Dinosaur Footprints: ଥାଇଲାଣ୍ଡରେ ୧୨ କୋଟି ବର୍ଷ ପୁରୁଣା ଡାଇନୋସର ପାଦଚିହ୍ନ ଠାବ; ସଂରକ୍ଷଣ ଉପରେ ଦିଆଯାଉଛି ଗୁରୁତ୍ୱ

Oct 22, 2026 - 17:03
Dinosaur Footprints: ଥାଇଲାଣ୍ଡରେ ୧୨ କୋଟି ବର୍ଷ ପୁରୁଣା ଡାଇନୋସର ପାଦଚିହ୍ନ ଠାବ; ସଂରକ୍ଷଣ ଉପରେ ଦିଆଯାଉଛି ଗୁରୁତ୍ୱ

ବ୍ୟାଙ୍କକ୍‌ (ଥାଇଲାଣ୍ଡ): ଥାଇଲାଣ୍ଡରେ ଏକ ବିରଳ ପ୍ରାଗୈତିହାସିକ ଆବିଷ୍କାର ସାମ୍ନାକୁ ଆସିଛି।

ଦେଶର ଉଡୋନ ଥାନି ପ୍ରଦେଶରେ ପ୍ରାୟ ୧୨ କୋଟି ବର୍ଷ ପୁରୁଣା ମାଂସାହାରୀ ଡାଇନୋସରର ପାଦଚିହ୍ନ ଠାବ ହୋଇଛି।

ଥାଇଲାଣ୍ଡର ଖଣିଜ ସମ୍ପଦ ବିଭାଗ ଅକ୍ଟୋବର ୨୦, ୨୦୨୬ରେ ଏହି ଆବିଷ୍କାରକୁ ଆଧିକାରିକ ଭାବେ ନିଶ୍ଚିତ କରିଛି।

ଏହା ଉତ୍ତର-ପୂର୍ବ ଥାଇଲାଣ୍ଡ ରେ ଚିହ୍ନଟ ହୋଇଥିବା ପ୍ରଥମ ଏଭଳି ପାଦଚିହ୍ନ ବୋଲି କୁହାଯାଉଛି।

Advertisment ବାନ ଫୁ ଜିଲ୍ଲାର ଫୁ ଫ୍ରା ବାଟ ଅଞ୍ଚଳରେ ଏହି ପାଦଚିହ୍ନଗୁଡ଼ିକ ମିଳିଛି।

ପିଚାଇ ପ୍ରାଥେତସେନା ନାମକ ଜଣେ ବ୍ୟକ୍ତି ପ୍ରଥମେ ଏହାକୁ ଦେଖିଥିଲେ।

ପରେ ସମ୍ପୃକ୍ତ ବିଭାଗର ଅଧିକାରୀ ଓ ବିଶେଷଜ୍ଞ ଙ୍କ ଏକ ଦଳ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଥିଲେ।

ବିସ୍ତୃତ ଅନୁଧ୍ୟାନ ପରେ ଏହି ଚିହ୍ନଗୁଡ଼ିକ ପ୍ରାୟ ୧୨୦ ନିୟୁତ ବର୍ଷ ପୁରୁଣା ବୋଲି ଜଣାପଡ଼ିଛି।

ଚିହ୍ନଗୁଡ଼ିକ ପ୍ରାୟ ୧୨୦ ନିୟୁତ ବର୍ଷ ପୁରୁଣା ବିଶେଷଜ୍ଞଙ୍କ ଅନୁସାରେ, ବାଲିପଥର ଉପରେ ମୋଟ ୬ଟି ପାଦଚିହ୍ନ ରହିଛି।

ପ୍ରତ୍ୟେକ ପାଦଚିହ୍ନର ଲମ୍ବ ପ୍ରାୟ ୨୯ ସେଣ୍ଟିମିଟର ଏବଂ ଓସାର ୨୬ ସେଣ୍ଟିମିଟର।

ଏଥିରେ ତିନୋଟି ଲେଖାଏଁ ତୀକ୍ଷ୍ଣ ଆଙ୍ଗୁଠିର ଚିହ୍ନ ସ୍ପଷ୍ଟ ଦେଖିବାକୁ ମିଳିଛି।

ଏହି ଚିହ୍ନଗୁଡ଼ିକ ଥେରୋପଡ୍‌ (ଥେରୋପଡ୍) ଗୋଷ୍ଠୀର ମାଂସାହାରୀ ଡାଇନୋସରର ବୋଲି ବୈଜ୍ଞାନିକମାନେ ଚିହ୍ନଟ କରିଛନ୍ତି।

