02 NOVEMBER 2026

Welcome!

Unlock your personalized experience.
Sign Up

Bhadrak Block office.: ଭଦ୍ରକ ବ୍ଲକ ଅଫିସରେ ତାଲା ଖୋଲି ପଶିଲେ ବ୍ଲକ୍ ଅଧ୍ୟକ୍ଷା

Nov 02, 2026 - 15:12
Bhadrak Block office.: ଭଦ୍ରକ ବ୍ଲକ ଅଫିସରେ ତାଲା ଖୋଲି ପଶିଲେ ବ୍ଲକ୍ ଅଧ୍ୟକ୍ଷା

ଭଦ୍ରକ:ବିଜେପି କର୍ମୀ ଓ ନେତାମାନେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଭଦ୍ରକ ବ୍ଲକ ଅଫିସରେ ତାଲା ପକାଇଥିଲେ। ଏହି ଘଟଣାରେ ବ୍ଲକ ଅଧକ୍ଷା ଉର୍ମିଳା ନାୟକ ସମର୍ଥକଙ୍କ ସହ ମିଶି ତାଲା ପଡ଼ିଥିବା ଅଫିସକୁ ଖୋଲି ତା ମଧ୍ୟକୁ ପଶିଥିଲେ। ଏହି ଘଟଣାକୁ ନେଇ ଉର୍ମିଲା କହିଛନ୍ତି, ‘ ଦଳର ଶୀର୍ଷ ନେତୃତ୍ୱ ମୋତେ ଅବହେଳା କରି ନାହାନ୍ତି । ମୋ ନେତା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲ ମୋତେ କେବେ ବିରୋଧ କରି ନାହାନ୍ତି । ଏ ହେଉଛି ଲୋକଙ୍କ ସରକାର , ମୁଁ ଲୋକଙ୍କ ପାଇଁ କାମ କରିବି । ଦୁର୍ନୀତି ମୁକ୍ତ ଭାବେ କାର୍ଯ୍ୟ କରିବା ମୋର ଦାୟିତ୍ବ । ଯେଉଁ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବ ସେହି ଯୋଜନା ହିଁ କାର୍ଯ୍ୟକାରୀ ହେବ।’ 

ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି, ତିନି ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।