Bengaluru curd refund scam: ଦହି ରିଫଣ୍ଡ ନାଁରେ ସାଇବର ଠକେଇ! କଷ୍ଟମର କେୟାର ନମ୍ବର ଖୋଜି ହରାଇଲେ ୯୮ ହଜାର ଟଙ୍କା
ଦହି ପାଇଁ ହରାଇଲେ ୯୮ ହଜାର ।
ସାଇବର ଜାଲରେ ପଡ଼ିଗଲେ ମହିଳା ।
ଅନଲାଇନରେ ମଗାଇବା ମହିଳାଙ୍କୁ ପଡ଼ିଲା ଭାରି ।
ଗୋଟିଏ ଦହି ପ୍ୟାକେଟ୍ ଖରାପ ଥିବାରୁ ରିଫଣ୍ଡ ମାଗିବାକୁ ଯାଇ ଜଣେ ମହିଳା ହରାଇଛନ୍ତି ୯୮ ହଜାର ଟଙ୍କା ।
ଘଟଣାଟି କର୍ଣ୍ଣାଟକର ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି ।
ଘରେ ବସି ଅନଲାଇନ୍ରେ ଜିନିଷ ମଗାଉଥିଲେ ସାବଧାନ ରୁହନ୍ତୁ ।
ଆପଣଙ୍କର ଗୋଟିଏ ଛୋଟ ଭୁଲ୍ ଖାଲି କରିଦେଇପାରେ ବ୍ୟାଙ୍କ ଆକାଉଣ୍ଟ ।
Advertisment ୫୬ ବର୍ଷୀୟ ଜଣେ ଗୃହିଣୀ ଅକ୍ଟୋବର ୧୭ ତାରିଖରେ ଅନଲାଇନରେ ଦହି ମଗାଇଥିଲେ ।
ହେଲେ ତାଙ୍କ ପାଖରେ ପହଞ୍ଚିଥିବା ଖରାପ ଥିଲା ।
ଏନେଇ ସେ ଡେଲିଭରି ଏଜେଣ୍ଟଙ୍କୁ ଜଣାଇଥିଲେ ।
କଷ୍ଟମର କେୟାର ସହ ଯୋଗାଯୋଗ କରିବାକୁ ଏଜେଣ୍ଟ ପରାମର୍ଶ ଦେବା ପରେ ମହିଳା ଜଣକ ଇଣ୍ଟରନେଟ୍ରେ କଷ୍ଟମର କେୟାର ନମ୍ବର ଖୋଜିଥିଲେ ।
ଆଉ ଏଇଠୁ ଆରମ୍ଭ ହୋଇଥିଲା ଠକେଇର ଖେଳ !
ଇଣ୍ଟରନେଟ୍ରୁ ମିଳିଥିବା ଗୋଟିଏ ନମ୍ବରରେ ଫୋନ୍ କରିବାରୁ ଅପରପଟରେ ଥିବା ବ୍ୟକ୍ତି ନିଜକୁ କଷ୍ଟମର କେୟାର ପ୍ରତିନିଧି ବୋଲି ପରିଚୟ ଦେଇଥିଲେ।
ରିଫଣ୍ଡ କରାଇଦେବାର ପ୍ରତିଶ୍ରୁତି ଦେଇ ସେ ମହିଳାଙ୍କ ହ୍ୱାଟ୍ସଆପ୍କୁ ଏକ ଲିଙ୍କ୍ ପଠାଇଥିଲେ ।
ଏବଂ ଖରାପ ଦହି ପ୍ୟାକେଟ୍ର ଫଟୋ ଅପଲୋଡ୍ କରିବାକୁ କହିଥିଲେ ।
ମହିଳା ଜଣକ ତାଙ୍କ କଥାରେ ବିଶ୍ୱାସ କରି ଫଟୋ ଅପଲୋଡ୍ କରିଥିଲେ ।
ପରେ ଆଉ ଜଣେ ବ୍ୟକ୍ତି ଫୋନ୍ କରି ରିଫଣ୍ଡ ପ୍ରକ୍ରିୟା ଚାଲିଥିବା କହିଥିଲେ ।
ତାଙ୍କୁ ଡିଜିଟାଲ୍ ପେମେଣ୍ଟ୍ ଆପ୍ ଖୋଲି ବାଲାନ୍ସ ଯାଞ୍ଚ କରିବାକୁ କୁହାଯାଇଥିଲା।
ମହିଳା ଜଣକ ଆପ୍ ଖୋଲି ପାସୱାର୍ଡ ଦେଇ ବାଲାନ୍ସ ଯାଞ୍ଚ କରିବାକୁ ଯାଇଥିବା ବେଳେ ହଠାତ୍ ଆପ୍ଟି ସ୍କ୍ରିନ୍ରୁ ଅଦୃଶ୍ୟ ହୋଇଯାଇଥିଲା ।
ପରେ ଯେତେବେଳେ ସେ ନିଜ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କଲେ, ସେତେବେଳକୁ ଆକାଉଣ୍ଟରୁ ୯୮ ହଜାର ଟଙ୍କା କଟିସାରିଥିଲା।
ଏହାପରେ ଠକେଇର ଶିକାର ହୋଇଥିବା ଜାଣି ମହିଳା ଜଣକ ପୁଲିସର ଦ୍ୱାରସ୍ଥ ହୋଇଥିଲେ।
ବେଙ୍ଗାଲୁରୁର ସେଣ୍ଟ୍ରାଲ୍ ସାଇବର କ୍ରାଇମ୍ ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
Advertisment ଯଦି କେବେ ଆପଣଙ୍କ ଆକାଉଣ୍ଟରୁ ଠକେଇ କରି ଟଙ୍କା କାଟି ନିଆଯାଏ, ତେବେ ତୁରନ୍ତ ସାଇବର ହେଲ୍ପଲାଇନ୍ ୧୯୩୦କୁ ଫୋନ୍ କରନ୍ତୁ ଏବଂ cybercrime.gov.in ରେ ଅଭିଯୋଗ କରନ୍ତୁ ।
ମନେ ରଖନ୍ତୁ, ଅନଲାଇନ୍ରେ ଟିକିଏ ଅସାବଧାନତା ଆପଣଙ୍କ କଷ୍ଟ ଅର୍ଜିତ ଟଙ୍କାକୁ ମୁହୂର୍ତ୍ତକରେ ଗାଏବ କରିଦେଇପାରେ।
ତେଣୁ ସତର୍କ ରୁହନ୍ତୁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।