Beneficiaries Hit the Streets: ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ହିତାଧିକାରୀ, ଆଣିଲେ ଅନିୟମିତତା ଅଭିଯୋଗ
ଭତ୍ତା ଟଙ୍କା ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ହିତାଧିକାରୀ। ଭତ୍ତା ପ୍ରଦାନରେ ଅନିୟମିତତା ଅଭିଯୋଗ କରି ଶରତ ଛକରେ ରାସ୍ତା ଅବରୋଧ କରିଛନ୍ତି କପ୍ତିପଦା ବ୍ଲକର ୯ଟି ପଞ୍ଚାୟତର ହିତାଧିକାରୀ। ଅଭିଯୋଗ ଅନୁସାରେ, ସରକାରଙ୍କ ପକ୍ଷରୁ ବର୍ଦ୍ଧିତ ଭତ୍ତା ଘୋଷଣା ହୋଇଥିଲେ ମଧ୍ୟ ହିତାଧିକାରୀମାନେ ତାହା ପାଉନାହାନ୍ତି। ଏପରିକି କେତେକ କ୍ଷେତ୍ରରେ ସରପଞ୍ଚ ଟଙ୍କା ରଖି ମାତ୍ର ହଜାରେ ଟଙ୍କା ଦେଉଥିବା ଅଭିଯୋଗ ହୋଇଛି।
ଦୀର୍ଘଦିନ ଧରି ଆବେଦନ କରିଥିଲେ ମଧ୍ୟ ନୂଆ ହିତାଧିକାରୀଙ୍କୁ ଭତ୍ତା ମିଳୁନଥିବା ମଧ୍ୟ ଅଭିଯୋଗ ରହିଛି। ଶରତ ସମେତ ୯ଟି ପଞ୍ଚାୟତର ଲୋକେ ଧାରଣାରେ ସାମିଲ ହୋଇଥିବାରୁ କପ୍ତିପଦା-କେଉଁଝର ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ତୁରନ୍ତ ସମାଧାନ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ।....
ଭତ୍ତା ଅନିୟମିତତା ଅଭିଯୋଗ, ଶରତ ଛକରେ ରାସ୍ତାରୋକ
ବର୍ଦ୍ଧିତ ଭତ୍ତା ନମିଳିବାରୁ ତେଜିଲା ଅସନ୍ତୋଷ
କପ୍ତିପଦାର ୯ ପଞ୍ଚାୟତ ହିତାଧିକାରୀଙ୍କ ଧାରଣା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।