Bengal to Implement UCC: ଲଭ୍ ଜିହାଦ ଓ ଧର୍ମ ପରିବର୍ତ୍ତନ ବିରୋଧରେ ଆସିବ କଠୋର ଆଇନ
ପଶ୍ଚିମବଙ୍ଗରେ ୬ ମାସ ମଧ୍ୟରେ ସମାନ ନାଗରିକ ସଂହିତା (UCC) ଲାଗୁ କରାଯିବ। ଏଥିସହିତ ‘ଲଭ୍ ଜିହାଦ’, ‘ଲ୍ୟାଣ୍ଡ ଜିହାଦ’ ଏବଂ ବଳପୂର୍ବକ ଧର୍ମ ପରିବର୍ତ୍ତନ ବିରୋଧରେ କଠୋର ଆଇନ ଅଣାଯିବ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ।
ଏକ ସଭାକୁ ସମ୍ବୋଧିତ କରି ଅଧିକାରୀ କହିଛନ୍ତି, UCC ଲାଗୁ କରିବାରେ ପଶ୍ଚିମବଙ୍ଗ ଉତ୍ତରାଖଣ୍ଡ ଓ ଗୁଜରାଟକୁ ଅନୁସରଣ କରିବ। ସେ କହିଛନ୍ତି, ଉତ୍ତରାଖଣ୍ଡ ଓ ଗୁଜରାଟ ପରେ ପଶ୍ଚିମବଙ୍ଗରେ ମଧ୍ୟ UCC ଲାଗୁ ହେବ। ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି, ମୋତେ ୬ ମାସ ସମୟ ଦିଅନ୍ତୁ।
UCC ଲାଗୁ ହେବା ପରେ ‘ଲଭ୍ ଜିହାଦ’, ‘ଲ୍ୟାଣ୍ଡ ଜିହାଦ’ ଏବଂ ଧର୍ମ ପରିବର୍ତ୍ତନକୁ ରୋକିବା ପାଇଁ ତାଙ୍କ ସରକାର କଠୋର ଆଇନ ଆଣିବା ଦିଗରେ କାମ କରିବ ବୋଲି ସେ କହିଛନ୍ତି।
ଧର୍ମ ପରିବର୍ତ୍ତନ ବିରୋଧରେ କଠୋର ଆଇନ
ପଶ୍ଚିମବଙ୍ଗରେ ବଳପୂର୍ବକ ଧର୍ମ ପରିବର୍ତ୍ତନ ରୋକିବା ପାଇଁ ଏକ କଠୋର ଆଇନ ପ୍ରସ୍ତୁତ କରାଯିବ ବୋଲି ମଧ୍ୟ ଶୁଭେନ୍ଦୁ ଅଧିକାରୀ କହିଛନ୍ତି। ସେ କହିଛନ୍ତି, UCC ପରେ ‘ଲଭ୍ ଜିହାଦ’, ‘ଲ୍ୟାଣ୍ଡ ଜିହାଦ’ ଏବଂ ଧର୍ମ ପରିବର୍ତ୍ତନକୁ ରୋକିବା ପାଇଁ କଠୋର ଆଇନ ଆଣିବାକୁ ମୁଁ କାମ କରିବି। UCC ଲାଗୁ କରିବା ପ୍ରସଙ୍ଗରେ ଅଧିକାରୀ ଉତ୍ତରାଖଣ୍ଡ ଓ ଗୁଜରାଟକୁ ଉଦାହରଣ ଭାବେ ଉଲ୍ଲେଖ କରିଛନ୍ତି।
ସେ ଆହୁରି କହିଛନ୍ତି, ପ୍ରଧାନମନନ୍ତ୍ରୀ ମୋଦି ଭାରତକୁ ବିଶ୍ୱସ୍ତରରେ ଏକ ଅଗ୍ରଣୀ ଦେଶରେ ପରିଣତ କରିଛନ୍ତି। କିନ୍ତୁ ଯେଉଁମାନେ ବାହାରୁ ଆସି ଏଠାରେ ପ୍ରବେଶ କରିଛନ୍ତି, ସେମାନଙ୍କ ବିରୋଧରେ ମଧ୍ୟ ଏକତା ଓ ସଂଗଠନ ମାଧ୍ୟମରେ ପଦକ୍ଷେପ ନେବାକୁ ପଡ଼ିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।