Donald Trump Celebrates Diwali: ଭାରତୀୟ ବଂଶୋଦ୍ଭବଙ୍କ ସହ ଦୀପାବଳି ପାଳିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

Nov 07, 2026 - 20:38
Donald Trump Celebrates Diwali: ଭାରତୀୟ ବଂଶୋଦ୍ଭବଙ୍କ ସହ ଦୀପାବଳି ପାଳିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

ଭାରତୀୟ ବଂଶୋଦ୍ଭବଙ୍କ ସହ ଦୀପାବଳି ପାଳିଲେ ଡୋନାଲ୍ଡ ଟ୍ରମ୍ପ।

ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ପରାଜୟ ପରେ ଭିନ୍ନ ଅନ୍ଦାଜରେ ଆମେରିକା ରାଷ୍ଟ୍ରପତି।

ଭାରତୀୟ-ଆମେରିକୀୟ ବ୍ୟବସାୟୀ, ସିଇଓ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଦୀପାବଳି ସେଲିବ୍ରେସନ କରିଛନ୍ତି ଟ୍ରମ୍ପ ।

ରାଷ୍ଟ୍ରପତି ଟ୍ରମ୍ପ ଓଭାଲ୍ ଅଫିସ୍ ରେ ଦୀପ ପ୍ରଜ୍ଜ୍ୱଳନ କରିଥିଲେ।

ଏହି ଅବସରରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ସୋସିଆଲ ସିକ୍ୟୁରିଟି ଆଡମିନିଷ୍ଟ୍ରେସନ୍ ର ଡେପୁଟି କମିଶନର ଅର୍ଜୁନ ମୋଦି ଉପସ୍ଥିତ ଥିଲେ।

Advertisment ସ୍ମରଣୀୟ ମୁହୂର୍ତ୍ତରେ ଭାରତୀୟ ଆଇଟି ଉଦ୍ୟୋଗୀ ବିଶାଳ ଗୋଣ୍ଡାଲ୍ ଟ୍ରମ୍ପଙ୍କୁ 'ହନୁମାନ ଚାଳିଶା'ର ଏକ ପ୍ରତିଲିପି ଉପହାର ସ୍ୱରୂପ ପ୍ରଦାନ କରିଥିଲେ।

୨୦୦୯ରେ ରାଷ୍ଟ୍ରପତି ବାରାକ୍ ଓବାମା ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ଭାବରେ ହ୍ୱାଇଟ୍ ହାଉସ୍ ର ଇଷ୍ଟ୍ ରୁମ୍ ରେ ସ୍ୱୟଂ ଦୀପ ପ୍ରଜ୍ଜ୍ୱଳନ କରିଥିଲେ।

ସେବେଠାରୁ ହ୍ୱାଇଟ୍ ହାଉସ୍ ର ଓଭାଲ୍ ଅଫିସ୍ ଓ ରୁଜଭେଲ୍ଟ ରୁମ୍ ଭଳି ବିଭିନ୍ନ ପ୍ରମୁଖ ସ୍ଥାନରେ ନିୟମିତ ଭାବରେ ଦୀପାବଳି ପାଳନ କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।