Best Shifting Apps: ଘର ବଦଳାଇବା ସମୟରେ କାମରେ ଆସିବ ଏସବୁ ଆପ୍

Sep 24, 2026 - 17:23
Best Shifting Apps: ଘର ବଦଳାଇବା ସମୟରେ କାମରେ ଆସିବ ଏସବୁ ଆପ୍

"ନୂଆଦିଲ୍ଲୀ: ଘର ବଦଳାଇବା ସମୟରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ମନ ଖୁବ ଖୁସିଥାଏ।

କିନ୍ତୁ ଯିଏ ଘରର ଜିନିଷପତ୍ର ପେକିଂ କରୁଥାଏ ସିଏ ହିଁ ଘର ବଦଳାଇବାର କଷ୍ଟ କ"ଣ ତାହା ଜାଣିଥାଏ।

Advertisment ଘର ବଦଳାଇବା ସମୟରେ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଙ୍କି ମାରିଥାଏ।

ଏହି ଯେମିତି ଘରର ସାମଗ୍ରୀ କିଏ ନେଇଯିବ, ଟ୍ରକ୍ କିମ୍ବା ଟେମ୍ପୋ କିପରି ମିଳିବ, ନୂଆ ଘରେ ଜିନିଷପତ୍ର କିପରି ରଖିବେ, ଏତେଗୁଡ଼ିଏ କାମକୁ ଏକାସାଙ୍ଗରେ କିପରି ସମ୍ଭାଳିବେ ଇତ୍ୟାଦି।ବିଶେଷକରି ନୂଆ ସ୍ଥାନରେ, ବା ସହରରେ ରହିବା ଆରମ୍ଭ କଲେ ଫର୍ନିଚର୍‌, ଘରୋଇ ସେବା, ଆବଶ୍ୟକ ସାମଗ୍ରୀ ଏବଂ ଆଖପାଖର ସୁବିଧା କ"ଣ ରହିଛି ଖୋଜିବା ମଧ୍ୟ ଏକ ବଡ଼ କାମ ହୋଇଥାଏ।

ଏପରି ସମୟରେ ଆପ ଆପଣଙ୍କ ସିଫ୍ଟିଂକୁ କିଛିଟା ସହଜ କରିପାରେ।

ଆଜିକାଲି ଏପରି ଅନେକ ଆପ୍ ରହିଛି, ଯାହା ପ୍ୟାକିଂ ଓ ମୁଭିଂଠାରୁ ଆରମ୍ଭ କରି ସାମଗ୍ରୀର ତାଲିକା ପ୍ରସ୍ତୁତ କରିବା, ଗାଡ଼ି ବୁକିଂ ଏବଂ ନୂଆ ସହରରେ ଆବଶ୍ୟକ ସେବା ଖୋଜିବା ପର୍ଯ୍ୟନ୍ତ ବିଭିନ୍ନ କାମରେ ସହାୟତା କରିଥାଏ।

ଆପଣମାନେ ନିଜ ଆବଶ୍ୟକତା ଅନୁସାରେ ଏହି ଆପ୍‌ଗୁଡ଼ିକୁ ବ୍ୟବହାର କରିପାରିବେ।

ତେବେ ଆସନ୍ତୁ ଜାଣିବା, ରୁମ୍ ସିଫ୍ଟ କରିବା ପାଇଁ କେଉଁ ଆପ୍‌ଗୁଡ଼ିକ କାମରେ ଆସିବ।

ସାମଗ୍ରୀ ସିଫ୍ଟ କରିବା ପାଇଁ କେଉଁ ଆପ୍ କାମରେ ଆସିବ?

ଯଦି ଆପଣଙ୍କୁ କେବଳ ସାମଗ୍ରୀ ନେବା ପାଇଁ ଗାଡ଼ି ଆବଶ୍ୟକ କରୁଛନ୍ତି ତେବେ ପୋର୍ଟର୍ ଭଳି ଲଜିଷ୍ଟିକ୍ସ ଆପ୍ ବ୍ୟବହାର କରିପାରିବେ।

ଏଥିରେ ଟାଟା ଏସ୍‌, ଥ୍ରି-ହ୍ୱିଲର୍ ଏବଂ ପିକ୍‌ଅପ୍ ଟ୍ରକ୍ ଭଳି ବିଭିନ୍ନ ଗାଡ଼ି ବୁକ୍ କରାଯାଇପାରିବ।

ଆପ୍ ମାଧ୍ୟମରେ ସାମଗ୍ରୀର ଟ୍ରାକିଂ ଏବଂ ଭଡ଼ା ସମ୍ପର୍କିତ ସୂଚନା ମଧ୍ୟ ମିଳିଥାଏ।

ସେହିପରି କମ୍ ସାମଗ୍ରୀ କିମ୍ବା ଗୋଟିଏ ରୁମ୍ ସିଫ୍ଟ କରୁଥିବା ଲୋକଙ୍କ ପାଇଁ ଡଞ୍ଜୋର ଡେଲିଭରି ସେବା ଉପଯୋଗୀ ହୋଇପାରେ।ଯଦି ପ୍ୟାକିଂଠାରୁ ସାମଗ୍ରୀ ପହଞ୍ଚାଇବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସେବା ଆବଶ୍ୟକ, ତେବେ ନୋବ୍ରୋକର୍ ପ୍ୟାକର୍ସ ଆଣ୍ଡ ମୁଭର୍ସ ଏବଂ ଅର୍ବାନ୍ କମ୍ପାନି ଭଳି ବିକଳ୍ପ ରହିଛି।

