Banks hike loan interest rates: ଋଣ ସୁଧ ବଢ଼ାଇଲେ ବ୍ୟାଙ୍କ: ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ପରେ ବଢ଼ିଲା
"ମୁମ୍ବାଇ: ଦରଦାମ୍ ଉପରେ ନିୟନ୍ତ୍ରଣ କଷିବା ଲକ୍ଷ୍ୟ ନେଇ ଗତକାଲି ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୦.୨୫% ବୃଦ୍ଧି କରିଥିଲା।
ତାହାର ପ୍ରଭାବରେ ବ୍ୟାଙ୍କଗୁଡ଼ିକ ସଙ୍ଗେ ସଙ୍ଗେ ସେମାନଙ୍କ ଋଣ ସୁଧ ବଢ଼ାଇଛନ୍ତି।
ପୂଜା ପୂର୍ବରୁ ସୁଧରେ ହୋଇଥିବା ବୃଦ୍ଧି ଚିନ୍ତାର କାରଣ ହୋଇଛି।
ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ମଧ୍ୟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ବି), ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା ଓ ଇଣ୍ଡିଆନ୍ ବ୍ୟାଙ୍କ ଋଣ ସୁଧ ବଢ଼ାଇଛନ୍ତି।
ଆଗାମୀ ଦିନରେ ଅନ୍ୟ ବ୍ୟାଙ୍କଗୁଡ଼ିକ ସୁଧ ବଢ଼ାଇବା ଅନୁମାନ କରାଯାଉଛି।
ବ୍ୟାଙ୍କଗୁଡ଼ିକ ରେପୋ ସହ ଯୋଡ଼ି ହୋଇଥିବା ସୁଧ (ଆର୍ଆର୍ଏଲ୍ଆର୍)ରେ ପରିବର୍ତ୍ତନ କରିଛନ୍ତି।Advertisment Delhi Security: ଦିଲ୍ଲୀରେ ବ୍ୟାପକ ଅର୍ଦ୍ଧସାମରିକ ବାହିନୀ ଓ ପୁଲିସ ଫୋର୍ସ ମୁତୟନ ଯେଉଁ ଋଣଗ୍ରହୀତାମାନଙ୍କ ଋଣ ରେପୋ ସହିତ ଯୋଡ଼ିହୋଇଥିବ, ସେମାନଙ୍କ ପାଇଁ ସୁଧ ବଢ଼ିବ ଓ ସେମାନଙ୍କ ମାସିକ କିସ୍ତି ବା ଇଏମ୍ଆଇ ମଧ୍ୟ ବୃଦ୍ଧି ପାଇବ।
ପିଏନ୍ବି ଏହାର ଆର୍ଆର୍ଏଲ୍ଆର୍ ସୁଧକୁ ୮.୧୦%ରୁ ୮.୩୫%କୁ ବୃଦ୍ଧି କରିଛି।
ନୂଆ ସୁଧ ଆଜିଠାରୁ ଲାଗୁ ହୋଇଛି।
ରେପୋରେ ହୋଇଥିବା ବୃଦ୍ଧି ଅନୁସାରେ ବ୍ୟାଙ୍କ ଏହାର ସୁଧରେ ସେହି ସମାନ ୦.୨୫% ବୃଦ୍ଧି କରିଛି।
ବ୍ୟାଙ୍କ ଅଫ୍ ଇଣ୍ଡିଆର ସୁଧ ମଧ୍ୟ ସେହି ୮.୩୫%କୁ ବୃଦ୍ଧି ପାଇଛି।
ଏହାର ନୂଆ ସୁଧ ହାର ଗତକାଲିଠାରୁ ଲାଗୁ ହୋଇଛି।
ସେହିପରି, ଇଣ୍ଡିଆନ୍ ବ୍ୟାଙ୍କ ଏହାର ଆର୍ଆର୍ଏଲ୍ଆର୍ ସୁଧକୁ ୭.୯୫%ରୁ ୮.୨୦%କୁ ବଢ଼ାଇଛି।
ବ୍ୟାଙ୍କ ଅଫ୍ ବରୋଦାର ସୁଧ ୮.୧୫%କୁ ବୃଦ୍ଧି ପାଇଛି ଓ ତାହା ଆଜିଠାରୁ ଲାଗୁ ହୋଇଛି।
Conference: ୨୩ରୁ ଓଡ଼ିଶାରେ ଆୟୋଜନ ହେବ "ସହରୀ ଗତିଶୀଳତା ଭାରତ ସମ୍ମିଳନୀ ଏ ସମ୍ପର୍କରେ ବ୍ୟାଙ୍କବଜାର୍ର ସିଇଓ ଆଧିଲ ସେଟ୍ଟି କହିଛନ୍ତି ଯେ ସୁଧ ବଢ଼ିବାର ଅର୍ଥ ହେଉଛି ବିଭିନ୍ନ ବ୍ୟାଙ୍କର ଗୃହ ଋଣ ଗ୍ରାହକଙ୍କ ପାଇଁ ମାସିକ କିସ୍ତି କିମ୍ବା ଋଣ ଅବଧିରେ ବୃଦ୍ଧି ଘଟିପାରେ।
ଆଗାମୀ ଦିନରେ ସୁଧରେ କୌଣସି ହ୍ରାସ ହେବ ନାହିଁ।
କେବଳ ଅପରିବର୍ତ୍ତିତ ରହିବ, ନହେଲେ ବଢ଼ିବ।
ରିଜର୍ଭ ବ୍ୟାଙ୍କ ନିଜ ଆଭିମୁଖ୍ୟକୁ ଏଭଳି ଭାବେ ସ୍ପଷ୍ଟ କରିଥିବାରୁ ବ୍ୟାଙ୍କଗୁଡ଼ିକ ମଧ୍ୟ ଋଣ ସୁଧ କମ୍ କରିବା ବିଷୟରେ ବିଚାର କରିବେ ନାହିଁ।
ତେବେ ଗ୍ରାହକଙ୍କ ଉପରେ ବୋଝ କମ୍ କରିବା ପାଇଁ ବ୍ୟାଙ୍କଗୁଡ଼ିକ ପରିଶୋଧ ଅବଧି ବୃଦ୍ଧି କରିପାରନ୍ତି।
ପ୍ରାରମ୍ଭିକ ସମୟରେ ତାହା ସହଜ ମନେ ହେବ, କିନ୍ତୁ ସମୟ ଗଡ଼ିବା ସହ ତାହାର ପ୍ରଭାବ ଜଣାପଡ଼ିବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।