Bear Chases and Attacks Villagers: ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ଭାଲୁ, ବୁର୍ଲା ସ୍ଥାନାନ୍ତର ହେଲେ ଦୁଇ ଗୁରୁତର
ଗୋଡ଼ାଇ କାମୁଡ଼ିଲା ଭାଲୁ। ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର, ଜଣେ ଆହତ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଘୁସରାମାଲ ଗାଁରେ ଘଟିଛି ଏହି ଘଟଣା। ଗୁରୁତରଙ୍କ ମଧ୍ୟରେ ଅଛନ୍ତି ୫୮ ବର୍ଷୀୟ ସରଧା ରାଉଳ ଏବଂ ୧୪ ବର୍ଷୀୟ ଛାତ୍ର ସୌରଭ ପ୍ରଧାନ। ସୂଚନା ଅନୁସାରେ, ସକାଳେ ସରଧା ନିଜ ଚାଷଜମିକୁ ଯାଇଥିବା ବେଳେ ହଠାତ୍ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଏହାପରେ ଘର ନିକଟ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ସୌରଭଙ୍କ ଉପରେ ମଧ୍ୟ ଭାଲୁ ଆକ୍ରମଣ କରିଥିବା ଜଣାପଡ଼ିଛି।
ସୌରଭଙ୍କ ସହ ତାଙ୍କ ମାମୁ ଥିବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ଘଟଣା ପରେ ଆହତ ଓ ଗୁରୁତରଙ୍କୁ ତୁରନ୍ତ ରେଢ଼ାଖୋଲ ଡାକ୍ତରଖାନାକୁ ନିଆଯାଇଥିଲ। ଦୁଇ ଗୁରୁତରଙ୍କୁ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ବନ ବିଭାଗ। ଭାଲୁର ଗତିବିଧି ନେଇ ନଜର ରଖିଛି ବନ ବିଭାଗ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।