ଏଥିରେ ଆପଣ ପୂର୍ବରୁ ଦର ମଧ୍ୟ ଜାଣି ପାରିବେ ।

ଅନ୍ୟପକ୍ଷରେ, ଅର୍ବାନ୍ କମ୍ପାନିରେ ପ୍ୟାକିଂ ପାଇଁ ପ୍ରଶିକ୍ଷିତ ପେସାଦାରଙ୍କ ସେବା ନେବାର ମଧ୍ୟ ବିକଳ୍ପ ରହିଛି।

ସିଫ୍ଟିଂ ସମୟରେ ସାମଗ୍ରୀର ହିସାବ କିପରି ରଖିବେ?

ଅନେକ ବକ୍ସ ପ୍ୟାକ୍ ହୋଇଯିବା ପରେ ସବୁଠାରୁ ବଡ଼ ସମସ୍ୟା ହେଉଛି କେଉଁ ବକ୍ସରେ କ"ଣ ରହିଛି ତାହା ମନେ ରଖିବା।

ଏଥିପାଇଁ ସର୍ଟଲି ଭଳି ଇନ୍‌ଭେଣ୍ଟୋରି ଆପ୍‌ରେ ସାମଗ୍ରୀର ଫଟୋ ଏବଂ ଡିଜିଟାଲ୍ ତାଲିକା ପ୍ରସ୍ତୁତ କରାଯାଇପାରିବ।

ବକ୍ସଗୁଡ଼ିକୁ କ୍ୟୁଆର୍ କୋଡ୍ ମାଧ୍ୟମରେ ଲେବଲ୍ କରିବାର ସୁବିଧା ମଧ୍ୟ ରହିଛି।

ମୁଭମେଟ୍‌ରେ ଚେକ୍‌ଲିଷ୍ଟ ଏବଂ ସମୟସୂଚୀ କ୍ୟାଲେଣ୍ଡର୍ ସହାୟତାରେ ସିଫ୍ଟିଂର ସମସ୍ତ କାମକୁ ଯୋଜନା କରିପାରିବେ।

ନୂଆ ସହରରେ ଘର ଏବଂ ଆବଶ୍ୟକ ସାମଗ୍ରୀ କିପରି ଖୋଜିବେ?

ଘର ଖୋଜିବା ପାଇଁ ନେଷ୍ଟଆୱେରେ ଫର୍ନିସ୍‌ଡ୍‌, ଅନ୍‌ଫର୍ନିସ୍‌ଡ୍‌, ଷ୍ଟୁଡିଓ ଏବଂ ୨ବିଏଚ୍‌କେ ଭଳି ବିଭିନ୍ନ ବିକଳ୍ପ ସହ ଫିଲ୍ଟର୍ ଦିଆଯାଇଛି।ନୂଆ ଘରକୁ ସଜାଇବା ପାଇଁ ହାଉଜ୍ ବ୍ୟବହାର କରିପାରିବେ।

ଏଥିରେ ଘରର ଫଟୋ ମାଧ୍ୟମରେ ବିଭିନ୍ନ ସାଜସଜ୍ଜା ଧାରଣା ଦେଖିବା ସହ ପେସାଦାରଙ୍କ ସହ ଯୋଗାଯୋଗ କରିବାର ବିକଳ୍ପ ରହିଛି।ନୂଆ ସହରରେ ଆଖପାଖର ସ୍ଥାନ ଏବଂ ସୁବିଧା ବିଷୟରେ ଜାଣିବା ପାଇଁ ଆରାଉଣ୍ଡମି ମଧ୍ୟ ଉପଯୋଗୀ।

ଏହା ନିକଟସ୍ଥ ବ୍ୟାଙ୍କ୍‌, ଗ୍ୟାସ୍ ଷ୍ଟେସନ୍, ହସ୍ପିଟାଲ୍‌, ହୋଟେଲ୍, ରେସ୍ତୋରାଁ ଏବଂ ସୁପରମାର୍କେଟ୍ ଭଳି ସ୍ଥାନର ସୂଚନା ଦେଇଥାଏ।

ନୂଆ ଘରେ ଫର୍ନିଚର୍ ଏବଂ ଆପ୍ଲାଏନ୍ସ ତୁରନ୍ତ କିଣିବା ବଦଳରେ ରେଣ୍ଟୋମୋଜୋ ମାଧ୍ୟମରେ ଏଗୁଡ଼ିକୁ ମାସିକ ଭିତ୍ତିରେ ଭଡ଼ାରେ ନେବାର ବିକଳ୍ପ ମଧ୍ୟ ରହିଛି।

ବସ୍‌ ନା ଯନ୍ତ୍ର ଦାନବ?

ଚାଲାଣ ତାଲିକା ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।