Bank of Baroda: ଡ୍ରିମ୍ ହୋମ୍ ଏକ୍ସପୋ-୨୦୨୬ରେ ବ୍ୟାଙ୍କ ଅଫ୍ ବରୋଦା
ଭୁବନେଶ୍ୱର: ହୋଟେଲ ମେଫେୟାର ସାଙ୍କଚୁଆରିରେ ଆୟୋଜିତ ଡ୍ରିମ୍ ହୋମ୍ ଏକ୍ସପୋ-୨୦୨୬ରେ ବ୍ୟାଙ୍କ ଅଫ୍ ବରୋଦା ଭୁବନେଶ୍ୱର ଜୋନ୍ ଅଂଶଗ୍ରହଣ କରିଛି।
ଏହାକୁ ବ୍ୟାଙ୍କର ଜୋନାଲ ହେଡ୍ ଶରତ କୁମାର ପାଣିଗ୍ରାହୀ, ଡିଜିଏମ୍-ବିଡି ଦେବୀ ପ୍ରସାଦ ମହାନ୍ତି, ଡିଜିଏମ୍ ତଥା ଭୁବନେଶ୍ୱର ରିଜିଅନ୍ର ରିଜିଓନାଲ ହେଡ୍ ସତ୍ୟରଞ୍ଜନ ମହାପାତ୍ରଙ୍କ ସମେତ ଜୋନାଲ ଓ ରିଜିଓନାଲ ସ୍ତରର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଉଦ୍ଘାଟନ କରିଥିଲେ।
ପ୍ରଦର୍ଶନୀର ଷ୍ଟଲ୍ ନମ୍ବର ୧୭କୁ ପରିଦର୍ଶନ କରି ଗ୍ରାହକମାନେ ବ୍ୟାଙ୍କର ବିଭିନ୍ନ ଦୀପାବଳି ବିଶେଷ ଗୃହ ଋଣ ଯୋଜନା ସମ୍ପର୍କରେ ଜାଣିପାରିବେ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।