Bengaluru Woman: କର୍ପୋରେଟ୍ ଚାକିରି ଛାଡ଼ି ଅଟୋ ଚଳାଉଛନ୍ତି ବେଙ୍ଗାଲୁରୁର ମହିଳା
"ବେଙ୍ଗାଲୁରୁ: କର୍ପୋରେଟ୍ ଚାକିରି ଛାଡ଼ି ଅଟୋ ଚଳାଇବା ପ୍ରଥମ ଦେଖାରେ ଏକ ଭୁଲ ନିଷ୍ପତ୍ତି ଭଳି ଲାଗିପାରେ।
ଆଉ ଯେତେବେଳେ ଜଣେ ମହିଳା ଏହି ପଦକ୍ଷେପ ନିଅନ୍ତି, ଏହା ଆହୁରି ଅଜବ ଲାଗିପାରେ।
କିନ୍ତୁ ବେଙ୍ଗାଲୁରୁର ଜଣେ ମହିଳା ନିଜ ମାଆଙ୍କ ପାଇଁ ଆତ୍ମବିଶ୍ୱାସର ସହ ଏହି ନିଷ୍ପତ୍ତି ନେଇଛନ୍ତି।
ବେଙ୍ଗାଲୁରୁର ଏହି ମହିଳା ଏବେ ରାପିଡୋ ଅଟୋ ଚଳାଉଛନ୍ତି।
ତେବେ ଏହା ପୂର୍ବରୁ ସେ ଏକ କର୍ପୋରେଟ୍ ଚାକିରି କରୁଥିଲେ।
ତାଙ୍କ କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ଲୋକେ ତାଙ୍କୁ "କୁଇନ୍"ର ନାମ ଦେଇଛନ୍ତି।Advertisment ମାଆଙ୍କ ପାଇଁ ଛାଡ଼ିଲେ ଚାକିରି ମହିଳାଙ୍କ କହିବା ଅନୁସାରେ, ତାଙ୍କୁ ଚାକିରିରେ କେବଳ ନାଇଟ୍ ସିଫ୍ଟ ମିଳୁଥିଲା।
ତେଣୁ ରାତିରେ ମାଆଙ୍କୁ ଏକୁଟିଆ ଛାଡ଼ିବା ତାଙ୍କ ପାଇଁ ସମ୍ଭବ ନଥିଲା।
ନିକଟରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିବାରୁ ମାଆଙ୍କ ଦାୟିତ୍ୱ ଏବେ ତାଙ୍କ ଉପରେ ରହିଛି।
ଚାକିରିରେ ଅନେକ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଡେ ସିଫ୍ଟ ମିଳି ନଥିଲା।
ଏହା ସହିତ ଦରମାରେ ମଧ୍ୟ ବିଶେଷ ଫରକ ନଥିଲା।
ଠିକ୍ ଭାବେ ନିଦ ନହେବାରୁ ସେ ଅସୁସ୍ଥ ମଧ୍ୟ ରହିବାକୁ ଲାଗିଥିଲେ।
ଶେଷରେ ସେ ଚାକିରି ଛାଡ଼ି ଅଟୋ ଚଳାଇବା ଆରମ୍ଭ କରିଥିଲେ।
ନିଜ ଇଚ୍ଛାରେ ଜୀବନ ବାଛିଲେ ଭିଡିଓରେ ମହିଳା କହିଛନ୍ତି ଯେ ଆଇଟି ଚାକିରି ଖରାପ ନୁହେଁ ଏବଂ ସେ ନିଜ ଚାକିରିକୁ ପସନ୍ଦ କରୁଥିଲେ।
କିନ୍ତୁ ଏବେ ଅଟୋ ଚଳାଇବା କାମରେ ସେ ନିଜ ସୁବିଧା ଅନୁସାରେ ସମୟ ନିର୍ଦ୍ଧାରଣ କରିପାରୁଛନ୍ତି।
ମା"ଙ୍କୁ ଯେତେବେଳ ଆବଶ୍ୟକ ସମୟ ଦେଇ ପାରୁଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।