Berhampur Student Death Case: ବ୍ରହ୍ମପୁର ଇଂଜିନିୟରିଂ ଛାତ୍ରୀ ମୃତ୍ୟୁ ଘଟଣା, ଅଭିଯୁକ୍ତ ଫଟୋ ଜାରି କରିବାକୁ ଦାବି

Jun 24, 2026 - 22:01
Berhampur Student Death Case: ବ୍ରହ୍ମପୁର ଇଂଜିନିୟରିଂ ଛାତ୍ରୀ ମୃତ୍ୟୁ ଘଟଣା, ଅଭିଯୁକ୍ତ ଫଟୋ ଜାରି କରିବାକୁ ଦାବି

ବ୍ରହ୍ମପୁର ଘରୋଇ ଇଂଜିନିୟରିଂ କଲେଜରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୁରୁଷ ବନ୍ଧୁ ଶାସକ ଦଳର ମନ୍ତ୍ରୀଙ୍କ ପୁତୁରା ବିଶ୍ୱଜିତ୍ ଜେନା ଗିରଫ ଘଟଣା। ଗିରଫ ନେଇ ଭିଡ଼ିଓ କିମ୍ବା ଫୋଟ ସାର୍ବଜନିନ ନହେବାରୁ ପ୍ରଶ୍ନ ଉଠାଇଲେ ମୃତ ଛାତ୍ରୀଙ୍କ ପରିବାର। ପୋଲିସର କାର୍ଯ୍ୟକୁ ନାପସନ୍ଦ କରିବା ସହ ପୋଲିସ ବିଶ୍ୱଜିତଙ୍କ ବଦଳରେ ଆଉ କାହାକୁ ଗିରଫ କରିଥିବା ସନ୍ଦେହ କରିଛନ୍ତି l 

ଗିରଫ ପରେ ପରିବାର ସଦସ୍ୟ ବ୍ରହ୍ମପୁର ଏସପିଙ୍କୁ ସାକ୍ଷାତକରି ଫୋଟ ଭିଡ଼ିଓ ମାଗିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ଗିରଫ ସମୟର ଫୋଟ କି ଭିଡ଼ିଓ ପୋଲିସ ପ୍ରଦାନ କରିବାରେ ଅସମର୍ଥ ରହିଛି l ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।