Environmental Organization: ପରିବେଶ ସଂଗଠନ: ୱାର୍ଲ୍ଡ ଆଗ୍ରୋଫରେଷ୍ଟ୍ରି ସେଣ୍ଟର୍

Sep 29, 2026 - 04:27
Environmental Organization: ପରିବେଶ ସଂଗଠନ: ୱାର୍ଲ୍ଡ ଆଗ୍ରୋଫରେଷ୍ଟ୍ରି ସେଣ୍ଟର୍

"ଚାଷ ଜମି କହିଲେ ଆମ ଆଖି ଆଗରେ ଧାନ, ଡାଲି, ପନିପରିବା କିମ୍ବା ଅନ୍ୟ ଫସଲର ଚିତ୍ର ଆସେ।

ହେଲେ ଯଦି ଏହି ଜମିରେ ଫସଲ ସହ ଗଛ ବି ରହେ, ତେବେ ଏହା କେବଳ ଜମିକୁ ସବୁଜ କରେନାହିଁ, ଚାଷୀଙ୍କ ପାଇଁ ଅତିରିକ୍ତ ଆୟର ରାସ୍ତା ମଧ୍ୟ ଖୋଲିପାରେ।

ଗଛ ମାଟିକୁ ଧରି ରଖେ, ପାଣି ସଂରକ୍ଷଣରେ ସହାୟତା କରେ ଏବଂ ଜମିର ପ୍ରାକୃତିକ ସନ୍ତୁଳନକୁ ମଜଭୁତ କରେ।

ଏହି ଧାରଣାକୁ ଆଧାର କରି ବିଶ୍ୱସ୍ତରରେ ଗବେଷଣା କରୁଛି "ୱାର୍ଲ୍ଡ ଆଗ୍ରୋଫରେଷ୍ଟ୍ରି ସେଣ୍ଟର୍"।Advertisment LPU Violence: ଏଲ୍‌ପିୟୁ ହିଂସା: ପୁଲିସ ସଂଯମ ଦେଖାଇଛି, ଭଙ୍ଗାରୁଜାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ କେନିଆର ନାଇରୋବିରେ ରହିଛି।

୧୯୭୮ ମସିହାରେ "ଇଣ୍ଟରନ୍ୟାସନାଲ୍ ସେଣ୍ଟର୍ ଫର୍ ରିସର୍ଚ ଇନ୍ ଆଗ୍ରୋଫରେଷ୍ଟ୍ରି" ନାମରେ ଏହାର ଯାତ୍ରା ଆରମ୍ଭ ହୋଇଥିଲା।

ପରେ ୨୦୦୨ ମସିହାରେ ଏହା "ୱାର୍ଲ୍ଡ ଆଗ୍ରୋଫରେଷ୍ଟ୍ରି ସେଣ୍ଟର୍" ନାମରେ ପରିଚିତ ହେଲା।

ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏପରି ପ୍ରଣାଳୀ ବିକଶିତ କରିବା, ଯାହା ଚାଷୀଙ୍କ ଜୀବିକା ସହ ପରିବେଶର ମଧ୍ୟ ଉପକାର କରିପାରିବ।

