Betting app fraud network: ଗଞ୍ଜାମରେ ବେଟିଂ ଆପ୍ ଠକେଇ ନେଟ୍‌ୱର୍କ: ଝାଡ଼ଖଣ୍ଡ ଓ ଛତିଶଗଡ଼ର ତିନି ଯୁବକ ଗିରଫ

Sep 21, 2026 - 05:56
Betting app fraud network: ଗଞ୍ଜାମରେ ବେଟିଂ ଆପ୍ ଠକେଇ ନେଟ୍‌ୱର୍କ: ଝାଡ଼ଖଣ୍ଡ ଓ ଛତିଶଗଡ଼ର ତିନି ଯୁବକ ଗିରଫ

"ଛତ୍ରପୁର: ଅନ୍‌ଲାଇନ୍ ବେଟିଂ ଆପ୍ ଜରିଆରେ ଲୋକଙ୍କୁ ପ୍ରଲୋଭନ ଦେଖାଇ ଠକେଇର ଜାଲ ବିଛାଇଥିବା ଏକ ନେଟ୍‌ୱର୍କକୁ ଗଞ୍ଜାମ ଜିଲ୍ଲା ସାଇବର ପୁଲିସ କାବୁ କରିଛି।

ଏଥିରେ ସଂପୃକ୍ତ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡର ଶତ୍ରୁଘ୍ନ କୁମାର ପାଣ୍ଡେ, ଛତିଶଗଡ଼ର ଧର୍ମଦାସ ମାଣିକପୁରୀ ଓ ଜଗଦୀଶ ସେଠୀ ଓରଫ ସୂରଜ।

ସେମାନଙ୍କ ଠାରୁ ୭୮ଟି ଏଟିଏମ୍‌/ଡେବିଟ୍ କାର୍ଡ, ୮୬ଟି ସିମ୍, ୧୪ଟି ସ୍ମାର୍ଟଫୋନ୍, ଲାପଟପ୍ ଓ ବିଭିନ୍ନ ବ୍ୟାଙ୍କ୍ ଦଲିଲ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।

ଗଞ୍ଜାମ ଏସ୍‌ପି ହରୀଶ ବିଶି ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

Advertisment Appreciation letter: ମୋଦୀଙ୍କ ପ୍ରଶଂସା ପତ୍ର ପାଇଲେ ମୂର୍ତ୍ତୀ ଶିଳ୍ପୀ ଅନମୋଲ ପଦାର ଝାଡ଼ଖଣ୍ଡ ଓ ଛତିଶଗଡ଼ର ତିନି ଯୁବକ ଗିରଫ୭୮ ଏଟିଏମ୍ କାର୍ଡ, ୮୬ ସିମ୍ ଓ ୧୪ ମୋବାଇଲ୍ ଜବତ ରମ୍ଭା ଥାନା ଅଧୀନ ଗଜପତିନଗର ଅଞ୍ଚଳରେ କିଛି ବାହାର ରାଜ୍ୟର ଯୁବକ ଭଡ଼ାଘର ନେଇ ରହୁଥିଲେ।

ସେମାନେ ଅନ୍‌ଲାଇନ୍ ବେଟିଂ ଆପ୍‌ର ପ୍ରଚାର ଓ ପରିଚାଳନା କରୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା।

ପରେ ସାଇବର ଥାନା ପୁଲିସ ସେଠାରେ ଚଢ଼ଉ କରିଥିଲା।

ଚଢ଼ଉ ସମୟରେ ଶତ୍ରୁଘ୍ନ ଓ ଧର୍ମକୁ କାବୁ କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲେ।

ପରବର୍ତ୍ତୀ ସମୟରେ ମୋବାଇଲ୍ ନମ୍ବର ଆଧାରରେ ତଦନ୍ତ କରି ଚମାଖଣ୍ଡି ଅଞ୍ଚଳରୁ ଜଗଦୀଶ ସେଠୀ ଓରଫ ସୂରଜକୁ ଗିରଫ କରାଯାଇଥିଲା।

FIR: ଥେରୁବାଲି ଫାଣ୍ଡିରେ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଏତଲା ଆଇଆଇସି ପ୍ରିୟଙ୍କା ବେହେରାଙ୍କ ଅଭିଯୋଗ କ୍ରମେ କେସ୍‌ ନମ୍ବର ୨୦/୨୬ ରେ ଅଧିକ ତଦନ୍ତ ଜାରି ରହିଛି।

ଜବତ ଡିଜିଟାଲ୍ ଉପକରଣ ଗୁଡ଼ିକର ଫରେନସିକ୍ ଯାଞ୍ଚ କରାଯାଉଛି।

ନେଟ୍‌ୱର୍କରେ ଆଉ କେତେଜଣଙ୍କ ସମ୍ପୃକ୍ତି ରହିଛି, ଆର୍ଥିକ କାରବାରର ପରିମାଣ ଓ ଠକେଇର ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ଗିରଫ ଅଭିଯୁକ୍ତମାନଙ୍କୁ ଅଧିକ ତଦନ୍ତ ନିମନ୍ତେ ରିମାଣ୍ଡରେ ଅଣାଯିବା ସହ ଘରମାଲିକଙ୍କୁ ପଚରାଉଚରା କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ଛତ୍ରପୁର ଏସ୍‌ଡିପିଓ ଚନ୍ଦନ କୁମାର ଘଡ଼ାଇ ଓ ସାଇବର ଥାନାଧିକାରୀ ଜ୍ୟୋତିରଞ୍ଜନ ବେହେରାଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।