Bargarh Lightning Strike: ବଜ୍ରପାତରେ ଦୁଇ ମହିଳାଙ୍କ ମୃତ୍ୟୁ
"ସୋହେଲା: ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ପାଣିମୋରା ପଞ୍ଚାୟତ କୁସୁର୍ଡ଼ା ଗ୍ରାମରେ ଆଜି (ଗୁରୁବାର) ବଜ୍ରପାତରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଛି।
ମୃତକମାନେ ହେଲେ କଟାପାଲି ଗ୍ରାମର ଜାହ୍ନବୀ ପଧାନ (୪୫) ଓ ରିତା ପଧାନ (୩୨)।
Advertisment ବଜ୍ରାଘାତରେ ମୃତ ଦୁଇ ମହିଳା ସୂଚନା ଅନୁସାରେ, କଟାପାଲି ଗ୍ରାମର ଜାହ୍ନବୀ ଓ ରିତା ଆଜି ସକାଳେ ଚାଷଜମିରେ କାମ କରିବା ପାଇଁ ନିକଟସ୍ଥ ଗାଁ କୁସୁର୍ଡ଼ାକୁ ଯାଇଥିଲେ।
କାମ କରୁଥିବା ବେଳେ ମଧ୍ୟାହ୍ନରେ ସେଠାରେ ବର୍ଷା ସହିତ ବଜ୍ରପାତ ହୋଇଥିଲା।
ଫଳରେ ଉଭୟ ମହିଳା ଚାଷଜମିରେ ଟଳି ପଡ଼ିଥିଲେ।
Lightning Strike ବଜ୍ରପାତରେ ଜଣେ ମହିଳାଙ୍କ ସମେତ ୨ ଚାଷୀ ମୃତ ବହୁ ସମୟ ପର୍ଯ୍ୟନ୍ତ ସେମାନେ ଘରକୁ ନଫେରିବାରୁ ପରିବାର ଲୋକେ ସେମାନଙ୍କୁ ଖୋଜିବାକୁ ଯାଇଥିଲେ।
ଏହି ସମୟରେ ଉଭୟେ ବିଲରେ ପଡ଼ିଥିବା ଦେଖିଥିଲେ।
ବଜ୍ରପାତରେ ଉଭୟଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।