Barclays Bank: ବାର୍‌କ୍ଲେ ୫୦୦୦ ଛଟେଇ କରିବ

Oct 22, 2026 - 16:42
Barclays Bank: ବାର୍‌କ୍ଲେ ୫୦୦୦ ଛଟେଇ କରିବ

"ନୂଆଦିଲ୍ଲୀ: ଲଣ୍ଡନର ବ୍ୟାଙ୍କ ବାର୍‌କ୍ଲେ ଖର୍ଚ୍ଚକାଟ କରିବା ଲକ୍ଷ୍ୟ ନେଇ ୫୦୦୦ କର୍ମଚାରୀ ଛଟେଇ କରିବାକୁ ଯୋଜନା ପ୍ରସ୍ତୁତ କରିଛି।

ଏହା ହେଉଛି ବ୍ୟାଙ୍କର ‌ମୋଟ୍‌ କର୍ମଚାରୀ ସଂଖ୍ୟାର ୫ ପ୍ରତିଶତ।

୨୦୨୫ ଶେଷ ସୁଦ୍ଧା ବାର୍‌କ୍ଳେର ସାରା ବିଶ୍ବରେ ପ୍ରାୟ ୯୩ହଜାର କର୍ମଚାରୀ ଥିଲେ।

ବ୍ୟାଙ୍କ କହିଛି ଯେ ନିବେଶ ପାଇଁ ପାଣ୍ଠି ଯୋଗାଡ଼ କରିବା ଲାଗି ଏହା ଖର୍ଚ୍ଚକାଟ କରିବା ଉପରେ ଧ୍ୟାନ ଦେଉଛି।Advertisment ଏଥି ସହିତ କୃତ୍ତିମ ବୁଦ୍ଧିମତା (ଏଆଇ) ବ୍ୟବହାର କରି ଏହା ଦକ୍ଷତା ବଢ଼ାଇବ ଓ ସଂଗଠନରେ ସରଳୀକରଣ କରିବ।

ବାର୍‌କ୍ଲେ ଏହାର ଆର୍ଥିକ ଫଳାଫଳ ଘୋଷଣା କରିଛି।

ଅନେକ ପ୍ରମୁଖ ମାନଦଣ୍ଡ ପାଇଁ ଏହା ଧାର୍ଯ୍ୟ କରିଥିବା ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛି।

ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସିଏସ୍‌ ଭେଙ୍କଟକ୍ରିଷ୍ଣନ ଏହି ପ୍ରଦର୍ଶନକୁ ନୈରାଶ୍ୟଜନକ କହିଛନ୍ତି।

ଖର୍ଚ୍ଚକାଟ କରିବା ଉପରେ ଧ୍ୟାନ ବ୍ୟାଙ୍କ ସାରାରେ ଏଆଇ ବ୍ୟବହାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ପ୍ରଥମ ୬ ମାସରେ ବାର୍‌କ୍ଲେ ୧୦୦୦ ଛଟେଇ କରିଥିଲା।

ରାଜସ୍ବ ହ୍ରାସ ପାଉଥିବାରୁ ଖର୍ଚ୍ଚକାଟ ଉପରେ ବ୍ୟାଙ୍କ ଧ୍ୟାନ ଦେଉଛି।

କେବଳ ବାର୍‌କ୍ଲେ ନୁହେଁ, ଏହାର ପ୍ରତିଦ୍ବନ୍ଦ୍ବୀ ବ୍ୟାଙ୍କଗୁଡ଼ିକ ମଧ୍ୟ ସମାନ ସମସ୍ୟା ଦେଇ ଗତି କରୁଛନ୍ତି।

ଜେପି ମୋର୍ଗାନ ଚେଜ୍‌ ଆଣ୍ଡ୍‌ କୋ, ଗୋଲ୍ଡମ୍ୟାନ୍‌ ସଚ୍‌ସ ଓ ବ୍ୟାଙ୍କ ଅଫ୍‌ ଆମେରିକାର ସେୟାର ରାଜସ୍ବ ହ୍ରାସ ପାଇଛି।

ବାର୍‌କ୍ଲେର ନିବେଶ ବ୍ୟାଙ୍କିଂ ଶାଖାର ପ୍ରଦର୍ଶନ ଆଶାନୁରୂପ ରହିଥିବା ବେଳେ ଖୁଚୁରା ବ୍ୟାଙ୍କିଂ ଶାଖାର ପ୍ରଦର୍ଶନ ଖରାପ ରହିଛି।

Google Cloud: ଗୁଗୁଲ୍ କ୍ଲାଉଡ୍ ବିଭ୍ରାଟ ଯୋଗୁଁ ବ୍ରିଟେନରେ ବ୍ୟାଙ୍କିଙ୍ଗ ସେବା ଠପ୍; ଭାରତର ବ୍ୟବସ୍ଥା କେତେ ସୁରକ୍ଷିତ?"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।