Beef Sold As Mutton: ମଟନ ବଦଳରେ ଯୋଗାଉଥିଲେ ଗୋମାଂସ! ୫୦ କେଜି ମାଂସ ଜବତ

Jul 02, 2026 - 13:17
Beef Sold As Mutton: ମଟନ ବଦଳରେ ଯୋଗାଉଥିଲେ ଗୋମାଂସ! ୫୦ କେଜି ମାଂସ ଜବତ

ମଟନ ବଦଳରେ ଗୋମାଂସ ଯୋଗାଉଥିଲେ ମାଂସ ଦୋକାନୀ। ମହମ୍ମଦ ଉସମାନ ଓ ତାଙ୍କ ପାଖରେ କାମ କରୁଥିବା ମହମ୍ମଦ ଜାହାଙ୍ଗୀର ପାଶା ଆୟାନ୍‌ ମିଶି ଅନେକ ହୋଟେଲକୁ ମଟନ କହି ଗୋମାଂସ ଯୋଗାଉଥିଲେ। ଏପରି ଆଶ୍ଚର୍ଯ୍ୟଜନକ ଘଟଣା ତେଲେଙ୍ଗାନାର ହାଇଦ୍ରାବାଦରେ ଘଟିଛି। ମହମ୍ମଦ ଉସମାନ ହେଉଛି ମଲ୍ଲେପଲ୍ଲୀ ଅଞ୍ଚଳରେ ଥିବା ଉସମାନ ମାଂସ ଦୋକାନର ମାଲିକ।

ଗୁପ୍ତ ସୂଚନା ମିଳିବା ପରେ CCS ଏବଂ H-FAST ଟିମ୍‌ ମଙ୍ଗଳବାର ସେହି ଦୋକାନରେ ମିଳିତ ଚଢ଼ାଉ କରିଥିଲେ। ଚଢାଉ ସମୟରେ ଘଟଣାସ୍ଥଳରୁ ପ୍ରାୟ ୫୦ କିଲୋଗ୍ରାମ ସନ୍ଦିଗ୍ଧ ମାଂସ ଜବତ କରାଯାଇଥିଲା, ଯେଉଁଥିରେ ପୋଲିସ ଅନୁସାରେ ଗୋମାଂସ ମିଶିଥିବା ସନ୍ଦେହ କରାଯାଉଛି। ଜବତ ମାଂସକୁ ପରୀକ୍ଷା ପାଇଁ ସିଲ୍‌ କରାଯାଇଛି।

ଗିରଫ ପରେ ଉଭୟଙ୍କୁ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ହବିବ ନଗର ଥାନାକୁ ହସ୍ତାନ୍ତର କରାଯାଇଛି। ପୋଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ଏବଂ ଏହି କଥିତ ରାକେଟ୍‌ କେବେଠାରୁ ଚାଲିଥିଲା, କେଉଁ କେଉଁ ହୋଟେଲକୁ ଯୋଗାଣ ହେଉଥିଲା ଏବଂ ଏଥିରେ ଆଉ କେଉଁମାନେ ସାମିଲ ଥିଲେ, ସେନେଇ ତଦନ୍ତ ଚାଲିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।