BCCI Sets World Cup Selection Criteria: ବୟସ ନୁହେଁ, ଏହି ଦୁଇଟି ଜିନିଷ ଠିକ୍ ରହିଲେ ବିଶ୍ୱକପ୍ ଖେଳିବେ ରୋହିତ-ବିରାଟ

Oct 21, 2026 - 17:49
BCCI Sets World Cup Selection Criteria: ବୟସ ନୁହେଁ, ଏହି ଦୁଇଟି ଜିନିଷ ଠିକ୍ ରହିଲେ ବିଶ୍ୱକପ୍ ଖେଳିବେ ରୋହିତ-ବିରାଟ

୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନେଇ ବଡ଼ ବୟାନ! ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଦଳରେ ସ୍ଥାନକୁ ନେଇ ଚାଲିଥିବା ଚର୍ଚ୍ଚା ଭିତରେ ବିସିସିଆଇ ସଭାପତି ମିଥୁନ ମାନହାସ କହିଛନ୍ତି, ଖେଳାଳି ଚୟନରେ ବୟସ ନୁହେଁ, ଫିଟନେସ୍ ଓ ପ୍ରଦର୍ଶନକୁ ଗୁରୁତ୍ୱ ଦିଆଯିବ।

ରୋହିତ ଶର୍ମା ୨୦୨୭ ଏପ୍ରିଲରେ ୪୦ ବର୍ଷରେ ପାଦ ଦେବେ, ଯେତେବେଳେ ବିରାଟ କୋହଲିଙ୍କୁ ୩୮ ବର୍ଷ ହୋଇଥିବ। ଉଭୟ ଖେଳାଳି ଭଲ ଫିଟନେସ୍ ରଖିବା ସହ ଦଳ ପାଇଁ ରନ୍ କରି ମ୍ୟାଚ୍ ଜିତାଇଲେ ବିଶ୍ୱକପ୍ ଦଳରେ ସ୍ଥାନ ପାଇବାର ସୁଯୋଗ ରହିବ।

ଅନ୍ୟପଟେ, ଯୁବ ଅଧିନାୟକ ଶୁଭମନ ଗିଲଙ୍କୁ ରୋହିତ, ବିରାଟ ଓ ଅନ୍ୟ ଅଭିଜ୍ଞ ଖେଳାଳିଙ୍କ ଅନୁଭବ ସାହାଯ୍ୟ କରିବ ବୋଲି ବିସିସିଆଇ ସଭାପତି ଆଶା ପ୍ରକାଶ କରିଛନ୍ତି। ଏବେ ସମସ୍ତଙ୍କ ନଜର ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଦିନିକିଆ ସିରିଜ୍‌ ଉପରେ, ଯେଉଁଠି ରୋହିତ ଓ ବିରାଟଙ୍କ ପ୍ରଦର୍ଶନ ଚର୍ଚ୍ଚାରେ ରହିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।