Bank Theft Attempt: ଲହଣ୍ଡା ୟୁକୋ ବ୍ୟାଙ୍କରୁ ଚୋରି ଉଦ୍ୟମ ବିଫଳ

Aug 07, 2026 - 11:17
Bank Theft Attempt: ଲହଣ୍ଡା ୟୁକୋ ବ୍ୟାଙ୍କରୁ ଚୋରି ଉଦ୍ୟମ ବିଫଳ

"ଅତାବିରା: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲହଣ୍ଡାସ୍ଥିତ ୟୁକୋ ବ୍ୟାଙ୍କରେ ଗତ ଗୁରୁବାର ବିଳମ୍ବିତ ରାତିରେ ଚୋରି ଉଦ୍ୟମ ବିଫଳ ହୋଇଥିବା ସୂଚନା ମିଳିଛି।

ଦୁର୍ବୃତ୍ତମାନେ ବ୍ୟାଙ୍କର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ, ହେଲେ ସେମାନଙ୍କର ଯୋଜନା ସଫଳ ହୋଇନଥିଲା।Advertisment ସନ୍ଦିଗ୍ଧମାନଙ୍କ କାର ଅଟକ ଘଟଣା ପରେ ଅତାବିରା ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ବରଗଡ଼ ଚକରକେନ୍ଦ ଅଞ୍ଚଳରୁ ୩ଜଣ ସନ୍ଦିଗ୍ଧଙ୍କୁ  ପଚରାଉଚରା ପାଇଁ ଥାନାକୁ ନେଇଥିବା ସୂଚନା ମିଳିଛି।

ଏଥିସହ ସନ୍ଦିଗ୍ଧମାନେ ବ୍ୟବହାର କରିଥିବା ଏକ ଇଣ୍ଡିଗୋ କାରକୁ ମଧ୍ୟ ଗ୍ରାମରେ ଅଟକ ରଖାଯାଇଛି।

Elephants: ମହାବୀର ପାହାଡ଼ ପାଦଦେଶରେ ୨୫ ଟିକିଆ ହାତୀପଲ, ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଘଟଣାସ୍ଥଳରେ ଅତାବିରା ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି।

ସିସିଟିଭି ଫୁଟେଜ୍ ସମେତ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି।

ପୁଲିସ ପକ୍ଷରୁ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ମିଳିବା ପରେ ପ୍ରକୃତ ଘଟଣାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।