବୋଲି ହୋଟେଲ୍‌ ପକ୍ଷରୁ କୁହାଯାଇଛି।

Judgement: ବେଆଇନ ଭାବେ ଓଡ଼ିଶାରେ ରହୁଥିବା ବିଦେଶୀ ନାଗରିକଙ୍କ ପାଇଁ ଗାଇଡଲାଇନ୍‌ ଜାରି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।