BCCI: ହାଇକୋର୍ଟରେ ବିସିସିଆଇର ଯୁକ୍ତି: ‘ଓସିଏ ତୁରନ୍ତ ନିର୍ବାଚନ କରୁ’

Sep 29, 2026 - 04:27
BCCI: ହାଇକୋର୍ଟରେ ବିସିସିଆଇର ଯୁକ୍ତି: ‘ଓସିଏ ତୁରନ୍ତ ନିର୍ବାଚନ କରୁ’

"କଟକ: ୧୧ ମାସ ତଳେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ନିର୍ବାଚନ ହେବା କଥା।

ପୂର୍ବରୁ ପ୍ରକ୍ରିୟା ପ୍ରସ୍ତୁତି ଆରମ୍ଭ ହୁଏ।

କିନ୍ତୁ ବର୍ତ୍ତମାନ ଓସିଏର କର୍ମକର୍ତ୍ତାମାନେ ବିନା ନିର୍ବାଚନରେ ପଦରେ ରହିବା ଜାରି ରଖିଛନ୍ତି।

ତେଣୁ ଗଣତାନ୍ତ୍ରିକ ପଦ୍ଧତି ବିନା କର୍ମକର୍ତ୍ତାମାନେ ନିଜ ପଦରେ ରହିଛନ୍ତି।

ବିସିସିଆଇର ଏମଓଏ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ  ଓ ବାଇ ଲ" ପାଳନ କରି ଓସିଏ ତୁରନ୍ତ ନିର୍ବାଚନ କରିବା ଉଚିତ ବୋଲି ବିସିସିଆଇ ପକ୍ଷରୁ ହାଇକୋର୍ଟରେ ଦର୍ଶାଯାଇଛି।Advertisment Keonjhar Mine: ଫାଇନାଲ୍‌ରେ କେନ୍ଦୁଝର ମାଇନର୍ସ ଓସିଏ ନିର୍ବାଚନ ପ୍ରସଂଗ ଶୁଣାଣି ବେଳେ ବିସିସିଆଇ ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଂଗରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ଆବେଦନକାରୀ, ଓସିଏ ସଭାପତି, ଯୁଗ୍ମସଂପାଦକ, ସଂପାଦକ ଓ ଅନ୍ୟପକ୍ଷଙ୍କ ତରଫରୁ ମଧ୍ୟ ଯୁକ୍ତି ଉପସ୍ଥାପନ କରାଯାଇଥିଲା।

ଏହି ମାମଲାର ଶୁଣାଣି ସାମୟିକ ଭାବେ ସ୍ଥଗିତ ରଖିବାକୁ ଓସିଏ ଯୁଗ୍ମ ସଂପାଦକଙ୍କ ତରଫରୁ ଆବେଦନ ଉପରେ ମଧ୍ୟ ଶୁଣାଣି ହୋଇଥିଲା।

ଶୁଣାଣି ଅସଂପୂର୍ଣ୍ଣ ଥିବାବେଳେ ମଙ୍ଗଳବାରକୁ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ସନରାଇଜ କ୍ଲବ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମାନ ପ୍ରସଂଗ ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ବୋଲି ଦର୍ଶାଯାଇଛି।

ଯୁଗ୍ମସଂପାଦକଙ୍କ ତରଫରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ନ୍ୟାସନାଲ୍‌ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ଆକ୍ଟ, ୨୦୨୫ ଲାଗୁ ପ୍ରସଂଗରେ ବିସିସିଆଇ ଓ ରାଜ୍ୟ କ୍ରିକେଟ ଆସୋସିଏସନ ଗୁଡ଼ିକ ନିକଟରୁ ସୁପ୍ରିମକୋର୍ଟ ଜବାବ ତଲବ କରିଛନ୍ତି।

ଏହି ପ୍ରସଂଗରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପର୍ଯ୍ୟନ୍ତ ହାଇକୋର୍ଟରେ ବିଚାରାଧୀନ ଏହି ମାମଲାର ଶୁଣାଣି ଉପରେ ରହିତାଦେଶ ଜାରି କରାଯାଉ ବୋଲି ଅନ୍ତରୀଣ ଆବେଦନରେ ଉଲ୍ଲେଖ କରାଯାଇଛି।

ଆଶା ଓ ଆକାଶ; ରତ୍ନ ଭଣ୍ଡାର ମଣତି: ପ୍ରତିଶ୍ରୁତିର ପରୀକ୍ଷା ସୁପ୍ରିମକୋର୍ଟ ନ୍ୟାସନାଲ୍‌ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ଆକ୍ଟ, ୨୦୨୫ ପ୍ରସଂଗରେ ବିସିସିଆଇ ଓ ରାଜ୍ୟ କ୍ରିକେଟ ଆ‌ସୋସିଏସନ ଗୁଡ଼ିକ ନିକଟରୁ ଜବାବ ତଲବ କରିଥିଲେ।

ଅକ୍ଟୋବର ୨୭ରେ ସୁପ୍ରିମକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ସୁବିର ପାଲିତ, ଆଇନଜୀବୀ ଶଶାଙ୍କ ଶେଖର ଦାସ, ଅମିତାଭ ମିଶ୍ର ମାମଲା ପରିଚାଳନା କରୁଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।