Bank: ଆସନ୍ତା ସପ୍ତାହରେ ୬ ଦିନ ବନ୍ଦ ରହିବ ବ୍ୟାଙ୍କ!

Nov 08, 2026 - 21:24
Bank: ଆସନ୍ତା ସପ୍ତାହରେ ୬ ଦିନ ବନ୍ଦ ରହିବ ବ୍ୟାଙ୍କ!

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଅର୍ଥାତ୍ ନଭେମ୍ବର ୯ ରୁ ୧୫ ଭିତରେ ଦେଶର ବିଭିନ୍ନ ସ୍ଥାନରେ ମୋଟ ୬ ଦିନ ବ୍ୟାଙ୍କ ବନ୍ଦ ରହିବ।

ଦୀପାବଳି ଓ ବିଭିନ୍ନ ସ୍ଥାନୀୟ ପର୍ବପର୍ବାଣୀ ତଥା ସାପ୍ତାହିକ ଛୁଟି ଯୋଗୁଁ ଏସବୁ ଦିନରେ ବ୍ୟାଙ୍କଗୁଡ଼ିକର କାମକାର୍ଯ୍ୟ ପ୍ରଭାବିତ ହେବ।

ଏହି ସମୟ ମଧ୍ୟରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ବ୍ୟାଙ୍କର ଶାଖାଗୁଡ଼ିକ ବନ୍ଦ ରହିବ।

Advertisment ତେବେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ନିୟମ ଏବଂ ରାଜ୍ୟଗୁଡ଼ିକର ସ୍ଥାନୀୟ ପର୍ବପର୍ବାଣୀ ଅନୁଯାୟୀ ଏହି ଛୁଟିଗୁଡ଼ିକ ବିଭିନ୍ନ ସହର ଓ ରାଜ୍ୟରେ ଅଲଗା ଅଲଗା ଦିନରେ ଧାର୍ଯ୍ୟ କରାଯାଇଛି।

ସମସ୍ତ ରାଜ୍ୟରେ ଏକାସାଙ୍ଗରେ ୬ ଦିନ ବ୍ୟାଙ୍କ ବନ୍ଦ ରହିବ ନାହିଁ, ବରଂ ସ୍ଥାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଛୁଟିର ତାଲିକା ରହିଛି।

ନଭେମ୍ବର ୧୪ (ଦ୍ୱିତୀୟ ଶନିବାର): RBI ନିୟମ ଅନୁଯାୟୀ ମାସର ଦ୍ୱିତୀୟ ଶନିବାର ପଡୁଥିବାରୁ ଦେଶବ୍ୟାପୀ ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କ ବନ୍ଦ ରହିବ।

ନଭେମ୍ବର ୧୫ (ରବିବାର): ସାପ୍ତାହିକ ଛୁଟି କାରଣରୁ ସମଗ୍ର ଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ଆହୁରି ପଢନ୍ତୁ: Deepika Padukone: ଶାହରୁଖ ଖାନ୍‌ଙ୍କ ଫିଲ୍ମ 'କିଙ୍ଗ୍‌'କୁ ନେଇ ବିବାଦ, ଦୀପିକାଙ୍କ ଗେରୁଆ ପୋଷାକକୁ ନେଇ ବିଜେପି ବିଧାୟକଙ୍କ ଆପତ୍ତି ଏହା ବ୍ୟତୀତ ଦୀପାବଳି ଏବଂ ଅନ୍ୟାନ୍ୟ ସ୍ଥାନୀୟ ପର୍ବକୁ ନେଇ ବିଭିନ୍ନ ସହର ଓ ରାଜ୍ୟରେ ଅନ୍ୟ ଦିନଗୁଡ଼ିକରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବାର ସୂଚନା ରହିଛି।

ତେବେ ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ରହୁଥିଲେ ମଧ୍ୟ ଗ୍ରାହକମାନଙ୍କ ସୁବିଧା ପାଇଁ ଅନଲାଇନ୍ ଏବଂ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସେବା ସମ୍ପୂର୍ଣ୍ଣ ଚାଲୁ ରହିବ।

ଗ୍ରାହକମାନେ ୨୪ ଘଣ୍ଟା ୟୁପିଆଇ, ନେଟ୍ ବ୍ୟାଙ୍କିଙ୍ଗ୍, ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ ଟଙ୍କା ନେଣଦେଣ କରିପାରିବେ।

ନଗଦ ଟଙ୍କା ଉଠାଣ ପାଇଁ ଏଟିଏମ ସେବା ମଧ୍ୟ ସର୍ବଦା ଉପଲବ୍ଧ ରହିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।