Kotia Row Intensifies: ନବୀନଙ୍କ ଚିଠି ପରେ ତେଜିଲା ରାଜନୀତି, କୋଟିଆକୁ ନେଇ ଟଣାଓଟରା

Oct 21, 2026 - 15:41
Kotia Row Intensifies: ନବୀନଙ୍କ ଚିଠି ପରେ ତେଜିଲା ରାଜନୀତି, କୋଟିଆକୁ ନେଇ ଟଣାଓଟରା

କୋଟିଆକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ପରେ ତେଜିଛି ରାଜନୀତି। କୋଟିଆ ପ୍ରସଙ୍ଗରେ ମୁହାଁ ମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି। ଦୁଇ ଦଳ ଭିତରେ ଏବେ ଆରମ୍ଭ ହୋଇଯାଇଛି କାର୍ଟୁନ ୱାର୍। ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ ଉଭୟ ପରସ୍ପରକୁ ଟାର୍ଗେଟ କରିଛନ୍ତି । ବିଜେଡି ପୋଷ୍ଟ କରି ଲେଖିଛି  କୋଟିଆ ନେଇଗଲାଣି, ବିଜେପି ସରକାରର ନୋ ଟେନସନ।

ଅପରପକ୍ଷରେ ବିଜେପି ମଧ୍ୟ କାର୍ଟୁନ ମାଧ୍ୟମରେ ପୋଷ୍ଟ କରି ବିଜେଡିକୁ ଟାର୍ଗେଟ କରାଯାଇଛି। ଏଥିରେ ୨୪ ବର୍ଷର ଶାସନରେ କୋଟିଆ ସମସ୍ୟାର ସ୍ଥାୟୀ ସମାଧାନ କରିବାରେ ବିଜେଡି ବିଫଳ ହୋଇଛି। ତେଣୁ ନବୀନ ବାବୁ କୋଟିଆ ନାଁ ମୁହଁରେ ଧରିବାର ନୈତିକତା ହରାଇଛନ୍ତି ବୋଲି ଉଲ୍ଲେଖ ଅଛି।  କୋଟିଆକୁ ନେଇ ବିଜେଡିର ଡବଲ ଷ୍ଟାଣ୍ଡାର୍ଡ ରାଜ୍ୟବାସୀ ଜାଣି ସାରିଲେଣି ବୋଲି ବିଜେପି ପୋଷ୍ଟ କରିଛି। .... 

କୋଟିଆ ପ୍ରସଙ୍ଗରେ ମୁହାଁମୁହିଁ ବିଜେଡି ଓ ବିଜେପି
କୋଟିଆକୁ ନେଇ ବିଜେଡି-ବିଜେପି କାର୍ଟୁନ ୱାର୍
‘ଏକ୍ସ’ରେ କାର୍ଟୁନ୍ ପୋଷ୍ଟ କରି ପରସ୍ପରକୁ ଟାର୍ଗେଟ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।