Bargarh Faces Growing Cancer Concerns: କୀଟନାଶକ ବ୍ୟବହାରରେ ଦେଶରେ ଆଗରେ ବରଗଡ଼, ବଢ଼ୁଛି କର୍କଟ ଚିନ୍ତା

Nov 07, 2026 - 20:38
Bargarh Faces Growing Cancer Concerns: କୀଟନାଶକ ବ୍ୟବହାରରେ ଦେଶରେ ଆଗରେ ବରଗଡ଼, ବଢ଼ୁଛି କର୍କଟ ଚିନ୍ତା

ପଞ୍ଜାବର ଭଟିଣ୍ଡା ପରେ ଏବେ ଓଡ଼ିଶାର ବରଗଡ଼ ଦେଶର ଦ୍ବିତୀୟ କ୍ୟାନସର ବହୁଳ ଜିଲ୍ଲା।

ଏ ଜିଲ୍ଲାରୁ ୪ ବର୍ଷରେ ଚିହ୍ନଟ ହେଲେଣି ୧୦ ହଜାରରୁ ଅଧିକ କର୍କଟ ରୋଗୀ।

ବରଗଡ଼ରେ ହୁ ହୁ ମାଡୁଥିବା କ୍ୟାନସର ପଛର କାରଣ ଖୋଜା ବେଳେ ସାମ୍ନାକୁ ଆସିଛି ଉଦବେଗଜନକ ତଥ୍ୟ।

ସମ୍ବଲପୁର ଜ୍ୟୋତିବିହାର ପରିବେଶ ବିଜ୍ଞାନ ବିଭାଗର ଏକ ଗବେଷଣା ରିପୋର୍ଟ ଅନୁସାରେ ବରଗଡ଼ର କ୍ୟାନସର ବ୍ୟାପୀବା ପଛର ପ୍ରମୁଖ କାରଣ ଚାଷରେ ଅତ୍ୟଧିକ କୀଟନାଶକ ବ୍ୟବହାର ବୋଲି ତଥ୍ୟ ସାମ୍ନାକୁ ଆସିଛି।

କୁହାଯାଉଛି, ଅଧିକ ଅମଳ ପାଇଁ ଏଠି ଚାଷ ଜମିରେ ଅତ୍ୟଧିକ ମାତ୍ରାରେ କୀଟନାଶକ ପ୍ରୟୋଗ କରୁଛି ଚାଷୀ।

ଯାହା ମଣିଷ ପାଇଁ ପାଲଟୁଛି ଘାତକ।

ଗବେଷଣାରୁ ଜଣାପଡ଼ିଛି, ବରଗଡ଼ ଜିଲ୍ଲାର ଚାଷୀମାନେ ପ୍ରାୟ ୮୭ ପ୍ରକାର କୀଟନାଶକ ବ୍ୟବହାର କରୁଛନ୍ତି।

ଯାହାକି ସର୍ବଭାରତୀୟ ସ୍ତରରେ ହେକ୍ଟର ପିଛା କୀଟନାଶକ ବ୍ୟବହାର ପରିମାଣର ପୁରା ଦେଶରେ ସର୍ବାଧିକ।

ତେଣୁ ଏବେ ଚାଷୀ ଏବେ କୀଟନାଶକ ଛାଡ଼ି ଜୈବିକ ଚାଷ ଉପରେ ଗୁରୁତ୍ବ ଦେବାକୁ ଦାବି ବଢ଼ିଛି।

Advertisment ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗ ପକ୍ଷରୁ ଆଜି ୧୫ ବର୍ଷ ଧରି ଚାଲିଥିବା ଗବେଷଣାର ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୨୧ରୁ ୨୦୨୫ ମଧ୍ୟରେ ବୁର୍ଲା ଭୀମସାରକୁ ଚିକିତ୍ସା ପାଇଁ କେବଳ ବରଗଡ଼ ଜିଲ୍ଲାରୁ ଆସିଛନ୍ତି ୧୦ ହଜାର କର୍କଟ ରୋଗୀ।

ସେପଟେ ଅନ୍ୟଏକ ତଥ୍ୟ ଅନୁସାରେ ୨୦୨୧ରୁ ୨୦୨୩ ଦୁଇ ବର୍ଷରେ ପଶ୍ଚିମ ଓଡ଼ିଶାର ବରଗଡ଼, ସମ୍ବଲପୁର, ବଲାଙ୍ଗିର, ସୁବର୍ଣ୍ଣପୁର, ନୂଆପଡ଼ା, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଭଳି ଜିଲ୍ଲାରୁ ପ୍ରତିବର୍ଷ ଚିହ୍ନଟ ହେଉଛନ୍ତି ପ୍ରାୟ ୨୨ ହଜାର ନୂଆ କ୍ୟାନସର ରୋଗୀ।

ଯାହା କ୍ୟାନସରକୁ ନେଇ ଖାଲି ବରଗଡ଼ ନୁହେଁ, ପୁରା ପଶ୍ଚିମ ଓଡ଼ିଶାବାସୀଙ୍କ ଚିନ୍ତା ବଢାଇ ଦେଇଛି।

ରିସର୍ଚ୍ଚ ରିପୋର୍ଟ କହୁଛି, ପ୍ରତିବର୍ଷ କେବଳ ବରଗଡ଼ ଜିଲ୍ଲାରୁ ପ୍ରାୟ ୧,୧୦୦ ଜଣ ନୂତନ କ୍ୟାନସର ରୋଗୀ ଚିହ୍ନଟ ହେଉଛନ୍ତି।

ସେହିଭଳି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତଥ୍ୟ ଅନୁସାରେ ୨୦୧୫ରୁ ୨୦୨୧ ମଧ୍ୟରେ ଜିଲ୍ଲାରେ ୨ ହଜାର ୩୪୯ ଜଣ କର୍କଟ ରୋଗୀଙ୍କ ମୃତ୍ୟୁ ହୋଇଛି।

ଯାହାକୁ ଦୃଷ୍ଟିରେ ରଖି ଏବେ ବରଗଡ଼ ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଯାଉଛି ଏକ କ୍ୟାନସର ହସ୍ପିଟାଲ।

ସେପଟେ କିନ୍ତୁ ଏହା ପଛର ବାସ୍ତବ କରଣ କଣ ତାକୁ ନେଇ ଏବେ ଅଧିକ ଗବେଷଣାର ଆବଶ୍ୟକତା ରହିଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।