Cyclone Arnab Impact: ଓଡ଼ିଶାରେ ଲାଗି ରହିଛି ବର୍ଷା, ଗୋପାଳପୁରରେ ସର୍ବାଧିକ ବର୍ଷା ରେକର୍ଡ
ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଓଡ଼ିଶାରେ ଲାଗି ରହିଛି ବର୍ଷା।
କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବର୍ଷାର ଭୀଷଣ ପ୍ରଭାବ ଦେଖିବାକୁ ମିଳୁଛି।
ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗିରେ ୧୫୧.୮ ମିମି ବର୍ଷା ରେକର୍ଡ ହୋଇଛି।
ଶେମିଳିଗୁଡାରେ ୧୨୬.୧ ମିମି, ଲକ୍ଷ୍ମୀପୁରରେ ୭୬.୯, ନନ୍ଦପୁରରେ ୫୨.୨ ମିମି ବର୍ଷା ରେକର୍ଡ ହୋଇଛି।
Advertisment ଗୋପାଳପୁରରେ ସର୍ବାଧିକ ୯୪ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ପୁରୀରେ ୬୭ ଓ ଭୁବନେଶ୍ୱରରେ ୩୨ ମିମି ବର୍ଷା ହୋଇଛି।
ସେହିପରି ଖୋର୍ଦ୍ଧା ଜିଲ୍ଲାରେ ୪୦.୬୪ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଚିଲିକାରେ ୫୩ ମିମି ବର୍ଷା ରେକର୍ଡ ହୋଇଛି।
ବାତ୍ୟାର ପ୍ରଭାବରେ ରାଜ୍ୟରେ ବଢ଼ିଛି ବର୍ଷାର ତୀବ୍ରତା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।