ଏହି ଡାଇନୋସର ଦୁଇଟି ପଛ ଗୋଡ଼ରେ ଚାଲୁଥିଲେ।

ପାଦଚିହ୍ନର ଆକାରକୁ ଆଧାର କରି ଡାଇନୋସରର ଶରୀର ସମ୍ପର୍କରେ ମଧ୍ୟ ଆକଳନ କରାଯାଇଛି।

ବୈଜ୍ଞାନିକଙ୍କ ଅନୁମାନ ଅନୁସାରେ, ଏହାର ଅଣ୍ଟା ପର୍ଯ୍ୟନ୍ତ ଉଚ୍ଚତା ପ୍ରାୟ ୧.୪୨ ମିଟର ଏବଂ ମୋଟ ଶରୀରର ଲମ୍ବ ପ୍ରାୟ ୬.୩ ମିଟର ହୋଇଥାଇପାରେ।

ଥାଇଲାଣ୍ଡରେ ପୂର୍ବରୁ ଆବିଷ୍କୃତ ସିଆମୋଟାଇରାନସ୍ ଇସାନେନସିସ୍‌ (ସିଆମୋଟାଇରାନସ୍ ଇସାନେନ୍ସିସ୍) ନାମକ ଡାଇନୋସରର ଆକାର ସହ ଏହାର ସାମଞ୍ଜସ୍ୟ ରହିଛି।

ତେବେ କେଉଁ ପ୍ରଜାତିର ଡାଇନୋସର ଏହି ପାଦଚିହ୍ନ ଛାଡ଼ିଥିଲା, ତାହାର ଅଧିକ ଅଧ୍ୟୟନ ଗୁରୁତ୍ୱପୂର୍ଣ୍ଣ।

ଗୋଦରେଜ ସାବୁନର କାହାଣୀ ଜାଣିଛନ୍ତି କି?

୧୯୧୮ରେ ପ୍ରସ୍ତୁତ ହୋଇଥିଲା ବିଶ୍ୱର ପ୍ରଥମ ପଶୁ-ଚର୍ବିହୀନ ସାବୁନ୍‌ ଏହି ଆବିଷ୍କାର ପରେ ସ୍ଥାନଟିର ସୁରକ୍ଷା ପାଇଁ ଥାଇଲାଣ୍ଡ ସରକାର ପଦକ୍ଷେପ ନେଉଛନ୍ତି।

ପର୍ଯ୍ୟଟକଙ୍କ ଭିଡ଼ ଏବଂ ବର୍ଷାଜଳ ଦ୍ୱାରା ପାଦଚିହ୍ନଗୁଡ଼ିକ ନଷ୍ଟ ହେବାର ଆଶଙ୍କା ଥିବାରୁ ଏହାର ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଛି।

ଭବିଷ୍ୟତରେ ଏହି ସ୍ଥାନକୁ ଭୂତତ୍ତ୍ୱ ଅଧ୍ୟୟନ, ବୈଜ୍ଞାନିକ ଗବେଷଣା ଏବଂ ପର୍ଯ୍ୟଟନର ଏକ ପ୍ରମୁଖ କେନ୍ଦ୍ର ଭାବେ ବିକଶିତ କରିବାକୁ ଯୋଜନା ରହିଛି।

ଏହି ଆବିଷ୍କାର ପ୍ରାଚୀନ ଜୀବଜଗତ ଓ ପୃଥିବୀର ଇତିହାସ ସମ୍ପର୍କରେ ନୂଆ ତଥ୍ୟ ଜାଣିବାରେ ବୈଜ୍ଞାନିକଙ୍କୁ ସହାୟତା କରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।