ସରଳ ଭାବେ କହିଲେ, କୃଷି-ବନଚାଷ ହେଉଛି ଏକ ଜମିରେ ଫସଲ ସହ ଗଛ ଲଗାଇ ଚାଷ କରିବାର ପ୍ରଣାଳୀ।

ଏଥିରେ ଫଳ ଗଛ, କାଠ ଗଛ, ଔଷଧୀୟ ଗଛ କିମ୍ବା ଅନ୍ୟ ଉପଯୋଗୀ ଗଛ ରଖାଯାଇପାରିବ।

ଗଛର ପତ୍ର ଓ ଜୈବ ଅବଶେଷ ମାଟିରେ ମିଶି ମାଟିର ଗୁଣବତ୍ତା ବଢ଼ାଇପାରେ।

ଗଛର ମୂଳ ମାଟିକୁ ଧରି ରଖିଥିବାରୁ ମାଟି କ୍ଷୟ କମିବାରେ ମଧ୍ୟ ସହାୟତା ମିଳେ।

ୱାର୍ଲ୍ଡ ଆଗ୍ରୋଫରେଷ୍ଟ୍ରି ସେଣ୍ଟର୍ କୃଷି-ବନଚାଷ ସମ୍ପର୍କରେ ବିଭିନ୍ନ ଗବେଷଣା କରିଥାଏ।

ଚାଷୀମାନେ କେଉଁ ପ୍ରକାର ଗଛ ସହ କେଉଁ ଫସଲ ଚାଷ କଲେ ଅଧିକ ଲାଭ ପାଇପାରିବେ, ଜମିର ଉର୍ବରତା କିପରି ରହିବ ଏବଂ ପାଣିର ଉପଯୁକ୍ତ ବ୍ୟବହାର କିପରି ହେବ ଏସବୁ ଦିଗ ଉପରେ ଗବେଷଣା କରାଯାଏ।

ଏହା ସହ ବିଭିନ୍ନ ଦେଶର କୃଷି ଗବେଷଣା ସଂସ୍ଥା, ଚାଷୀ ଓ ଅନ୍ୟ ସଂଗଠନ ସହ ମିଶି ମଧ୍ୟ କାମ କରାଯାଏ।

ଆଫ୍ରିକା, ଏସିଆ ଓ ଦକ୍ଷିଣ ଆମେରିକା ସମେତ ବିଭିନ୍ନ ଅଞ୍ଚଳରେ ଏହାର ଗବେଷଣା କାର୍ଯ୍ୟ ହୋଇଆସୁଛି।

ଜଳବାୟୁ ପରିବର୍ତ୍ତନ, ମାଟିର ଅବକ୍ଷୟ, ଖାଦ୍ୟ ସୁରକ୍ଷା ଓ ଚାଷୀଙ୍କ କମୁଥିବା ଆୟ ଭଳି ସମସ୍ୟାର ସମାଧାନରେ ଏହି ପ୍ରଣାଳୀକୁ ଉପଯୋଗୀ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।

LPU Violence: ଏଲ୍‌ପିୟୁ ହିଂସା: ପୁଲିସ ସଂଯମ ଦେଖାଇଛି, ଭଙ୍ଗାରୁଜାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ଏହି ସଂସ୍ଥାର ଆଉ ଏକ ବଡ଼ ଲାଭ ହେଉଛି ଆୟର ବିଭିନ୍ନ ଉତ୍ସ।

ଫସଲ ସହ ଫଳ, କାଠ, ମଞ୍ଜି, ଔଷଧୀୟ ଉତ୍ପାଦ ଭଳି ଜିନିଷରୁ ଚାଷୀ ଅତିରିକ୍ତ ଆୟ କରିପାରନ୍ତି।

ଫସଲ ନଷ୍ଟ ହେଲେ ମଧ୍ୟ ଗଛରୁ ମିଳୁଥିବା ଉତ୍ପାଦ କିଛି ମାତ୍ରାରେ ଆର୍ଥିକ ସୁରକ୍ଷା ଦେଇପାରେ।

ତେଣୁ ଚାଷ ଜମିରେ ଗଛ କେବଳ ଛାଇ ଦେବା ପାଇଁ ନୁହେଁ।

ଏହା ଚାଷୀଙ୍କ ଆୟ ବଢ଼ାଇବା, ମାଟି ଓ ପାଣିକୁ ସୁରକ୍ଷା ଦେବା, ଜୈବ ବିବିଧତା ବଢ଼ାଇବା ଏବଂ ବଦଳୁଥିବା ଜଳବାୟୁ ସହ ଚାଷକୁ ଖାପ ଖୁଆଇବାରେ ଭୂମିକା ନେଇପାରେ।

ଚାଷ ଓ ଜଙ୍ଗଲକୁ ଅଲଗା ନକରି ଦୁଇଟିକୁ ଏକାଠି ନେଇ ଚାଲିବାର ଏହି ଚିନ୍ତାଧାରା ହିଁ ସଂସ୍ଥାର ମୂଳକଥା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।