10 OCTOBER 2026

Welcome!

Unlock your personalized experience.
Sign Up

Poverty: ପ୍ରାଚୁର୍ଯ୍ୟ ଭିତରେ ଦାରିଦ୍ର୍ୟ: କଳାପାଣି ଯନ୍ତ୍ରଣାରେ ‘ଦେବଝୋଲା’

Oct 10, 2026 - 08:59
Poverty: ପ୍ରାଚୁର୍ଯ୍ୟ ଭିତରେ ଦାରିଦ୍ର୍ୟ: କଳାପାଣି ଯନ୍ତ୍ରଣାରେ ‘ଦେବଝୋଲା’

ରାୟଗଡ଼ା (ଶିବପ୍ରସାଦ ଦୋରା): ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ, ପାହାଡ଼ଘେରା ପରିବେଶ ଓ ମାଙ୍ଗାନିଜରେ ଭରପୂର ଗାଁ। ହେଲେ ଏଠି ବିକାଶର ଚିହ୍ନବର୍ଣ୍ଣ ନାହିଁ। ନିତିଦିନିଆ ଯାତାୟାତ ପାଇଁ ରାସ୍ତା ନାହିଁ, ପିଇବା ପାଣି ପାଇଁ ନଳକୂପ ଭରସାଯୋଗ୍ୟ ନୁହେଁ; ବିଜୁଳି ସଂଯୋଗ ନାହିଁ। ଅଚଳ ସୋଲାର ଲାଇଟ୍‌ ଅନ୍ଧାର ଦୂର କରିପାରୁନି। ରୋଗୀଙ୍କୁ ମେଡିକାଲ ନେବାକୁ ଖଟିଆ ଏକମାତ୍ର ଭରସା। ସ୍କୁଲ ଅଛି। ଶିକ୍ଷକଙ୍କ ନିୟମିତ ଆସନ୍ତି ନାହିଁ। ଏହା ହେଉଛି ରାୟଗଡ଼ା ଜିଲ୍ଲାର ଦେବଝୋଲା ଗାଁର ବାସ୍ତବ ଚିତ୍ର। ମୌଳିକ ସୁବିଧାରୁ ବଞ୍ଚିତ ଏହି ଗାଁର ଲୋକଙ୍କ ପାଇଁ ବିକାଶ ଆଜି ବି ସାତସପନ।

Workshop: ଜନସଞ୍ଚାର କୌଣସି ପ୍ରଶାସନିକ ଔପଚାରିକତା ନୁହେଁ ବରଂ ପ୍ରଶାସନର ଆଧାର

ରାସ୍ତା ପାଇଁ କଲବଲ, ବିଜୁଳି ଓ ପିଇବା ପାଣି ଅପହଞ୍ଚ; ରୋଗୀଙ୍କୁ ଖଟିଆ ଭରସା

ସଦର ମହକୁମାଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଦେବଝୋଲା। କୁଟୁଳି ପଞ୍ଚାୟତ ଅଧୀନ ଏହି ଗାଁରେ ପହଞ୍ଚିବାକୁ ୪ କିଲୋମିଟର ପାହାଡ଼ିଆ ରାସ୍ତା ଚାଲିବାକୁ ପଡ଼େ। ଆମ୍ବୁଲାନ୍ସ ପହଞ୍ଚିବା ଦୁଃସ୍ବପ୍ନ। ଏଣୁ ଜରୁରି ସମୟରେ ରୋଗୀ ଓ ଗର୍ଭବତୀଙ୍କୁ ଖଟିଆରେ ବୋହି ନେବାକୁ ପଡ଼େ। ଏହି ଦୁରବସ୍ଥା ବଖାଣିଥିଲେ ଗାଁର ଶମ୍ବୁରୁ ମିଣିଆକା ଓ ଜୟ ମାଣ୍ଡାଙ୍ଗି। 

Agriculture: ଧାନଗଛରେ ରୋଗପୋକ ପାଇଁ ଚାଷୀଙ୍କ ଆଭାସୀ ପରାମର୍ଶ

ଗାଁରେ ପ୍ରାୟ ୬୦ଟି ପରିବାରର ୩୦୦ ଲୋକ ବସବାସ କରୁଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷରେ ଦେବଝୋଲାରୁ ଲେକାପୁଟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ମନରେଗାରେ ୪ ଲକ୍ଷ ଟଙ୍କା ଏବଂ ଦେବଝୋଲାରୁ କୁଟୁଳି ରାସ୍ତା ପାଇଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଅନୁଦାନ ହଡ଼ପ ଅଭିଯୋଗ ଉଠିଛି। 
କୁଟୁଳି ସରପଞ୍ଚ କୈଳାସ ମିଣିଆକା କହିଛନ୍ତି ଯେ ବିକାଶ ପାଇଁ ଆଶ୍ୱାସନା ମିଳୁଛି, ହେଲେ କୌଣସି ଯୋଜନା ବାସ୍ତବ ରୂପ ନେଉନାହିଁ। ଗାଁର ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଜାତୀୟ ମାନବାଧିକାର କମିସନଙ୍କ ନିର୍ଦ୍ଦେଶ କ୍ରମେ ତତ୍କାଳୀନ ବିଡିଓ ଅମୂଲ୍ୟ କୁମାର ସାହୁ ଗାଁକୁ ଯାଇଥିଲେ। ଏହା ସତ୍ତ୍ୱେ ଏଯାଏଁ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।